ଗଛକୁ ଧକ୍କା ଦେଲା ବାଇକ୍‌, ରାତିସାରା ପାଣିରେ ପଡି ଚାଲିଗଲା ୨ ଜୀବନ

ମୋରଡ଼ା ୧୯।୦୮ : ମୟୁରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ଚିତ୍ରଡ଼ା ଫାଣ୍ଡି ପାରିଆଉଡାରେ ମର୍ମନ୍ତୁଦ ଦୁର୍ଘଟଣା । ଭାରସାମ୍ୟ ହରାଇ ଗଛକୁ ଧକ୍କା ଦେଲା ବାଇକ୍‌ । ଯାହାଫଳରେ ଏହି ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଯାଇଛି । ଏବେ ଯାଏଁ ମୃତକଙ୍କ ପରିଚୟ ମିଳିପାରିନାହିଁ ।ଖବର ଅନୁଯାୟୀ, ରବିବାର ବିଳମ୍ବିତ ରାତିରେ ପାରିଆଉଡ଼ା ନିକଟରେ ଥିବା ଏକ ଖଜୁରୀ ଗଛକୁ ଭାରସାମ୍ୟ ହରାଇ ବାଇକ୍‌ ଧକ୍କା ଦେଇଥିଲା । ଯାହାଫଳରେ ଏହି ଦୁର୍ଘଟଣାରେ ରାସ୍ତା ତଳକୁ ଖସି ପଡି ପାଣିରେ ପଡିଯାଇଥିଲେ ବାଇକ୍‌ । ଏପିରିକି ରାସ୍ତାକଡ଼ରେ ଥିବା ପାଣିରେ ରାତିସାରା ପାଣିରେ ପଡିରହିଥିଲେ ବାଇକ୍‌ ଆରୋହୀ ।  ତେବେ ଦୁର୍ଘଟଣାଟି ଏକ ନିଛାଟିଆ ସ୍ଥାନରେ ହୋଇଥିବାରୁ କାହାର ନଜର ପଡିନଥିଲା । ଶେଷରେ ସୋମବାର ଦିନ ସକାଳ ସମୟରେ ସେହି ରାସ୍ତା ଦେଇ ଯାଉଥିବା ଲୋକ ଦୁର୍ଘଟଣା ଘଟିଥିବା ଦେଖି ଚିତ୍ରଡ଼ା ଫାଣ୍ଡି ଅଧିକାରୀଙ୍କୁ ଖବର ଦେଇଥିଲେ । ସେପଟେ ଖବର ପାଇ ପୋଲିସ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ   ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲେ । ଦୁଇ ମୃତଦେହକୁ ଶବ ବ୍ୟବଚ୍ଛେଦ ନିମନ୍ତେ ନିକଟସ୍ଥ ମେଡିକାଲକୁ ପଠାଯାଇଛି । ହେଲେ ଏବେ ଯାଏଁ ମୃତକଙ୍କ ପରିଚୟ ମିଳିପାରିନାହିଁ । ପୋଲିସ ଦୁର୍ଘଟଣାଗ୍ରସ୍ତ ବାଇକ୍‌କୁ ଜବତ କରି ତଦନ୍ତ ଆରମ୍ଭ କରିଛି । 

ଗଛକୁ ଧକ୍କା ଦେଲା ବାଇକ୍‌, ରାତିସାରା ପାଣିରେ ପଡି ଚାଲିଗଲା ୨ ଜୀବନ

ମୋରଡ଼ା ୧୯।୦୮ : ମୟୁରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ଚିତ୍ରଡ଼ା ଫାଣ୍ଡି ପାରିଆଉଡାରେ ମର୍ମନ୍ତୁଦ ଦୁର୍ଘଟଣା । ଭାରସାମ୍ୟ ହରାଇ ଗଛକୁ ଧକ୍କା ଦେଲା ବାଇକ୍‌ । ଯାହାଫଳରେ ଏହି ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଯାଇଛି । ଏବେ ଯାଏଁ ମୃତକଙ୍କ ପରିଚୟ ମିଳିପାରିନାହିଁ ।

ଖବର ଅନୁଯାୟୀ, ରବିବାର ବିଳମ୍ବିତ ରାତିରେ ପାରିଆଉଡ଼ା ନିକଟରେ ଥିବା ଏକ ଖଜୁରୀ ଗଛକୁ ଭାରସାମ୍ୟ ହରାଇ ବାଇକ୍‌ ଧକ୍କା ଦେଇଥିଲା । ଯାହାଫଳରେ ଏହି ଦୁର୍ଘଟଣାରେ ରାସ୍ତା ତଳକୁ ଖସି ପଡି ପାଣିରେ ପଡିଯାଇଥିଲେ ବାଇକ୍‌ । ଏପିରିକି ରାସ୍ତାକଡ଼ରେ ଥିବା ପାଣିରେ ରାତିସାରା ପାଣିରେ ପଡିରହିଥିଲେ ବାଇକ୍‌ ଆରୋହୀ ।  ତେବେ ଦୁର୍ଘଟଣାଟି ଏକ ନିଛାଟିଆ ସ୍ଥାନରେ ହୋଇଥିବାରୁ କାହାର ନଜର ପଡିନଥିଲା । ଶେଷରେ ସୋମବାର ଦିନ ସକାଳ ସମୟରେ ସେହି ରାସ୍ତା ଦେଇ ଯାଉଥିବା ଲୋକ ଦୁର୍ଘଟଣା ଘଟିଥିବା ଦେଖି ଚିତ୍ରଡ଼ା ଫାଣ୍ଡି ଅଧିକାରୀଙ୍କୁ ଖବର ଦେଇଥିଲେ । 

ସେପଟେ ଖବର ପାଇ ପୋଲିସ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ   ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲେ । ଦୁଇ ମୃତଦେହକୁ ଶବ ବ୍ୟବଚ୍ଛେଦ ନିମନ୍ତେ ନିକଟସ୍ଥ ମେଡିକାଲକୁ ପଠାଯାଇଛି । ହେଲେ ଏବେ ଯାଏଁ ମୃତକଙ୍କ ପରିଚୟ ମିଳିପାରିନାହିଁ । ପୋଲିସ ଦୁର୍ଘଟଣାଗ୍ରସ୍ତ ବାଇକ୍‌କୁ ଜବତ କରି ତଦନ୍ତ ଆରମ୍ଭ କରିଛି ।