ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟରେ ଆନ୍ତର୍ଜାତୀୟ ସଂଗୋଷ୍ଠୀ ଉଦଯାପିତ

ସମ୍ବଲପୁର: ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟର ଇତିହାସ, ରାଜନୀତି ବିଜ୍ଞାନ ଓ ଅର୍ଥଶାସ୍ତ୍ର ବିଭାଗ ଏବଂ “ଭାରତୀୟ ସଙ୍ଗଠନ – ଏସୀୟ ଏବଂ ପ୍ରଶାନ୍ତ ମହାସାଗରୀୟ ଅଧ୍ୟୟନ” ଦ୍ଵାରା ପରିଚାଳିତ ଆନ୍ତର୍ଜାତୀୟ ସଂଗୋଷ୍ଠୀ ଉଦଯାପିତ ହୋଇଯାଇଛି । ଏହି ଦ୍ବି-ଦିବସୀୟ ସଂଗୋଷ୍ଠୀରେ ଇତିହାସ ବିଭାଗର ସହଯୋଗୀ ଅଧ୍ୟାପିକା ଡଃ ସସ୍ମିତା ରାଣୀ ଶାସିନୀ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଦେଶ ଓ ବିଦେଶ ରୁ ଆସିଥିବା ୫୦ରୁ ଉର୍ଦ୍ଧ୍ବ ଗବେଷକମାନେ ନିଜ ନିଜ ରୁଚିର ଗବେଷଣାଧର୍ମୀ ପ୍ରବନ୍ଧ ପାଠ କରିଥିଲେ […] The post ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟରେ ଆନ୍ତର୍ଜାତୀୟ ସଂଗୋଷ୍ଠୀ ଉଦଯାପିତ appeared first on Odisha.News.

ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟରେ ଆନ୍ତର୍ଜାତୀୟ ସଂଗୋଷ୍ଠୀ ଉଦଯାପିତ

ସମ୍ବଲପୁର: ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟର ଇତିହାସ, ରାଜନୀତି ବିଜ୍ଞାନ ଓ ଅର୍ଥଶାସ୍ତ୍ର ବିଭାଗ ଏବଂ “ଭାରତୀୟ ସଙ୍ଗଠନ – ଏସୀୟ ଏବଂ ପ୍ରଶାନ୍ତ ମହାସାଗରୀୟ ଅଧ୍ୟୟନ” ଦ୍ଵାରା ପରିଚାଳିତ ଆନ୍ତର୍ଜାତୀୟ ସଂଗୋଷ୍ଠୀ ଉଦଯାପିତ ହୋଇଯାଇଛି । ଏହି ଦ୍ବି-ଦିବସୀୟ ସଂଗୋଷ୍ଠୀରେ ଇତିହାସ ବିଭାଗର ସହଯୋଗୀ ଅଧ୍ୟାପିକା ଡଃ ସସ୍ମିତା ରାଣୀ ଶାସିନୀ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଦେଶ ଓ ବିଦେଶ ରୁ ଆସିଥିବା ୫୦ରୁ ଉର୍ଦ୍ଧ୍ବ ଗବେଷକମାନେ ନିଜ ନିଜ ରୁଚିର ଗବେଷଣାଧର୍ମୀ ପ୍ରବନ୍ଧ ପାଠ କରିଥିଲେ I ଏହି ସବୁ ପ୍ରବନ୍ଧରେ ଏସୀୟ ଏବଂ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ଇତିହାସ, ସଂସ୍କୃତି ଏବଂ ବାଣିଜ୍ୟ ତା’ର ଅତୀତ ଏବଂ ବର୍ତ୍ତମାନ ବିଷୟରେ ନୂଆଁ ନୂଆଁ ତଥ୍ୟ ଉପସ୍ଥାପନ ମାଧ୍ୟମରେ ଛାତ୍ର ଛାତ୍ରୀ, ଗବେଷକ-ଗବେଷିକା ଏବଂ ଅନ୍ୟାନ୍ୟ ବୁଦ୍ଧିଜୀବୀ ମାନଙ୍କର ନୂତନ ବିଷୟବସ୍ତୁ ଉପରେ ଅବଧାରଣା ପ୍ରାପ୍ତ ହେବା ଓ ଏହାକୁ ନେଇ ଉଚ୍ଚତର ଗବେଷଣା କରିବା ବିଷୟରେ ଅନ୍ୟାନ୍ୟ ଚିନ୍ତାଧାରା କୁ ଉଜ୍ଜୀବିତ କରିପାରିଛି । ଏହି ଦ୍ବି-ଦିବସୀୟ ସମ୍ମିଳନୀରେ ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଏନ୍. ନାଗାରାଜୁ ଓ ଅନ୍ୟାନ୍ୟ ଜଡ଼ିତ ଅନୁଷ୍ଠାନର କର୍ମକର୍ତ୍ତାଗଣ ସକ୍ରୀୟ ଭାବରେ ଅଂଶଗ୍ରହଣ କରି ସୁଚାରୁରୂପେ ସଫଳ କରିବାରେ ପ୍ରମୁଖ ଭୂମିକା ତୁଲାଇଛନ୍ତି । ଏହି ଅବସରରେ, ସମ୍ମିଳନୀର ମୁଖ୍ୟ ଡଃ ସସ୍ମିତା ରାଣୀ ଶାସିନୀ ଧନ୍ୟବାଦ୍ ଅର୍ପଣ କରିବା ସହିତ ଜବାହରଲାଲ ନେହେରୁ ବିଶ୍ବବିଦ୍ୟାଳୟରୁ ଆସିଥିବା ପ୍ରଫେସର୍ ଚିନ୍ତାମଣି ମହାପାତ୍ର ଏବଂ ପ୍ରଫେସର ଅଶ୍ବିନୀ ମହାପାତ୍ରଙ୍କୁ କୃତଜ୍ଞତା ଜଣାଇଛନ୍ତି I ସମ୍ମିଳନୀର ଅନ୍ତିମ ଦିବସରେ ହାଇଦ୍ରାବାଦ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ପ୍ରଫେସର ରେଖା ପାଣ୍ଡେ ଏହି ସମ୍ମିଳନୀର ମୂଳ ଉଦ୍ଦେଶ୍ୟକୁ ଅତି ନିଖୁଣ ଭାବରେ ଚିତ୍ରିତ କରିଥିଲେ। ତତ୍ ସହିତ ରାଜନୀତି ବିଜ୍ଞାନର ପ୍ରଫେସର ଜ୍ଞାନରଞ୍ଜନ ସ୍ୱାଇଁ (ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ), ଅର୍ଥଶାସ୍ତ୍ର ବିଭାଗର ଡଃ ପ୍ରିୟଦର୍ଶୀ ଯୋଶୀ ଏବଂ ଇତିହାସ ବିଭାଗର ମୁଖ୍ୟ ଡଃ ଅତୁଲ କୁମାର ପ୍ରଧାନ ଙ୍କୁ ସମ୍ପାନ ମୁଖ୍ୟ ଧନ୍ୟବାଦ ଜ୍ଞାପନ କରିଛନ୍ତିି ।

The post ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟରେ ଆନ୍ତର୍ଜାତୀୟ ସଂଗୋଷ୍ଠୀ ଉଦଯାପିତ appeared first on Odisha.News.