ଦାରିଦ୍ର୍ୟତାର ତାଡ଼ନା, ଭାଇର ଶୁଦ୍ଧି ପାଇଁ ଗାଁ ଗାଁରେ ଭିକ ମାଗିଲେ ଭଉଣୀ
ନୀଳଗିରି: ଭାଇର ଅକାଳ ଵିୟୋଗ ହେଲା।ଘରେ କେହି ନାହିଁ କି ନିଜର ସମ୍ବଳ ବି ନାହିଁ ଶୁଦ୍ଧି କରିବାକୁ।ଶେଷରେ ଶବକୁ ଅନ୍ତିମ ସଂସ୍କାର ନକରି ପାରି ପୋତିଦେବା ଭଳି ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ଧୋବଶିଳା ପଞ୍ଚାୟତ ଉଡାପଦା ଗାଁରେ।ରମେଶ ବିନ୍ଧାଣି ନାମକ ଯୁବକ ତାଙ୍କ ଭଉଣୀ ଝୁନୁଙ୍କ ସହ ଏକ ଭଙ୍ଗା ଚାଳିଆରେ ରୁହନ୍ତି। ତାଙ୍କ ସହ ଦୁଇଟି କୁନି କୁନି ଝିଅ ଓ ପୁଅ ମଧ୍ୟ ରହନ୍ତି। ଗତ ଶୁକ୍ରବାର ଦିନ ରମେଶଙ୍କର ଅକାଳ ବିୟୋଗ ହୋଇଥିଲା। ଅନ୍ତିମ ସଂସ୍କାର ପାଇଁ ଝୁନୁଙ୍କର ସମ୍ବଳ ନଥିବାରୁ ଶେଷରେ ଭାଇର ଶବ ପୋତି ଦେଇଥିଲେ। ହେଲେ ଅନ୍ତ୍ୟେଷ୍ଟି କ୍ରିୟା ପାଇଁ ଆଜି ଝୁନୁ କୁନି କୁନି ପିଲାଙ୍କ ସହ ଗାଁ ଗାଁରେ ଭିକ ମାଗୁଥୁବାର ଚିତ୍ର ଅଞ୍ଚଳବାସୀଙ୍କ ମନକୁ ଆନ୍ଦୋଳିତ କରି ଦେଇଛି। ଭାଇର ମାତ୍ର ୫ କିଲୋ ଚାଉଳରେ ଯେତିକି ଦିନ ଘରେ ଖାଇବା ହୁଏ। ବାକି ସମୟରେ ଖାଇବାକୁ ନପାଇ ଉପବାସରେ ରହୁଛନ୍ତି ଝୁନୁର ପରିବାର।ତେବେ ଗ୍ରାମବାସୀ ମାନେ ଝୁନୁଙ୍କ ଏମିତି ଅବସ୍ଥା ପାଇଁ ଦୁଃଖ ପ୍ରକାଶ କରିଛନ୍ତି। ଅଧା ସମୟରେ ପରିବାର ଭୋକ ଉପବାସରେ କାଟୁଥିବା ବେଳେ ଗ୍ରାମବାସୀ ମାନେ ଅନେକ ସମୟରେ ସାହାଯ୍ୟ କରନ୍ତି ବୋଲି କହନ୍ତି।ତେବେ ଏଭଳି ଅସହାୟ ପରିବାରଙ୍କ ଦୁଃଖ ସମୟରେ ସହାୟତା ପ୍ରଦାନ କରିବାକୁ ସାଧାରଣରେ ଦାବି ହୋଇଛି। ଏଭଳି ଏକ ସମ୍ବେଦନଶୀଳ ଘଟଣାକୁ ନେଇ ପ୍ରଶାସନିକ ଅଧିକାରୀ ମାନେ ତଦନ୍ତ ପୂର୍ବକ କାର୍ଯ୍ୟାନୁଷ୍ଠାନ ନ
ନୀଳଗିରି: ଭାଇର ଅକାଳ ଵିୟୋଗ ହେଲା।ଘରେ କେହି ନାହିଁ କି ନିଜର ସମ୍ବଳ ବି ନାହିଁ ଶୁଦ୍ଧି କରିବାକୁ।ଶେଷରେ ଶବକୁ ଅନ୍ତିମ ସଂସ୍କାର ନକରି ପାରି ପୋତିଦେବା ଭଳି ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ଧୋବଶିଳା ପଞ୍ଚାୟତ ଉଡାପଦା ଗାଁରେ।
ରମେଶ ବିନ୍ଧାଣି ନାମକ ଯୁବକ ତାଙ୍କ ଭଉଣୀ ଝୁନୁଙ୍କ ସହ ଏକ ଭଙ୍ଗା ଚାଳିଆରେ ରୁହନ୍ତି। ତାଙ୍କ ସହ ଦୁଇଟି କୁନି କୁନି ଝିଅ ଓ ପୁଅ ମଧ୍ୟ ରହନ୍ତି। ଗତ ଶୁକ୍ରବାର ଦିନ ରମେଶଙ୍କର ଅକାଳ ବିୟୋଗ ହୋଇଥିଲା। ଅନ୍ତିମ ସଂସ୍କାର ପାଇଁ ଝୁନୁଙ୍କର ସମ୍ବଳ ନଥିବାରୁ ଶେଷରେ ଭାଇର ଶବ ପୋତି ଦେଇଥିଲେ। ହେଲେ ଅନ୍ତ୍ୟେଷ୍ଟି କ୍ରିୟା ପାଇଁ ଆଜି ଝୁନୁ କୁନି କୁନି ପିଲାଙ୍କ ସହ ଗାଁ ଗାଁରେ ଭିକ ମାଗୁଥୁବାର ଚିତ୍ର ଅଞ୍ଚଳବାସୀଙ୍କ ମନକୁ ଆନ୍ଦୋଳିତ କରି ଦେଇଛି। ଭାଇର ମାତ୍ର ୫ କିଲୋ ଚାଉଳରେ ଯେତିକି ଦିନ ଘରେ ଖାଇବା ହୁଏ। ବାକି ସମୟରେ ଖାଇବାକୁ ନପାଇ ଉପବାସରେ ରହୁଛନ୍ତି ଝୁନୁର ପରିବାର।
ତେବେ ଗ୍ରାମବାସୀ ମାନେ ଝୁନୁଙ୍କ ଏମିତି ଅବସ୍ଥା ପାଇଁ ଦୁଃଖ ପ୍ରକାଶ କରିଛନ୍ତି। ଅଧା ସମୟରେ ପରିବାର ଭୋକ ଉପବାସରେ କାଟୁଥିବା ବେଳେ ଗ୍ରାମବାସୀ ମାନେ ଅନେକ ସମୟରେ ସାହାଯ୍ୟ କରନ୍ତି ବୋଲି କହନ୍ତି।ତେବେ ଏଭଳି ଅସହାୟ ପରିବାରଙ୍କ ଦୁଃଖ ସମୟରେ ସହାୟତା ପ୍ରଦାନ କରିବାକୁ ସାଧାରଣରେ ଦାବି ହୋଇଛି। ଏଭଳି ଏକ ସମ୍ବେଦନଶୀଳ ଘଟଣାକୁ ନେଇ ପ୍ରଶାସନିକ ଅଧିକାରୀ ମାନେ ତଦନ୍ତ ପୂର୍ବକ କାର୍ଯ୍ୟାନୁଷ୍ଠାନ ନେବା ଜରୁରୀ ହୋଇପଡିଛି।