ଗଞ୍ଜାମ ଆସିବେ ମୁଖ୍ୟମନ୍ତ୍ରୀ, ଯୁବଶକ୍ତି ସମାବେଶରେ ଯୋଗ ଦେଇ…

ଛତ୍ରପୁର,୨୨ା୬(ସନ୍ତୋଷ ପାଢ଼ୀ): ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ଗଞ୍ଜାମ ଜିଲା ଗସ୍ତରେ ଆସିବେ। ସକାଳ ୯ଟା ୩୦ ମିନିଟ୍‌ରେ ଆସିକାସ୍ଥିତ ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ଖେଳ ପଡିଆ ଠାରେ ରାଜ୍ୟ କ୍ରୀଡା ଓ ଯୁବ ସେବା ବିଭାଗ ଆନୁକୂଲ୍ୟରେ ଯୁବଶକ୍ତି ସମାବେଶ ଅନୁଷ୍ଠିତ ହେବ। ଏହି ଅବସରରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦାନ ପୂର୍ବକ ଛାତ୍ରୀଛାତ୍ରମାନଙ୍କୁ ଦିଗ୍‌ ଦର୍ଶନ ଦେବାର କାର୍ଯ୍ୟକ୍ରମ ରହିଛି। ଏଥିରେ ଗଞ୍ଜାମ […] The post ଗଞ୍ଜାମ ଆସିବେ ମୁଖ୍ୟମନ୍ତ୍ରୀ, ଯୁବଶକ୍ତି ସମାବେଶରେ ଯୋଗ ଦେଇ… appeared first on Dharitri Odia News.

ଗଞ୍ଜାମ ଆସିବେ ମୁଖ୍ୟମନ୍ତ୍ରୀ, ଯୁବଶକ୍ତି ସମାବେଶରେ ଯୋଗ ଦେଇ…

ଛତ୍ରପୁର,୨୨ା୬(ସନ୍ତୋଷ ପାଢ଼ୀ): ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ଗଞ୍ଜାମ ଜିଲା ଗସ୍ତରେ ଆସିବେ। ସକାଳ ୯ଟା ୩୦ ମିନିଟ୍‌ରେ ଆସିକାସ୍ଥିତ ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ଖେଳ ପଡିଆ ଠାରେ ରାଜ୍ୟ କ୍ରୀଡା ଓ ଯୁବ ସେବା ବିଭାଗ ଆନୁକୂଲ୍ୟରେ ଯୁବଶକ୍ତି ସମାବେଶ ଅନୁଷ୍ଠିତ ହେବ। ଏହି ଅବସରରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦାନ ପୂର୍ବକ ଛାତ୍ରୀଛାତ୍ରମାନଙ୍କୁ ଦିଗ୍‌ ଦର୍ଶନ ଦେବାର କାର୍ଯ୍ୟକ୍ରମ ରହିଛି। ଏଥିରେ ଗଞ୍ଜାମ ଜିଲାର ମହାବିଦ୍ୟାଳୟ ଛାତ୍ରୀଛାତ୍ର ଉପସ୍ଥିତ ରହିବେ।

ଏହି କାର୍ଯ୍ୟକ୍ରମରେ ଯୋଗଦାନ ପୂର୍ବକ ମୁଖ୍ୟମନ୍ତ୍ରୀ ଆସିକା ନିକଟସ୍ଥ ମା’ ଖମ୍ବେଶ୍ୱରୀଙ୍କ ଦର୍ଶନ କରିବା ନିମନ୍ତେ ସ୍ଥିର ହୋଇଛି। ଏହି କାର୍ଯ୍ୟକ୍ରମଟିରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ଏବଂ ଉଚ୍ଚ ଶିକ୍ଷା ତଥା ଯୁବ ସେବା ବ୍ୟାପାର ବିଭାଗୀୟ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛି। ଏଥି ସମେତ ଓଡ଼ିଶାର ବାଣିଜ୍ୟ, ପରିବହନ, ଇସ୍ପାତ ଓ ଖଣି ବିଭାଗୀୟ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଏବଂ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗୀୟ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।
ଏ ସମ୍ପର୍କରେ ଗଞ୍ଜାମ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ସୂଚନା ଦେଇଛନ୍ତି।

The post ଗଞ୍ଜାମ ଆସିବେ ମୁଖ୍ୟମନ୍ତ୍ରୀ, ଯୁବଶକ୍ତି ସମାବେଶରେ ଯୋଗ ଦେଇ… appeared first on Dharitri Odia News.