ଗଂଜାମରେ ଭୁଶୁଡ଼ିବ କି ବିଜେଡି ଗଡ଼ ? ପଦ୍ମ ଧରିଲେ ପୁରୁଷୋତ୍ତମପୁର NAC ଉପାଧ୍ୟକ୍ଷ...

ପଦ୍ମ ଧରିଲେ ପୁରୁଷୋତ୍ତମପୁର NAC ଉପାଧ୍ୟକ୍ଷ । ପୁରୁଷୋତ୍ତମପୁର NACର ୧୦ କାଉନସିଲର ବି ମିଶିଲେ ବିଜେପିରେ ।

ଗଂଜାମରେ ଭୁଶୁଡ଼ିବ କି ବିଜେଡି ଗଡ଼ ? ପଦ୍ମ ଧରିଲେ ପୁରୁଷୋତ୍ତମପୁର NAC ଉପାଧ୍ୟକ୍ଷ...

ଗଞ୍ଜାମ ପୁରୁଷୋତ୍ତମପୁରରେ ଭୁଶୁଡ଼ିବ କି ବିଜେଡି ଗଡ଼। ପଦ୍ମ ଧରିଲେ ପୁରୁଷୋତ୍ତମପୁର NAC ଉପାଧ୍ୟକ୍ଷଙ୍କ ସହ ୧୦ କାଉନସିଲର। ପୁରୁଷୋତ୍ତମପୁର ଏନଏସି ଉପାଧ୍ୟକ୍ଷ କୃଷ୍ଣଚନ୍ଦ୍ର ପଣ୍ଡାଙ୍କ ସମେତ ୧୦ ଜଣ କାଉନସିଲର ଆସି ବିଜେପିରେ ମିଶିଛନ୍ତି।

ଅଧିକ ପଢ଼ନ୍ତୁ: ନବୀନଙ୍କ ଗଡ଼ରେ ନରହତ୍ୟାର ଲୋମଟାଙ୍କୁରା ଟ୍ରେଣ୍ଡ, ୨୪ ବର୍ଷରେ ଶହେ ମର୍ଡର !

ବିଜେପି ନେତା ବାସୁଦେବ ମହାପାତ୍ରଙ୍କ ନେତୃତ୍ୱରେ ସମସ୍ତେ ପଦ୍ମ ଧରିଛନ୍ତି ଭୁବନେଶ୍ବରରେ। ସମସ୍ତଙ୍କୁ ରାଜ୍ୟ ସଭାପତି ମନମୋହନ ସାମଲ ଟୋପି ଏବଂ ଉତ୍ତରୀୟ ପ୍ରଦାନ କରି ସ୍ବାଗତ କରିଥିଲେ। ପୁରୁଷୋତ୍ତମପୁର ଏନଏସି ଅଧ୍ୟକ୍ଷା ପ୍ରିୟଙ୍କା ଗୌଡ଼ଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରିଥିଲେ ୯ ଜଣ କାଉନସିଲର। ଜିଲ୍ଲାପାଳଙ୍କୁ ଭେଟି ଅନାସ୍ଥା ପାଇଁ ଲିଖିତ ଭାବେ ଜଣାଇଥିଲେ। 

ଅଧ୍ୟକ୍ଷା ଏବଂ ତାଙ୍କ ସ୍ୱାମୀ ମନମୁଖୀ କାର୍ଯ୍ୟ କରୁଥିବା ଅଭିଯୋଗ ଆଣିଥିଲେ ସମସ୍ତେ। ଆଉ ପରେ ଭୁବନେଶ୍ବର ଆସି ସମସ୍ତେ ବିଜେପିରେ ଯୋଗଦେଇଛନ୍ତି। ତେବେ ଏନେଇ NAC ଅଧ୍ୟକ୍ଷା ପ୍ରିୟଙ୍କା ଗୌଡ଼ଙ୍କ ପ୍ରତିକ୍ରିୟା ମିଳିପାରିନି। 

ଅଧିକ ପଢ଼ନ୍ତୁ: ପାଣ୍ଡିଆନଙ୍କ ପଲିଟିକାଲ୍ ଲଞ୍ଚିଂ ପାଇଁ ଗଳାବାଟ ! ବିଜ୍ଞାପନ ବଦଳରେ ପେଡ୍ ନ୍ୟୁଜକୁ ଅସ୍ତ୍ର କରିଥିଲା ବିଜେଡି