କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କୁ ବିପାଶା ଚୁମ୍ବନ ଦେବା ବେଳର ଫଟୋ ହେଉଛି ଭାଇରାଲ
ମୁମ୍ବାଇ: ବଲିଉଡ୍ର ସେନ୍ସେଶନାଲ ଅଭିନେତ୍ରୀ ବିପାଶା ବସୁଙ୍କ ଏକ ପୁରୁଣା ଫଟୋ ପୁଣିଥରେ ଭାଇରାଲ ହେଉଛି। ଫଟୋରେ ସେ ଫୁଟବଲ୍ର କ୍ରିଷ୍ଟିଆନ୍ ରୋନାଲ୍ଡୋଙ୍କୁ ଚୁମ୍ବନ ଦେଉଥିବା ଦେଖାଯାଉଛି। ଫଟୋଟି ୨୦୦୭ର, ଯେତେବେଳେ ବିଶ୍ୱର ନୂଆ ସପ୍ତମାଶ୍ଚର୍ଯ୍ୟକୁ ନେଇ ହେଉଥିବା ଘୋଷଣା କାର୍ଯ୍ୟକ୍ରମରେ ବିପାଶା ଏବଂ ରୋନାଲ୍ଡୋ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ଉଭୟଙ୍କ ନିବିଡ଼ତା ଚର୍ଚ୍ଚାର ବିଷୟ ପାଲଟିଥିଲା। ୨୦୦୦ ମସିହା ସମୟରେ ବିପାଶା ଅନେକ ଯୁବକଙ୍କ ମନର ରାଣୀ ଥିଲେ। ଫିଲ୍ମ ‘ଅଜନବୀ’ରୁ ସେ ବଲିଉଡ୍ ଡେବ୍ୟୁ […] The post କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କୁ ବିପାଶା ଚୁମ୍ବନ ଦେବା ବେଳର ଫଟୋ ହେଉଛି ଭାଇରାଲ appeared first on Dharitri Odia News.
ମୁମ୍ବାଇ: ବଲିଉଡ୍ର ସେନ୍ସେଶନାଲ ଅଭିନେତ୍ରୀ ବିପାଶା ବସୁଙ୍କ ଏକ ପୁରୁଣା ଫଟୋ ପୁଣିଥରେ ଭାଇରାଲ ହେଉଛି। ଫଟୋରେ ସେ ଫୁଟବଲ୍ର କ୍ରିଷ୍ଟିଆନ୍ ରୋନାଲ୍ଡୋଙ୍କୁ ଚୁମ୍ବନ ଦେଉଥିବା ଦେଖାଯାଉଛି। ଫଟୋଟି ୨୦୦୭ର, ଯେତେବେଳେ ବିଶ୍ୱର ନୂଆ ସପ୍ତମାଶ୍ଚର୍ଯ୍ୟକୁ ନେଇ ହେଉଥିବା ଘୋଷଣା କାର୍ଯ୍ୟକ୍ରମରେ ବିପାଶା ଏବଂ ରୋନାଲ୍ଡୋ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ଉଭୟଙ୍କ ନିବିଡ଼ତା ଚର୍ଚ୍ଚାର ବିଷୟ ପାଲଟିଥିଲା।
୨୦୦୦ ମସିହା ସମୟରେ ବିପାଶା ଅନେକ ଯୁବକଙ୍କ ମନର ରାଣୀ ଥିଲେ। ଫିଲ୍ମ ‘ଅଜନବୀ’ରୁ ସେ ବଲିଉଡ୍ ଡେବ୍ୟୁ କରିଥିଲେ। ଏଥିଲାଗି ତାଙ୍କୁ ଫିମେଲ ଡେବ୍ୟୁ ଫିଲ୍ମଫେୟାର ଆଓ୍ବାର୍ଡ ପୁରସ୍କାର ମିଳିଥଲା। ଏହାପରେ ତାଙ୍କ କ୍ୟାରିୟର ଆକାଶ ଛୁଉଁଥିଲା। ସେତିକିବେଳେ ରୋନାଲ୍ଡୋଙ୍କ ସହ ତାଙ୍କ ସମ୍ପର୍କ ଚର୍ଚ୍ଚାରେ ରହିଥିଲା। ଏଥିଲାଗି ଜନ ଆବ୍ରାହମଙ୍କ ପ୍ରେମ ସମ୍ପର୍କ ଉପରେ ପ୍ରଭାବ ପଡ଼ିଥିଲା।
ଶେଷରେ ଏନେଇ ବିପାଶା ସଫେଇ ଦେଇଥିଲେ। ରୋନାଲ୍ଡୋଙ୍କୁ ଭେଟିବା ବଡ଼ ସ୍ବପ୍ନ ସାକାର ହେବା ପରି। ସେ ମୋର ଭଲ ବନ୍ଧୁ। ତାଙ୍କର ପ୍ରତିଟି ମ୍ୟାଚ୍ ସମୟରେ ମୋତେ ଡାକିବେ ବୋଲି ସେ କହିଥିବା ଅଭିନେତ୍ରୀ କହିଥିଲେ।
୨୦୧୧ରେ ଜନ ଆବ୍ରାହମଙ୍କ ସହ ବିପାଶାଙ୍କ ସମ୍ପର୍କରେ ପୂର୍ଣ୍ଣଚ୍ଛେଦ ପଡ଼ିଥିଲା। ହେଲେ ଏହି ବ୍ରେକ୍ଅପ ପଛର କାରଣ ଜଣାପଡ଼ି ନ ଥିଲା। ଏହାପରେ ବିପାଶା କରନ୍ ସିଂ ଗ୍ରୋଭରଙ୍କୁ ବିବାହ କରିଥିଲେ। ଏବେ ଉଭୟଙ୍କ ଗୋଟିଏ ଝିଅ ଅଛି।
The post କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କୁ ବିପାଶା ଚୁମ୍ବନ ଦେବା ବେଳର ଫଟୋ ହେଉଛି ଭାଇରାଲ appeared first on Dharitri Odia News.