ଗଛ ମୂଳରୁ ଶିଶୁକନ୍ୟାର ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ

ଅନୁଗୁଳ: ଶିଶୁକନ୍ୟାର ରକ୍ତ ଜୁଡୁବୁଡ଼ୁ ମୃତଦେହ ଉଦ୍ଧାର ହୋଇଛି । ଗଛ ମୂଳରୁ ମୃତଦେହ ଉଦ୍ଧାର କରିଛି ପୋଲିସ । କେହି ଦୁର୍ବୃତ୍ତ ଶିଶୁକନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା କରିଥିବା ସନ୍ଦେହ କରାଯାଉଛି । ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଅଞ୍ଚଳରେ ଏପରି ଅଭାବନୀୟ ଘଟଣା ଘଟିଛି । ଏହି ଶିଶୁ କନ୍ୟାଟି ହଜି ଯାଇଥିବା ନେଇ ଶୁକ୍ରବାର ଥାନାରେ ଅଭିଯୋଗ ହୋଇଥିଲା । ଏନେଇ ପୁଲିସ ଏକ ମାମଲା(ନଂ.୭୪/୨୪) ରୁଜୁ କରି ତଦନ୍ତ ଆରମ୍ଭ […] The post ଗଛ ମୂଳରୁ ଶିଶୁକନ୍ୟାର ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ appeared first on KNews Odisha.

ଗଛ ମୂଳରୁ ଶିଶୁକନ୍ୟାର ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ
minor girl

ଅନୁଗୁଳ: ଶିଶୁକନ୍ୟାର ରକ୍ତ ଜୁଡୁବୁଡ଼ୁ ମୃତଦେହ ଉଦ୍ଧାର ହୋଇଛି । ଗଛ ମୂଳରୁ ମୃତଦେହ ଉଦ୍ଧାର କରିଛି ପୋଲିସ । କେହି ଦୁର୍ବୃତ୍ତ ଶିଶୁକନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା କରିଥିବା ସନ୍ଦେହ କରାଯାଉଛି । ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଅଞ୍ଚଳରେ ଏପରି ଅଭାବନୀୟ ଘଟଣା ଘଟିଛି । ଏହି ଶିଶୁ କନ୍ୟାଟି ହଜି ଯାଇଥିବା ନେଇ ଶୁକ୍ରବାର ଥାନାରେ ଅଭିଯୋଗ ହୋଇଥିଲା । ଏନେଇ ପୁଲିସ ଏକ ମାମଲା(ନଂ.୭୪/୨୪) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । କଙ୍କରେଇ ପିଢଖମଣର ୧୦୦ମିଟର ଦୂର ଏକ ଏକ ମହୁଲ ଗଛ ମୂଳରୁ ଶିଶୁର ରକ୍ତ ଜୁଡୁବୁଡୁ ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା । ଖବର ପାଇ ପୋଲିସ ପହଞ୍ଚି ମୃତଦେହ ଜବତ କରି ଛାନଭିନ୍ ଚଳାଇଛି l

ସୂଚନା ଅନୁସାରେ ଗୁରୁବାର ଦିନ କଙ୍କରେଇ ପିଢଖମଣ ଗାଁରୁ ନିଖୋଜ ହୋଇଯାଇଥିଲେ ନାବାଳିକା । ଏନେଇ ପରିବାର ଲୋକ ବହୁ ଖୋଜାଖୋଜି ପରେ ଝିଅର କୌଣସି ସନ୍ଧାନ ନମିଳିବାରୁ ନିଶା ଶିଳ୍ପାଞ୍ଚଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ ପରିବାରଲୋକେ। ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। ଆଜି ସକାଳେ ଶିଶୁ କନ୍ୟାର ମୃତଦେହ ଉଦ୍ଧାର କରାଯାଇଛି। ମୃତଦେହ ଜବତ କରି ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାର ତଦନ୍ତ କରୁଛି। ଗାଁର ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରୁଛି । ସେପଟେ ଆଜି କଟକରୁ ଶିଶୁ ବିଶେଷଜ୍ଞ ଟିମ ଆସିବା ପରେ ସ୍ପଷ୍ଠ ହେବ ଏହା ଦୁଷ୍କର୍ମ ଜନିତ ହତ୍ୟା ନା ଅନ୍ୟ କିଛି କାରଣ।

 

ଆହୁରି ପଢ଼ନ୍ତୁ : ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ ଜଣେ ଗିରଫ 

The post ଗଛ ମୂଳରୁ ଶିଶୁକନ୍ୟାର ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ appeared first on KNews Odisha.