ଆପଣଙ୍କ ସୋଫା ଉପରେ ଅଛି କି ବିମ୍, ଜାଣନ୍ତୁ ମନକୁ କେମିତି କରେ….

ଲିଭିଂ ରୁମ୍‌ ଘରର ଏମିତି ଏକ ଅଂଶ; ଯାହାର ସାଜସଜ୍ଜାକୁ ଦେଖିଲେ ପରିବାର ସଦସ୍ୟଙ୍କ ବୈଭବ, ସମ୍ପନ୍ନତା ଓ ମାନସିକତାକୁ ଠଉରେଇ ହୁଏ। ସେଥିପାଇଁ ଲିଭିଂ ରୁମ୍‌ର ସାଜସଜ୍ଜାକୁ ନେଇ ପ୍ରାୟ ଲୋକ ସଚେତନ ରହିଥାନ୍ତି। କିନ୍ତୁ ବେଳେବେଳେ ଛୋଟମୋଟ ବାସ୍ତୁଦୋଷ ଯୋଗୁ ଏହି ରୁମ୍‌କୁ ନେଇ ଅନେକ ସମସ୍ୟା ଉପୁଜିଥାଏ। ଜାଣନ୍ତୁ ଏହାର ପ୍ରତିକାର ସମ୍ପର୍କରେ… * ଲିଭିଂ ରୁମ୍‌ରେ ବିମ୍‌ ଥିଲେ, ଠିକ୍‌ ତା’ତଳକୁ ସୋଫା ପକାନ୍ତୁ ନାହିଁ। କାରଣ ବିମ୍‌ ତଳେ ବସାଉଠେ […] The post ଆପଣଙ୍କ ସୋଫା ଉପରେ ଅଛି କି ବିମ୍, ଜାଣନ୍ତୁ ମନକୁ କେମିତି କରେ…. appeared first on Dharitri Odia News.

ଆପଣଙ୍କ ସୋଫା ଉପରେ ଅଛି କି ବିମ୍, ଜାଣନ୍ତୁ ମନକୁ କେମିତି କରେ….

ଲିଭିଂ ରୁମ୍‌ ଘରର ଏମିତି ଏକ ଅଂଶ; ଯାହାର ସାଜସଜ୍ଜାକୁ ଦେଖିଲେ ପରିବାର ସଦସ୍ୟଙ୍କ ବୈଭବ, ସମ୍ପନ୍ନତା ଓ ମାନସିକତାକୁ ଠଉରେଇ ହୁଏ। ସେଥିପାଇଁ ଲିଭିଂ ରୁମ୍‌ର ସାଜସଜ୍ଜାକୁ ନେଇ ପ୍ରାୟ ଲୋକ ସଚେତନ ରହିଥାନ୍ତି। କିନ୍ତୁ ବେଳେବେଳେ ଛୋଟମୋଟ ବାସ୍ତୁଦୋଷ ଯୋଗୁ ଏହି ରୁମ୍‌କୁ ନେଇ ଅନେକ ସମସ୍ୟା ଉପୁଜିଥାଏ। ଜାଣନ୍ତୁ ଏହାର ପ୍ରତିକାର ସମ୍ପର୍କରେ…
* ଲିଭିଂ ରୁମ୍‌ରେ ବିମ୍‌ ଥିଲେ, ଠିକ୍‌ ତା’ତଳକୁ ସୋଫା ପକାନ୍ତୁ ନାହିଁ। କାରଣ ବିମ୍‌ ତଳେ ବସାଉଠେ କଲେ ମନ ଭାରାକ୍ରାନ୍ତ ରହିଥାଏ ବୋଲି ବିଶ୍ୱାସ କରାଯାଏ।
* ଲିଭିଂ ରୁମ୍‌ର ପୂର୍ବ ଦିଗରେ ଝରକା ଥିଲେ, ଘରେ ସକାରାତ୍ମକ ଊର୍ଜ୍ଜାର ପ୍ରଭାବ ବଢ଼ିଥାଏ।
* ଟିଭି/ମ୍ୟୁଜିକ୍‌ ସିଷ୍ଟମ କିମ୍ବା ଅନ୍ୟ ଯେକୌଣସି ଇଲେକ୍ଟ୍ରୋନିକ୍ସ ଉପକରଣକୁ ଲିଭିଂ ରୁମ୍‌ର ଦକ୍ଷିଣ ଦିଗରେ ରଖିବା ଶୁଭ ହୋଇଥାଏ।
* ଲିଭିଂ ରୁମ୍‌ରେ ସିଲିଂ କରିଥିଲେ ସେଠାରେ ଗୋଟିଏ ଝୁମର୍‌ ନ ଲଗାଇ ଦୁଇଟି ଝୁମର୍‌ ଏପରି ଲଗାଇବେ, ଯେମିତି ସିଲିଂର ମଝିଅଂଶ ଫାଙ୍କା ଲାଗୁଥିବ। ଏହା ବି ଶୁଭଫଳ ଦେଇଥାଏ।
* ଲିଭିଂ ରୁମ୍‌ରେ ସବୁବେଳେ କିଛି ତାଜା ଫୁଲ ରଖୁଥିଲେ, ପରିବାର ସଦସ୍ୟଙ୍କ ଭିତରେ ସମ୍ପର୍କ ଭଲ ରହେ ବୋଲି ବିଶ୍ୱାସ ରହିଛି।
* ଏହି ରୁମ୍‌ରେ ଧଳା/ହାଲ୍‌କା କମଳା/ହଳଦିଆ/ନୀଳ/ସବୁଜ ରଙ୍ଗର ପ୍ରୟୋଗ କରିବା ଶୁଭଙ୍କର ହୋଇଥାଏ।
* ଲିଭିଂ ରୁମ୍‌ର ଝରକା ଓ କବାଟରେ ମ୍ୟାଚିଂ କଲର୍‌ର ସ୍କ୍ରିନ୍‌ ଟାଙ୍ଗିଲେ ଭଲ ଦେଖାଯାଇଥାଏ।
* ଏହି ରୁମ୍‌ର କାନ୍ଥରେ ହଂସର ଛବି ହେଉ କିମ୍ବା ହସ ହସ ମୁହଁବାଲା ପୂରା ପରିବାରର ଫଟୋ ଲଗାଇଲେ ସକାରାତ୍ମକ ପ୍ରଭାବ ପଡ଼େ ବୋଲି ବିଶ୍ୱାସ କରାଯାଏ।

The post ଆପଣଙ୍କ ସୋଫା ଉପରେ ଅଛି କି ବିମ୍, ଜାଣନ୍ତୁ ମନକୁ କେମିତି କରେ…. appeared first on Dharitri Odia News.