ଗଛରେ ପିଟିହେଲା ବାଇକ୍, ଚାଲିଗଲା ଦୁଇ ସାଙ୍ଗଙ୍କ ଜୀବନ
ବଲାଙ୍ଗୀର,୨୩ା୧୧(ସୁନୀଲ ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ରାସ୍ତା ଖର୍ଲିକାନି ଛକରେ ଶନିବାର ଏକ ବାଇକ ଦୁର୍ଘଟଣାରେ ଦୁଇ ସାଙ୍ଗଙ୍କର ମୃତ୍ୟୁ ହୋଇଛି। ମୃତକ ଦ୍ୱୟ ନିକଟସ୍ଥ ରତାଖଣ୍ଡି ଗାଁର ବୋଲି ଜଣାପଡ଼ିଛି। ଦୁଇ ସାଙ୍ଗ ଓମ୍ ମହାଳିଙ୍ଗ ଓ ନିରଞ୍ଜନ ଭୋଇ ଗୋଟିଏ ବାଇକ୍ରେ ବଲାଙ୍ଗୀରରୁ ଗାଁକୁ ଫେରୁଥିବା ବେଳେ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଏକ ଗଛରେ ପିଟି ହୋଇଯାଇଥିଲେ। ଫଳରେ ଘଟଣାସ୍ଥଳରେ ଦୁଇଜଣଙ୍କର ହିଁ ମୃତ୍ୟୁ ଘଟିଥିଲ। ସଦର ପୋଲିସ ଘଟଣାସ୍ଥଳରେ ମୃତଦେହ ଜବତ […] The post ଗଛରେ ପିଟିହେଲା ବାଇକ୍, ଚାଲିଗଲା ଦୁଇ ସାଙ୍ଗଙ୍କ ଜୀବନ appeared first on Dharitri Odia News.
ବଲାଙ୍ଗୀର,୨୩ା୧୧(ସୁନୀଲ ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ରାସ୍ତା ଖର୍ଲିକାନି ଛକରେ ଶନିବାର ଏକ ବାଇକ ଦୁର୍ଘଟଣାରେ ଦୁଇ ସାଙ୍ଗଙ୍କର ମୃତ୍ୟୁ ହୋଇଛି। ମୃତକ ଦ୍ୱୟ ନିକଟସ୍ଥ ରତାଖଣ୍ଡି ଗାଁର ବୋଲି ଜଣାପଡ଼ିଛି।
ଦୁଇ ସାଙ୍ଗ ଓମ୍ ମହାଳିଙ୍ଗ ଓ ନିରଞ୍ଜନ ଭୋଇ ଗୋଟିଏ ବାଇକ୍ରେ ବଲାଙ୍ଗୀରରୁ ଗାଁକୁ ଫେରୁଥିବା ବେଳେ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଏକ ଗଛରେ ପିଟି ହୋଇଯାଇଥିଲେ। ଫଳରେ ଘଟଣାସ୍ଥଳରେ ଦୁଇଜଣଙ୍କର ହିଁ ମୃତ୍ୟୁ ଘଟିଥିଲ। ସଦର ପୋଲିସ ଘଟଣାସ୍ଥଳରେ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ପଠାଇଦେବା ସହିତ ଦୁର୍ଘଟଣାକୁ ନେଇ ଅଧିକ ତଦନ୍ତ ଜାରି ରଖିଛି।
The post ଗଛରେ ପିଟିହେଲା ବାଇକ୍, ଚାଲିଗଲା ଦୁଇ ସାଙ୍ଗଙ୍କ ଜୀବନ appeared first on Dharitri Odia News.