ରୋଗୀ ପରିବହନ ସେବା ବାଧାପ୍ରାପ୍ତ: ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ଭଞ୍ଜନଗର,୧୧।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ମେଡ଼ିକାଲରେ କାର୍ଯ୍ୟରତ ଥିବା ୧୦୮ ଆମ୍ବୁଲାନ୍ସ କର୍ମଚାରୀ ଏକାଧିକ ଦାବିନେଇ ବୁଧବାର ଅପରାହ୍ନରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ କରିଛନ୍ତି। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଚାଲିବ ବୋଲି ସଙ୍ଘ ପକ୍ଷରୁ ସୂଚନା ଦିଆଯାଇଛି। ଅପରପକ୍ଷେ ଆମ୍ବୁଲାନ୍ସ କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁ ମାଗଣା ରୋଗୀ ପରିବହନ ସେବା ଭଞ୍ଜନଗର ଉପଖଣ୍ଡରେ ବାଧାପ୍ରାପ୍ତ ହୋଇଛି। ରୋଗୀମାନେ ଘରୁ ମେଡିକାଲ ଆସିବା, ମେଡିକାଲରୁ ଅନ୍ୟ ମେଡ଼ିକାଲକୁ ୧୦୮ ଆମ୍ବୁଲାନ୍ସରେ […] The post ରୋଗୀ ପରିବହନ ସେବା ବାଧାପ୍ରାପ୍ତ: ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ appeared first on Dharitri Odia News.

ରୋଗୀ ପରିବହନ ସେବା ବାଧାପ୍ରାପ୍ତ: ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ଭଞ୍ଜନଗର,୧୧।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ମେଡ଼ିକାଲରେ କାର୍ଯ୍ୟରତ ଥିବା ୧୦୮ ଆମ୍ବୁଲାନ୍ସ କର୍ମଚାରୀ ଏକାଧିକ ଦାବିନେଇ ବୁଧବାର ଅପରାହ୍ନରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ କରିଛନ୍ତି। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଚାଲିବ ବୋଲି ସଙ୍ଘ ପକ୍ଷରୁ ସୂଚନା ଦିଆଯାଇଛି। ଅପରପକ୍ଷେ ଆମ୍ବୁଲାନ୍ସ କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁ ମାଗଣା ରୋଗୀ ପରିବହନ ସେବା ଭଞ୍ଜନଗର ଉପଖଣ୍ଡରେ ବାଧାପ୍ରାପ୍ତ ହୋଇଛି। ରୋଗୀମାନେ ଘରୁ ମେଡିକାଲ ଆସିବା, ମେଡିକାଲରୁ ଅନ୍ୟ ମେଡ଼ିକାଲକୁ ୧୦୮ ଆମ୍ବୁଲାନ୍ସରେ ବୁଧବାର ଯିବା ସମ୍ଭବପର ହୋଇପାରିନାହିଁ। ଯାହାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସଙ୍ଘ ପକ୍ଷରୁ କୁହାଯାଇଛି ୧୧ ତାରିଖ ହେଲେ ମଧ୍ୟ କର୍ମଚାରୀମାନଙ୍କୁ ଦରମା ମିଳିନାହିଁ। ଫଳରେ କର୍ମଚାରୀ ମାନେ ଇଏମଆଇ ଦେବା, ଘର ଚଳାଇବାରେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାଜ୍ୟରେ ୭୦ ଜଣ କର୍ମଚାରୀଙ୍କୁ ବେନିୟମ ଭାବେ ଛଟେଇ କରାଯାଇଛି। ସେମାନଙ୍କୁ ତୁରନ୍ତ ପୁଣି ନିଯୁକ୍ତି ଦିଆଯାଉ। ଗଞ୍ଜାମ ଜିଲାର କର୍ମଚାରୀଙ୍କ ଗ୍ରାଚ୍ୟୁଇଟ ଟଙ୍କା ମିଳିବାକୁ ନାହିଁ। ଗାଡ଼ିର ଟାୟାର ଠିକ ନାହିଁ। ଏସି ଅଚଳ ହେଲାଣି। ଏଭଳି ୧୦୮ ଆମ୍ବୁଲାନ୍ସ ଗାଡିର ଅନେକ ସମସ୍ୟା ଅଛି। ଯାହାକୁ ନେଇ ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟମାନେ ଆମ ଉପରେ ଅସନ୍ତୋଷ ଝାଡୁଛନ୍ତି। ଡ୍ୟୁଟି ସମୟରେ ବିଶ୍ରାମ ନେବା ପାଇଁ ମେଡିକାଲ ପରିସରରେ ବିଶ୍ରାମ କକ୍ଷ ବ୍ୟବସ୍ଥା କରାଯାଉ। ଏଥିସହ ଅନେକ ସମୟରେ ଓଭର ଡ୍ୟୁଟି କରିବାକୁ ପଡୁଛି। ଏ ନେଇ କିଛି ବିକଳ୍ପ ବ୍ୟବସ୍ଥା କରାଯାଉ। ଆମ ମାନଙ୍କ ସମସ୍ୟାକୁ ତୁରନ୍ତ ସମାଧାନ କରାଯାଉ। ନଚେତ୍‌ ଏହି ଆନ୍ଦୋଳନ ଜାରି ରହିବ ବୋଲି ସଂଘର ଜଣେ କର୍ମକର୍ତ୍ତା ସୁଭତୋଷ ପାଣିଗ୍ରାହୀ ଗଣମାଧ୍ୟମ ସମ୍ମୁଖରେ ତାହା ପ୍ରକାଶ କରିଛନ୍ତି। ଅପରପକ୍ଷେ କର୍ମଚାରୀମାନେ ବୁଧବାର ଉପ ଜିଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଉପ ଜଲାପାଳଙ୍କୁ ଦେବାକୁ ଯାଇଥିଲେ।ମାତ୍ର ଉପ ଜିଲ୍ଲାପାଳ ବାହାରେ ଥିବା ଯୋଗୁ କର୍ମଚାରୀ ମାନେ ଦାବିପତ୍ର ଦେଇନପାରି ଫେରି ଆସିଛନ୍ତି। ଗୁରୁବାର ଦାବିପତ୍ର ପ୍ରଦାନ କରାଯିବ।

The post ରୋଗୀ ପରିବହନ ସେବା ବାଧାପ୍ରାପ୍ତ: ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ appeared first on Dharitri Odia News.