ଦଣ୍ଡ ନାଚ ବେଳେ ସାମାନ୍ୟ ଗଣ୍ଡଗୋଳରୁ ଗଡ଼ିଲା ମୁଣ୍ଡ, ମାରଣାସ୍ତ୍ର ସହ ବାପ-ପୁଅ ଗିରଫ
ବ୍ରହ୍ମପୁର ୩୧।୩: ଚାଲିଥିଲା ଦଣ୍ଡ ନାଚ । ଗୋଟିଏ ପଟେ ନାଚ ଗୀତର ଆସର ଜମିଥିବା ବେଳେ ଅନ୍ୟପଟେ ପଡ଼ିଲା ରକ୍ତର ଛିଟା । କାଳ୍ପନିକ ନାଟକ ଦେଖୁଥିବା ଦର୍ଶକ ଦେଖିଲେ ବାସ୍ତବ ହତ୍ୟାକାଣ୍ଡ । ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ଜେନା ସାହିରେ ଦାଣ୍ଡ ନାଚ ବେଳେ ଘଟିଲା ଏଭଳି ଅଭାବନୀୟ ଘଟଣା ।ସୂଚନାଯୋଗ୍ୟ ଯେ, ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ଜେନା ସାହିରେ ଚାଲିଥିବା ବେଳେ ବେଲ ଗାଁ କାଳୀ ମନ୍ଦିର କମିଟିର ଦୁଇ ଜଣଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଦଣ୍ଡ ନାଚ ଚାଲିଥିବା ବେଳେ ପ୍ରସାଦକୁ ନେଇ ଜଗଦୀଶ ଓ ତ୍ରିନାଥଙ୍କ ମଧ୍ୟରେ ପାଟିତୁଣ୍ଡ ଓ ଗଣ୍ଡଗୋଳ ହୋଇଥିଲା । ଏତିକି ବେଳେ ତ୍ରିନାଥ ଓ ପ୍ରଦୀପ ଏକ ଛୁରାରେ ଜଗଦୀଶଙ୍କ ଗଳାକୁ କାଟିବା ସହ ଶରୀରର ବିଭିନ୍ନ ସ୍ଥାନକୁ ଆକ୍ରମଣ କରିଥିଲେ । ଫଳରେ ଜଗଦୀଶ ଗୁରୁତର ଆହତ ହୋଇଥିଲେ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଜଗଦୀଶଙ୍କୁ ଏମକେସିଜି ମେଡିକାଲରେ ଭର୍ତ୍ତି କରିଥିଲେ ।ମେଡିକାଲରେ ଡାକ୍ତର ଜଗଦୀଶଙ୍କୁ ମୃତ ଘୋଷଣା କରିଥିଲେ ବୋଲି ମୃତକ ଜଗଦୀଶଙ୍କ ଭାଇ କହିଛନ୍ତି । ଅଘଟଣ ପରେ ନାଚ ଗୀତ ବନ୍ଦ ହୋଇଯାଇଥିଲା । ଘଟଣା ସମ୍ପର୍କରେ କିଛି ଜାଣିନଥିବା ନାଟ ଷ୍ଟେଜ ଲାଇଟ ଏଣ୍ଡ ସାଉଣ୍ଡ କର୍ମଚାରୀ କହିଛନ୍ତି ।ସେପଟେ ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି । ଘଟଣାସ୍ଥଳକୁ ବ୍ରହ୍ମପୁର ଏସପି ଗସ୍ତ କରି ଘଟଣାର ଅଧିକ ଯାଞ୍ଚ କରିଛନ୍ତ
ବ୍ରହ୍ମପୁର ୩୧।୩: ଚାଲିଥିଲା ଦଣ୍ଡ ନାଚ । ଗୋଟିଏ ପଟେ ନାଚ ଗୀତର ଆସର ଜମିଥିବା ବେଳେ ଅନ୍ୟପଟେ ପଡ଼ିଲା ରକ୍ତର ଛିଟା । କାଳ୍ପନିକ ନାଟକ ଦେଖୁଥିବା ଦର୍ଶକ ଦେଖିଲେ ବାସ୍ତବ ହତ୍ୟାକାଣ୍ଡ । ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ଜେନା ସାହିରେ ଦାଣ୍ଡ ନାଚ ବେଳେ ଘଟିଲା ଏଭଳି ଅଭାବନୀୟ ଘଟଣା ।
ସୂଚନାଯୋଗ୍ୟ ଯେ, ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ଜେନା ସାହିରେ ଚାଲିଥିବା ବେଳେ ବେଲ ଗାଁ କାଳୀ ମନ୍ଦିର କମିଟିର ଦୁଇ ଜଣଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଦଣ୍ଡ ନାଚ ଚାଲିଥିବା ବେଳେ ପ୍ରସାଦକୁ ନେଇ ଜଗଦୀଶ ଓ ତ୍ରିନାଥଙ୍କ ମଧ୍ୟରେ ପାଟିତୁଣ୍ଡ ଓ ଗଣ୍ଡଗୋଳ ହୋଇଥିଲା । ଏତିକି ବେଳେ ତ୍ରିନାଥ ଓ ପ୍ରଦୀପ ଏକ ଛୁରାରେ ଜଗଦୀଶଙ୍କ ଗଳାକୁ କାଟିବା ସହ ଶରୀରର ବିଭିନ୍ନ ସ୍ଥାନକୁ ଆକ୍ରମଣ କରିଥିଲେ । ଫଳରେ ଜଗଦୀଶ ଗୁରୁତର ଆହତ ହୋଇଥିଲେ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଜଗଦୀଶଙ୍କୁ ଏମକେସିଜି ମେଡିକାଲରେ ଭର୍ତ୍ତି କରିଥିଲେ ।

ମେଡିକାଲରେ ଡାକ୍ତର ଜଗଦୀଶଙ୍କୁ ମୃତ ଘୋଷଣା କରିଥିଲେ ବୋଲି ମୃତକ ଜଗଦୀଶଙ୍କ ଭାଇ କହିଛନ୍ତି । ଅଘଟଣ ପରେ ନାଚ ଗୀତ ବନ୍ଦ ହୋଇଯାଇଥିଲା । ଘଟଣା ସମ୍ପର୍କରେ କିଛି ଜାଣିନଥିବା ନାଟ ଷ୍ଟେଜ ଲାଇଟ ଏଣ୍ଡ ସାଉଣ୍ଡ କର୍ମଚାରୀ କହିଛନ୍ତି ।
ସେପଟେ ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି । ଘଟଣାସ୍ଥଳକୁ ବ୍ରହ୍ମପୁର ଏସପି ଗସ୍ତ କରି ଘଟଣାର ଅଧିକ ଯାଞ୍ଚ କରିଛନ୍ତି । ହତ୍ୟା ଘଟଣାରେ ବାପା, ପୁଅଙ୍କୁ ଗିରଫ କରି ଅଧିକ ତଦନ୍ତ କରୁଛି ପୋଲିସ । ସେମାନଙ୍କ ନିକଟରୁ ମାରଣାସ୍ତ୍ର ଜବତ କରିଛି ପୋଲିସ । ଶବକୁ ଜବତ କରି ପୋଷ୍ଟମର୍ଟମ ପାଇଁ ବଡ଼ ମେଡିକାଲକୁ ପଠାଯାଇଥିଲା । ଘଟଣାର ଅଧିକ ତଦନ୍ତ କରାଯାଉଥିବା ବ୍ରହ୍ମପୁର ଏସପି କହିଛନ୍ତି ।
You Can Read:
ଧର୍ମଶାଳାରେ ହିଙ୍ଗୁଳା ଯାତ୍ରା ଆରମ୍ଭ : ୫ ଦିନ ମଦ କିଣାବିକା ଉପରେ ରୋକ୍, ବିକିଲେ-ପିଇଲେ ଗଣିବେ ତଣ୍ଡ