ଗଞ୍ଜାମ ଗସ୍ତରେ ଆସିବେ ଷ୍ଟାଣ୍ଡିଂ କମିଟି, ସ୍ଥିତି ସମୀକ୍ଷା କଲେ ଉପଜିଲାପାଳ
ଭଞ୍ଜନଗର,୧୧ା୭(ବାବୁଲା ପ୍ରଧାନ): ଓଡ଼ିଶା ବିଧାନସଭା ଷ୍ଟାଣ୍ଡିଂ କମିଟି -୪ ଆସନ୍ତା ୧୫ ଓ ୧୬ ତାରିଖ ଦୁଇ ଦିନିଆ ଗଞ୍ଜାମ ଜିଲା ଗସ୍ତରେ ଆସିବେ। କମିଟିର ଚେୟାରମ୍ୟାନ ତଥା ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ ନେତୃତ୍ୱରେ ୧୨ ଜଣିଆ କମିଟି ଜିଲାର ବିଭିନ୍ନ କଲେଜ, ବିଶବିଦ୍ୟାଳୟ ଏବଂ ବିଦ୍ୟାଳୟ ପରିଦର୍ଶନ କରିବେ। ଏହି ସମୟରେ ଷ୍ଟାଣ୍ଡିଂ କମିଟି ଶିକ୍ଷାନୁଷ୍ଠାନ ଗୁଡିକର ପରିଚାଳନା କମିଟି କର୍ମକର୍ତ୍ତା, ଛାତ୍ରୀଛାତ୍ରଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିବେ। ଏଥିସହ କଲେଜର ଭିତ୍ତିଭୂମି […] The post ଗଞ୍ଜାମ ଗସ୍ତରେ ଆସିବେ ଷ୍ଟାଣ୍ଡିଂ କମିଟି, ସ୍ଥିତି ସମୀକ୍ଷା କଲେ ଉପଜିଲାପାଳ appeared first on Dharitri Odia News.
ଭଞ୍ଜନଗର,୧୧ା୭(ବାବୁଲା ପ୍ରଧାନ): ଓଡ଼ିଶା ବିଧାନସଭା ଷ୍ଟାଣ୍ଡିଂ କମିଟି -୪ ଆସନ୍ତା ୧୫ ଓ ୧୬ ତାରିଖ ଦୁଇ ଦିନିଆ ଗଞ୍ଜାମ ଜିଲା ଗସ୍ତରେ ଆସିବେ। କମିଟିର ଚେୟାରମ୍ୟାନ ତଥା ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ ନେତୃତ୍ୱରେ ୧୨ ଜଣିଆ କମିଟି ଜିଲାର ବିଭିନ୍ନ କଲେଜ, ବିଶବିଦ୍ୟାଳୟ ଏବଂ ବିଦ୍ୟାଳୟ ପରିଦର୍ଶନ କରିବେ। ଏହି ସମୟରେ ଷ୍ଟାଣ୍ଡିଂ କମିଟି ଶିକ୍ଷାନୁଷ୍ଠାନ ଗୁଡିକର ପରିଚାଳନା କମିଟି କର୍ମକର୍ତ୍ତା, ଛାତ୍ରୀଛାତ୍ରଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିବେ। ଏଥିସହ କଲେଜର ଭିତ୍ତିଭୂମି ଅନୁଧ୍ୟାନ କରିବେ। କମିଟିର ଚେୟାରମ୍ୟାନ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ ସହ ସଭ୍ୟ ଭାବେ ବରିଷ୍ଠ ବିଧାୟକ ବଦ୍ରିନାରାୟଣ ପାତ୍ର, ବିଧାୟକ ଗଣେଶ୍ୱର ବେହେରା,ବିଧାୟକ ବିଭୂତି ଭୂଷଣ ବଳବନ୍ତରାୟ, ବିଧାୟକ ସରୋଜ କୁମାର ପାଢ଼ୀ, ବିଧାୟକ ଆର ଆର ବିଶ୍ବାଳ, ବିଧାୟକ ଅଖିଳ ଚନ୍ଦ୍ର ନାୟକ,ବିଧାୟକ ଶତ୍ରୁଘ୍ନ ଜେନା,ବିଧାୟକ ଅମରେନ୍ଦ୍ର ଦାସ, ବିଧାୟକ ଜଲେନ ନାଇକ, ବିଧାୟକ ନରସିଂହ ଭତ୍ର, ବିଧାୟକ ସାଗର ଚରଣ ଦାସ ଅଛନ୍ତି। ଦୁଇ ଦିନିଆ ଗସ୍ତ ସମୟରେ କମିଟି ୧୫ ତାରିଖ ଅପରାହ୍ନ ସାଢ଼େ ୩ ଟାରେ ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ପରିଦର୍ଶନ କରିବେ। କମିଟିର ଭଞ୍ଜନଗର ଉପଖଣ୍ଡ ଗସ୍ତକୁ ସଫଳ କରିବା ପାଇଁ ଉପଜିଲାପାଳ ଉମାଶଙ୍କର ବେହେରା ପ୍ରସ୍ତୁତି ଚଳାଇଛନ୍ତି। ତେଣୁ ଉପଜିଲାପାଳ ଗୁରୁବାର ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ପରିଦର୍ଶନ କରି ବିଭିନ୍ନ ସ୍ଥିତି ସମୀକ୍ଷା କରିଥିଲେ। ଏଥିସହ ଉକ୍ତ ଦିନ କ’ଣ କ’ଣ କାର୍ଯ୍ୟକ୍ରମ କରାଯିବ ସେ ଉପରେ ଉପଜିଲାପାଳ ବେହେରା ଅଧ୍ୟକ୍ଷ ରାଜେନ୍ଦ୍ର ଦାସଙ୍କୁ ପରାମର୍ଶ ଦେଇଥିଲେ। ଉପଜିଲାପାଳଙ୍କ ଗସ୍ତ ସମୟରେ ଡେପୁଟି କଲେକ୍ଟର ସୁମନ ଘୋଷ, ପ୍ରାଧ୍ୟାପକ କୁମୁନ୍ଦ ଚନ୍ଦ୍ର ମହାପାତ୍ର, ପ୍ରଶାସନିକ ଅଧିକାରୀ ବିଭାସ ଦାସ ପ୍ରମୁଖ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ, କମିଟି ୧୫ ତାରିଖ ସକାଳୁ ଭୁବନେଶ୍ୱରରୁ ବାହାରି ସକାଳ ସାଢ଼େ ୯ଟାରେ ଖଲ୍ଲିକୋଟ କଲେଜରେ ପହଞ୍ଚିବ। ସେଠାରେ କଲେଜ ପରିଚାଳନା କମିଟି ଏବଂ ଛାତ୍ରୀଛାତ୍ରଙ୍କ ବିଭିନ୍ନ ବିଷୟରେ ପଚାରି ବୁଝିବେ। ଏହାପରେ ଜି ଗଣ୍ଡାପଲ୍ଲୀ ଆଦର୍ଶ ବିଦ୍ୟାଳୟ ପରିଦର୍ଶନ କରିବେ। ସେଠାରୁ
ବ୍ରହ୍ମପୁର ବିଶବିଦ୍ୟାଳୟ ଯିବେ। ସେଠୀ ବିଶ୍ୱବିଦ୍ୟାଳୟର ବିଭିନ୍ନ କାର୍ଯ୍ୟ ସମୀକ୍ଷା କରିବେ। ଏହାପରେ ଉଚ୍ଚଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀମାନଙ୍କୁ ନେଇ ସମୀକ୍ଷା କରିବେ। ସେଠାରୁ ବ୍ରହ୍ମପୁର ଆସି ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ପରିଦର୍ଶନ କରିବେ। ସନ୍ଧ୍ୟାରେ ଜିଲାପାଳ, ଏସ୍ପି ସମେତ ଉଚ୍ଚଶିକ୍ଷା ବିଭାଗର ବିଭିନ୍ନ ଅଧିକାରୀଙ୍କ ସହ ଆଲୋଚନା କରିବେ। ୧୫ ତାରିଖ ସକାଳୁ ବ୍ରହ୍ମପୁର ସର୍କିଟ ହାଉସରୁ ବାହାରି ପୁରୁଷୋତ୍ତମପୁର ତାରା ତାରିଣୀ କଲେଜ ପରିଦର୍ଶନ ସହ ମନ୍ଦିର ଦର୍ଶନ କରିବେ। ସେଠାରୁ ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ପରିଦର୍ଶନରେ ଆସି ଭିତ୍ତିଭୂମି ବୁଲି ଦେଖିବେ। ଏଥିସହ ଛାତ୍ରୀଛାତ୍ରଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।
The post ଗଞ୍ଜାମ ଗସ୍ତରେ ଆସିବେ ଷ୍ଟାଣ୍ଡିଂ କମିଟି, ସ୍ଥିତି ସମୀକ୍ଷା କଲେ ଉପଜିଲାପାଳ appeared first on Dharitri Odia News.