ଅନୁଗୋଳରେ କଲ୍ୟାଣ ଜୁଏଲର୍ସର ନୂତନ ଶୋ’ରୁମ୍‌

ଭୁବନେଶ୍ୱର,୧୩।୪ (ଅଭୟ ଦାଶ): କଲ୍ୟାଣ ଜୁଏଲର୍ସର ନୂତନ ଶୋ’ରୁମ୍‌ ଅନୁଗୋଳର ଶଙ୍କର ସିନେମା ରୋଡ୍‌ଠାରେ ଉଦ୍‌ଘାଟିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ବଲିଉଡ୍‌ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଆନୁଷ୍ଠାନିକ ଶୁଭାରମ୍ଭ (ଉଦ୍‌ଘାଟନ) କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କଲ୍ୟାଣ ଜୁଏଲର୍ସର କର୍ତ୍ତୃପକ୍ଷଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ଏ ସମ୍ପର୍କରେ କଲ୍ୟାଣ ଜୁଏଲର୍ସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ରମେଶ କଲ୍ୟାଣ ରମଣ କହିଛନ୍ତି, ଓଡ଼ିଶାର […] The post ଅନୁଗୋଳରେ କଲ୍ୟାଣ ଜୁଏଲର୍ସର ନୂତନ ଶୋ’ରୁମ୍‌ appeared first on Dharitri Odia News.

ଅନୁଗୋଳରେ କଲ୍ୟାଣ ଜୁଏଲର୍ସର ନୂତନ ଶୋ’ରୁମ୍‌

ଭୁବନେଶ୍ୱର,୧୩।୪ (ଅଭୟ ଦାଶ): କଲ୍ୟାଣ ଜୁଏଲର୍ସର ନୂତନ ଶୋ’ରୁମ୍‌ ଅନୁଗୋଳର ଶଙ୍କର ସିନେମା ରୋଡ୍‌ଠାରେ ଉଦ୍‌ଘାଟିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ବଲିଉଡ୍‌ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଆନୁଷ୍ଠାନିକ ଶୁଭାରମ୍ଭ (ଉଦ୍‌ଘାଟନ) କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କଲ୍ୟାଣ ଜୁଏଲର୍ସର କର୍ତ୍ତୃପକ୍ଷଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।
ଏ ସମ୍ପର୍କରେ କଲ୍ୟାଣ ଜୁଏଲର୍ସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ରମେଶ କଲ୍ୟାଣ ରମଣ କହିଛନ୍ତି, ଓଡ଼ିଶାର ଅନୁଗୋଳଠାରେ ଆମର ନୂତନ ଶୋ’ରୁମ୍‌କୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରି ଆମେ ବେଶ୍‌ ଉତ୍ସାହିତ ଅଛୁ। ବିଶେଷକରି ଓଡ଼ିଶାରେ ଆମର ଭୌଗୋଳିକ ଉପସ୍ଥିତିକୁ କ୍ରମାଗତ ଭାବେ ବିସ୍ତାରକରି ଆମେ ଆମର ଅଭିବୃଦ୍ଧି ଯାତ୍ରା ଜାରି ରଖିଛୁ। ଏପରିକି ଏକ କମ୍ପାନୀ ଭାବେ ଆମେ ବଡ଼ ସଫଳତା ହାସଲ କରିଛୁ ଏବଂ ଗ୍ରାହକ ଶପିଂ ଅଭିଜ୍ଞତାକୁ ବଢ଼ାଇବା ପାଇଁ ଏକ ସାମଗ୍ରିକ ବ୍ୟବସ୍ଥା ସୃଷ୍ଟି କରିବା ଦିଗରେ ମଧ୍ୟ ବଡ଼ ପଦକ୍ଷେପ ନେଇଛୁ। ପରବର୍ତ୍ତୀ ପର୍ଯ୍ୟାୟରେ ଆମେ ଆମର ଗ୍ରାହକମାନଙ୍କୁ ସର୍ବୋତ୍ତମ ଶପିଂ ଅନୁଭୂତି ପ୍ରଦାନ ଜାରି ରଖିବାକୁ ପ୍ରତିଶ୍ରୁତିବଦ୍ଧ ଏବଂ ଆଗାମୀ ଦିନରେ କମ୍ପାନୀର ବିଶ୍ୱାସ ଏବଂ ସ୍ବଚ୍ଛତାର ମୂଳ ମୂଲ୍ୟବୋଧ ପ୍ରତି ସଚ୍ଚୋଟ ରହିବା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ ରହିଛି।
ସେହିଭଳି ଶୋ’ରୁମ୍‌ର ଶୁଭାରମ୍ଭ ଅବସରରେ କଲ୍ୟାଣ ଜୁଏଲର୍ସ ପକ୍ଷରୁ ଆକର୍ଷଣୀୟ ଅଫର ଘୋଷଣା କରାଯାଇଛି। ବିଶେଷକରି କଲ୍ୟାଣ ସ୍ପେଶାଲ ଗୋଲ୍ଡ ବୋର୍ଡ ରେଟ୍‌,ଯାହା ବଜାରରେ ସର୍ବନିମ୍ନ ଏବଂ ସମସ୍ତ କମ୍ପାନୀ ଶୋ’ରୁମ୍‌ରେ ସମାନ ମାନକ ହୋଇଥିବାବେଳେ ଗହଣା କ୍ରୟ ଉପରେ ଏହା ଲାଗୁହେବ ବୋଲି ମଧ୍ୟ ଘୋଷଣା କରାଯାଇଛି। ଏହି ଅଫର କେବଳ ସୀମିତ ସମୟ ପାଇଁ ବୈଧ ରହିଛି।

The post ଅନୁଗୋଳରେ କଲ୍ୟାଣ ଜୁଏଲର୍ସର ନୂତନ ଶୋ’ରୁମ୍‌ appeared first on Dharitri Odia News.