ଲାଇଭ ମ୍ୟାଚରେ ପଡ଼ିଆ ମଝିକୁ ଆସି କୋହଲିଙ୍କ ପାଦ ଛୁଇଁଲେ ଯୁବକ, ଭାଇରାଲ ହେଉଛି ଭିଡିଓ
ଇନ୍ଦୋର,୧୫।୧: ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କର କୋଟି କୋଟି ପ୍ରଶଂସକ ଅଛନ୍ତି। ପ୍ରଶଂସକମାନେ ମଧ୍ୟ କୋହଲିଙ୍କୁ ଭେଟିବାକୁ ଇଚ୍ଛା କରନ୍ତି, କିନ୍ତୁ ସମସ୍ତେ ତାଙ୍କୁ ଭେଟିବା ପାଇଁ ଭାଗ୍ୟବାନ ନୁହଁନ୍ତି ଯେ ତାଙ୍କୁ ଭେଟିପାରିବେ। ଲାଇଭ ମ୍ୟାଚ ସମୟରେ କୋହଲିଙ୍କୁ ଭେଟିବା ପାଇଁ ଷ୍ଟାଡିୟମ ମଝିକୁ ଯିବା ଭଳି ଘଟଣା ଅନେକ ଥର ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ସେହିପରି ଆଉ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଜଣେ ପ୍ରଶଂସକ ଲାଇଭ ମ୍ୟାଚରେ କିଙ୍ଗ […] The post ଲାଇଭ ମ୍ୟାଚରେ ପଡ଼ିଆ ମଝିକୁ ଆସି କୋହଲିଙ୍କ ପାଦ ଛୁଇଁଲେ ଯୁବକ, ଭାଇରାଲ ହେଉଛି ଭିଡିଓ appeared first on Dharitri Odia News.
ଇନ୍ଦୋର,୧୫।୧: ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କର କୋଟି କୋଟି ପ୍ରଶଂସକ ଅଛନ୍ତି। ପ୍ରଶଂସକମାନେ ମଧ୍ୟ କୋହଲିଙ୍କୁ ଭେଟିବାକୁ ଇଚ୍ଛା କରନ୍ତି, କିନ୍ତୁ ସମସ୍ତେ ତାଙ୍କୁ ଭେଟିବା ପାଇଁ ଭାଗ୍ୟବାନ ନୁହଁନ୍ତି ଯେ ତାଙ୍କୁ ଭେଟିପାରିବେ। ଲାଇଭ ମ୍ୟାଚ ସମୟରେ କୋହଲିଙ୍କୁ ଭେଟିବା ପାଇଁ ଷ୍ଟାଡିୟମ ମଝିକୁ ଯିବା ଭଳି ଘଟଣା ଅନେକ ଥର ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ସେହିପରି ଆଉ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଜଣେ ପ୍ରଶଂସକ ଲାଇଭ ମ୍ୟାଚରେ କିଙ୍ଗ କୋହଲିଙ୍କୁ ଭେଟିବାକୁ ପଡ଼ିଆକୁ ଚାଲିଯାଇଥିଲେ, କିନ୍ତୁ ଏହି ସମୟରେ କୋହଲି ସମସ୍ତଙ୍କ ହୃଦୟ ଜିତିଛନ୍ତି।
ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଟି -୨୦ ସିରିଜ ଚାଲିଛି। ସିରିଜର ଦ୍ୱିତୀୟ ମ୍ୟାଚ ଇନ୍ଦୋରର ହୋଲକର କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିଲା। ଯେଉଁଥିରେ ବିରାଟ କୋହଲି ଭାରତର ପ୍ଲେ-୧୧ରେ ସାମିଲ ଥିଲେ। ମ୍ୟାଚରେ ଫିଲ୍ଡିଂ କରୁଥିବାବେଳେ ଜଣେ ପ୍ରଶଂସକ କୋହଲିଙ୍କ ନିକଟକୁ ଯାଇ ତାଙ୍କ ପାଦକୁ ଛୁଇଁଥିଲେ। କୋହଲି ତାଙ୍କୁ ଉଠାଇ ଆଲିଙ୍ଗନ କରିଥିଲେ। ଏହା ପରେ ତୁରନ୍ତ ସୁରକ୍ଷା ଅଧିକାରୀ ଆସି ପ୍ରଶଂସକଙ୍କୁ ଧରି ନେଇ ଯାଇଥିଲେ। ଏହି ସମୟରେ କୋହଲି ସୁରକ୍ଷା ଅଧିକାରୀଙ୍କୁ କହିଥଲେ ଯେ ଆରାମ ସେ … ଆରାମ ସେ …।
Virat Kohli is an emotion.
Read More