ଗଛରେ ଝୁଲୁଛି ୨ ମୃତଦେହ
ସାଲେପୁର,୨୧ା୯(ଅରବିନ୍ଦ ଭୂୟାଁ): କଟକ ଜିଲା ସାଲେପୁର ବ୍ଲକ ଅନ୍ତର୍ଗତ ବାହାବଳପୁର ଗ୍ରାମରେ ଥିବା ଚାକୁଣ୍ତା ବଣରେ ଶନିବାର ସକାଳୁ ଏକ ଗଛରେ ବେକରେ ଗାମୁଛା ଓ ଓଢ଼ଣୀ ବନ୍ଧାଥିବା ଜଣେ ଯୁବକ ଏବଂ ଜଣେ ଯୁବତୀଙ୍କ ମୃତଦେହ ଝୁଲୁଥିବାର ସ୍ଥାନୀୟ ଲୋକମାନେ ଦେଖିବାକୁ ପାଇଥିଲେ। ମୃତ ଯୁବକ ଜଣକ ସ୍ଥାନୀୟ ଅଲ୍ଲିପୁର ଗ୍ରାମର ପବିତ୍ର ସାମଲଙ୍କ ପୁଅ ମନୋଜ ସାମଲ ବୋଲି ଜଣାପଡ଼ିଥିବା ବେଳେ ଯୁବତୀ ଜଣଙ୍କର ଅଦ୍ୟାବଧି କୌଣସି ପରିଚୟ ମିଳିନାହିଁ। ଖବର ପାଇ ସାଲେପୁର […] The post ଗଛରେ ଝୁଲୁଛି ୨ ମୃତଦେହ appeared first on Dharitri Odia News.
ସାଲେପୁର,୨୧ା୯(ଅରବିନ୍ଦ ଭୂୟାଁ): କଟକ ଜିଲା ସାଲେପୁର ବ୍ଲକ ଅନ୍ତର୍ଗତ ବାହାବଳପୁର ଗ୍ରାମରେ ଥିବା ଚାକୁଣ୍ତା ବଣରେ ଶନିବାର ସକାଳୁ ଏକ ଗଛରେ ବେକରେ ଗାମୁଛା ଓ ଓଢ଼ଣୀ ବନ୍ଧାଥିବା ଜଣେ ଯୁବକ ଏବଂ ଜଣେ ଯୁବତୀଙ୍କ ମୃତଦେହ ଝୁଲୁଥିବାର ସ୍ଥାନୀୟ ଲୋକମାନେ ଦେଖିବାକୁ ପାଇଥିଲେ।
ମୃତ ଯୁବକ ଜଣକ ସ୍ଥାନୀୟ ଅଲ୍ଲିପୁର ଗ୍ରାମର ପବିତ୍ର ସାମଲଙ୍କ ପୁଅ ମନୋଜ ସାମଲ ବୋଲି ଜଣାପଡ଼ିଥିବା ବେଳେ ଯୁବତୀ ଜଣଙ୍କର ଅଦ୍ୟାବଧି କୌଣସି ପରିଚୟ ମିଳିନାହିଁ। ଖବର ପାଇ ସାଲେପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି। ମୃତ ଯୁବକ ଜଣକ ବିବାହିତ ଓ ତାଙ୍କର ଏକ ତିନି ବର୍ଷର ପିଲାଥିବା ଜଣାଯାଇଛି। ଉଭୟ ଯୁବତୀ/ଯୁବକ ପ୍ରେମରେ ବିଫଳ ହେବାରୁ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ସ୍ଥାନୀୟ ଗ୍ରାମରେ ଆଲୋଚନା ହେଉଛି। ଏହି ଘଟଣା ସାଲେପୁର ଅଞ୍ଚଳରେ ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି।
The post ଗଛରେ ଝୁଲୁଛି ୨ ମୃତଦେହ appeared first on Dharitri Odia News.