ଗଜପତି ମହାରାଜାଙ୍କ ପୁଷ୍ୟାଭିଷେକ ନୀତି ଅନୁଷ୍ଠିତ

ପୁରୀ: ଗଜପତି ମହାରାଜାଙ୍କ ପୁଷ୍ୟାଭିଷେକ ନୀତି ଅନୁଷ୍ଠିତ। ଶ୍ରୀମନ୍ଦିରରେ ପାରମ୍ପରିକ ରୀତିରେ ଶ୍ରୀନଅର ପରିସରରେ ଗଜପତି ମହାରାଜାଙ୍କ ରାଜା ଅଭିଷେକ... The post ଗଜପତି ମହାରାଜାଙ୍କ ପୁଷ୍ୟାଭିଷେକ ନୀତି ଅନୁଷ୍ଠିତ appeared first on .

ଗଜପତି ମହାରାଜାଙ୍କ ପୁଷ୍ୟାଭିଷେକ ନୀତି ଅନୁଷ୍ଠିତ

ପୁରୀ: ଗଜପତି ମହାରାଜାଙ୍କ ପୁଷ୍ୟାଭିଷେକ ନୀତି ଅନୁଷ୍ଠିତ। ଶ୍ରୀମନ୍ଦିରରେ ପାରମ୍ପରିକ ରୀତିରେ ଶ୍ରୀନଅର ପରିସରରେ ଗଜପତି ମହାରାଜାଙ୍କ ରାଜା ଅଭିଷେକ ନୀତି କରାଯାଉଛି। ପରମ୍ପରା ଅନୁସାରେ ପୁଷ୍ୟା ନକ୍ଷତ୍ର ତିଥିରେ ଗଜପତି ମହାରାଜା ଆଜି ସିଂହାସନ ଆରୋହଣ କରିବା ସହ ପୁଷ୍ୟାଭିଷେକ ନୀତି ଶ୍ରୀନଅରରେ ସମାପନ କରିଥାନ୍ତି।

ଅଭିଷେକ ନୀତି ପୂର୍ବରୁ ଶ୍ରୀନଅରରେ ବରୁଣ ପୂଜା, ପଞ୍ଚଦେବତା ପୂଜା, ବର୍ଦ୍ଧନୀ କଳସୀ ପୂଜା ଏବଂ ରାମାଭିଷେକ ପଟିପୂଜା କରାଯାଇଥିଲା। ପରେ ବନ୍ଦାପନା କରାଯାଇ ଗଜପତିଙ୍କୁ ପଇତାଲାଗି ଏବଂ ମହାପ୍ରସାଦ ପ୍ରଦାନ କରାଯିବାର ବିଧି ସଂପନ୍ନ ହୋଇଥିଲା। ସେହିପରି ଗଜପତି ତାଙ୍କର ପାରମ୍ପରିକ ବେଶରେ ଗାଦିକୁ ବିଜେ କରିବା ପରେ ଷୋଳ ଶାସନ ବ୍ରାହ୍ମଣ ଓ ପଣ୍ଡିତମାନେ ତାଙ୍କୁ ନଡ଼ିଆ ଏବଂ ପଇତା ପ୍ରଦାନ କରିବା ସହିତ ଗଜପତିଙ୍କୁ ଆଶୀର୍ବାଦ କରିଥାନ୍ତି।

The post ଗଜପତି ମହାରାଜାଙ୍କ ପୁଷ୍ୟାଭିଷେକ ନୀତି ଅନୁଷ୍ଠିତ appeared first on .