ଗଞ୍ଜାମ ବରିଗୁଡା ଜଙ୍ଗଲରେ କାଠ ମାଫିଆଙ୍କ ଆତଙ୍କରାଜ, ଗ୍ରାମବାସୀଙ୍କ ଉପରକୁ ଫିଙ୍ଗିଲେ ବୋମା

ଆସିକା୨୭/୪: ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ବରିଗୁଡା ଜଙ୍ଗଲରେ କାଠ ମାଫିଆଙ୍କ ଆତଙ୍କରାଜ । ଧରାପଡିବା ଭୟରେ ଗାଁ ଲୋକଙ୍କ ଉପରକୁ କରିଛନ୍ତି ବୋମାମାଡ । ବିଳମ୍ବିତ ରାତିରେ ୪ ଜଣ ମୁଖାଧାରୀ ଦୁର୍ବୃତ୍ତ ଜଙ୍ଗଲରେ ଶାଗୁଆନ କାଠ କାଟୁଥିବାର ଖବର ପାଇ ଗାଁର ପ୍ରାୟ ୫୦ ଲୋକ ପହଞ୍ଚିଯାଇଥିଲେ । ଧରାପଡିବା ଭୟରେ ଲୋକଙ୍କ ଉପରକୁ ୨ଟି ବୋମା ଫିଙ୍ଗି ଚମ୍ପଟ ମାରିଛନ୍ତି ମାଫିଆ ।ତେବେ ବୋମା ମାଡରେ କାହାର କିଛି କ୍ଷତି ହୋଇନି । ଧରାକୋଟ ପୋଲିସ ଓ ବନପାଳ ଘଟଣାର ତଦନ୍ତ କରୁଛନ୍ତି ।    

ଗଞ୍ଜାମ ବରିଗୁଡା ଜଙ୍ଗଲରେ କାଠ ମାଫିଆଙ୍କ ଆତଙ୍କରାଜ, ଗ୍ରାମବାସୀଙ୍କ ଉପରକୁ ଫିଙ୍ଗିଲେ ବୋମା

ଆସିକା୨୭/୪: ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ବରିଗୁଡା ଜଙ୍ଗଲରେ କାଠ ମାଫିଆଙ୍କ ଆତଙ୍କରାଜ । ଧରାପଡିବା ଭୟରେ ଗାଁ ଲୋକଙ୍କ ଉପରକୁ କରିଛନ୍ତି ବୋମାମାଡ । ବିଳମ୍ବିତ ରାତିରେ ୪ ଜଣ ମୁଖାଧାରୀ ଦୁର୍ବୃତ୍ତ ଜଙ୍ଗଲରେ ଶାଗୁଆନ କାଠ କାଟୁଥିବାର ଖବର ପାଇ ଗାଁର ପ୍ରାୟ ୫୦ ଲୋକ ପହଞ୍ଚିଯାଇଥିଲେ । 

ଧରାପଡିବା ଭୟରେ ଲୋକଙ୍କ ଉପରକୁ ୨ଟି ବୋମା ଫିଙ୍ଗି ଚମ୍ପଟ ମାରିଛନ୍ତି ମାଫିଆ ।ତେବେ ବୋମା ମାଡରେ କାହାର କିଛି କ୍ଷତି ହୋଇନି । ଧରାକୋଟ ପୋଲିସ ଓ ବନପାଳ ଘଟଣାର ତଦନ୍ତ କରୁଛନ୍ତି ।