୨ ଟି ସ୍ଥାନରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି
ଅନୁଗୁଳ/ଡେଲାଙ୍ଗ : ଅନୁଗୁଳୁ ଡେଲି ମାର୍କେଟରେ ଭୟାବହ ଅଗ୍ନିକାଣ୍ଡ । ଅନୁଗୋଳ ପୌରପାଳିକା ସଂଜୀବନୀ ମାର୍କେଟ ନିକଟରେ ଥିବା ପରିବା ମାର୍କେଟରେ ଘଟିଛି ଭୟାବହ ଅଗ୍ନିକାଣ୍ଡ । ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଯାଇଛି । ୨୦ରୁ ଅଧିକ ଦୋକାନ ଘର ସହ ଲକ୍ଷାଧିକ ଟଙ୍କାର ପନିପରିବା , ଦୁଇଟି ବାଇକ ସହ ଇଲେଟ୍ରୋନିକ ସରଞ୍ଜାମ ଜଳିପୋଡ଼ି ପାଉଁଶ ହୋଇଯାଇଛି । ପ୍ରଥମେ ସ୍ଥାନୀୟ ଲୋକେ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ ପରେ […]

ଅନୁଗୁଳ/ଡେଲାଙ୍ଗ : ଅନୁଗୁଳୁ ଡେଲି ମାର୍କେଟରେ ଭୟାବହ ଅଗ୍ନିକାଣ୍ଡ । ଅନୁଗୋଳ ପୌରପାଳିକା ସଂଜୀବନୀ ମାର୍କେଟ ନିକଟରେ ଥିବା ପରିବା ମାର୍କେଟରେ ଘଟିଛି ଭୟାବହ ଅଗ୍ନିକାଣ୍ଡ । ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଯାଇଛି । ୨୦ରୁ ଅଧିକ ଦୋକାନ ଘର ସହ ଲକ୍ଷାଧିକ ଟଙ୍କାର ପନିପରିବା , ଦୁଇଟି ବାଇକ ସହ ଇଲେଟ୍ରୋନିକ ସରଞ୍ଜାମ ଜଳିପୋଡ଼ି ପାଉଁଶ ହୋଇଯାଇଛି । ପ୍ରଥମେ ସ୍ଥାନୀୟ ଲୋକେ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ ପରେ ଅଗ୍ନିଶମ ବିଭାଗର ଦୁଇଟି ଟିମ ପହଂଚି ନିଆଁକୁ ଆୟତ କରିଥିଲେ । ବର୍ତ୍ତମାନ ସୁଦ୍ଧା ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।
ସେହିପରି ପୁରୀ ଜିଲ୍ଲା ଡେଲାଙ୍ଗ ପରିବା ହାଟରେ ଭୟାବହ ଅଗ୍ନିକାଣ୍ଡ । ଲକ୍ଷାଧିକ ଟଙ୍କାର ପନିପରିବା ସହ ଅନାନ୍ୟ ଜିନିଷ ଜଳିପୋଡି ପାଉଁଶ ହୋଇ ଯାଇଛି । ଗତକାଲି ବିଳମ୍ବିତ ରାତିରେ କେହି ଜଣେ ଦୃବୁତ୍ତ ନିଆଁ ଲଗାଇ ଦେଇଥିବା ବେଳେ ଖବରପାଇ ଘଟଣା ସ୍ଥଳରେ ପଂହଁଚି ନିଆଁକୁ ଆୟତ୍ତ କରିଥିଲା ଡେଲାଙ୍ଗ ଅଗ୍ନିଶମ ବାହିନୀ । କିନ୍ତୁ ସେତେବେଳକୁ ସବୁ ଜଳି ପୋଡି ପାଉଁଶ ହୋଇ ଯାଇଥିଲା । ତେବେ ଏହି ଭୟାବହ ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାରର ପନିପରିବା ସହ ଅନାନ୍ୟ ସାମଗ୍ରୀ ଜଳି ପୋଡ଼ି ପାଉଁଶ ହୋଇ ଯାଇଥିବା ସୂଚନା ମିଳିଛି । ଡେଲାଙ୍ଗ ପୋଲିସ ଜଣଙ୍କୁ ଅଟକ ରଖି ତଦନ୍ତ ଚଲାଇଥିବା ଜଣାପଡ଼ିଛି ।