ପାରିଶ୍ରମିକ ବୃଦ୍ଧି ନେଇ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଅଭିଯୋଗ ଆଣିଲେ ସ୍ବେଚ୍ଛାଗ୍ରାହୀ
କୋକସରା,୨୮ା୧୦(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ପାରିଶ୍ରମିକ ବୃଦ୍ଧି ଓ ଥଇଥାନ ନେଇ କଳାହାଣ୍ଡି ଜିଲା ସ୍ବେଚ୍ଛାଗ୍ରାହୀ ସଂଘ ପକ୍ଷରୁ ସଭାପତି ତେଜରାଜ ଦୁରିଆଙ୍କ ନେତୃତ୍ୱରେ ଭୁବନେଶ୍ୱରଠାରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଶିବିରରେ ଲିଖିତ ଅଭିଯୋଗ କରାଯାଇଛି। ସୂଚନା ଯୋଗ୍ୟ, ଓଡ଼ିଶା ପଞ୍ଚାୟତିରାଜ ଓ ଜଳ ପରିମଳ ବିଭାଗ ଦ୍ୱାରା ୨୦୧୭ ରୁ ରାଜ୍ୟର ପ୍ରତି ପଞ୍ଚାୟତରେ ଜଣେ ଲେଖାଏ ସ୍ବେଚ୍ଛାଗ୍ରାହୀଙ୍କୁ ନିଯୁକ୍ତି ଦିଆଯାଇଛି। ସ୍ବଚ୍ଛ ଭାରତ ମିଶନରେ ଏହି କର୍ମଚାରୀମାନେ କାର୍ଯ୍ୟ ସମ୍ପାଦନ କରିଆସୁଛନ୍ତି। ପ୍ରଥମ ପର୍ଯ୍ୟାୟରେ ମୋଟିଭେଟର […] The post ପାରିଶ୍ରମିକ ବୃଦ୍ଧି ନେଇ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଅଭିଯୋଗ ଆଣିଲେ ସ୍ବେଚ୍ଛାଗ୍ରାହୀ appeared first on Dharitri Odia News.
କୋକସରା,୨୮ା୧୦(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ପାରିଶ୍ରମିକ ବୃଦ୍ଧି ଓ ଥଇଥାନ ନେଇ କଳାହାଣ୍ଡି ଜିଲା ସ୍ବେଚ୍ଛାଗ୍ରାହୀ ସଂଘ ପକ୍ଷରୁ ସଭାପତି ତେଜରାଜ ଦୁରିଆଙ୍କ ନେତୃତ୍ୱରେ ଭୁବନେଶ୍ୱରଠାରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଶିବିରରେ ଲିଖିତ ଅଭିଯୋଗ କରାଯାଇଛି।
ସୂଚନା ଯୋଗ୍ୟ, ଓଡ଼ିଶା ପଞ୍ଚାୟତିରାଜ ଓ ଜଳ ପରିମଳ ବିଭାଗ ଦ୍ୱାରା ୨୦୧୭ ରୁ ରାଜ୍ୟର ପ୍ରତି ପଞ୍ଚାୟତରେ ଜଣେ ଲେଖାଏ ସ୍ବେଚ୍ଛାଗ୍ରାହୀଙ୍କୁ ନିଯୁକ୍ତି ଦିଆଯାଇଛି। ସ୍ବଚ୍ଛ ଭାରତ ମିଶନରେ ଏହି କର୍ମଚାରୀମାନେ କାର୍ଯ୍ୟ ସମ୍ପାଦନ କରିଆସୁଛନ୍ତି। ପ୍ରଥମ ପର୍ଯ୍ୟାୟରେ ମୋଟିଭେଟର ଭାବେ ନିୟୋଜିତ କରାଯିବା ସହ ସ୍ବଚ୍ଛ ଭାରତ ମିଶନରେ ପ୍ରତି ପଞ୍ଚାୟତରେ ଲୋକଙ୍କୁ ପାଇଖାନା ନିର୍ମାଣ ଓ ପରିମଳ ବ୍ୟବସ୍ଥା ଉପରେ ସଚେତନ କରି ଗ୍ରାମକୁ ବାହ୍ୟ ମଳମୁକ୍ତ କରିବାରେ ପ୍ରମୁଖ ଭୂମିକା ରହିଥିଲା।
ଦ୍ୱିତୀୟ ପର୍ଯ୍ୟାୟରେ ସ୍ବେଚ୍ଛାଗ୍ରାହୀ ଭାବେ ନିୟୋଜିତ କରି ପ୍ରତି ପଞ୍ଚାୟତର ସ୍ବଚ୍ଛ ଭାରତ ସମ୍ବନ୍ଧୀୟ କାଗଜପତ୍ର ସଂଗ୍ରହକରି ବ୍ଲକ୍କୁ ଦେବା ସହ ମୋବାଇଲ ଆପ୍ରେ ଅପ୍ଡେଟ୍ କରୁଥିଲେ। ତେବେ ବର୍ତ୍ତମାନ ସ୍ଥିତିରେ ସେମାନଙ୍କୁ ଅଣଦେଖାକରି କୌଣସି କାର୍ଯ୍ୟରେ ସାମିଲ କରାଯାଉ ନାହିଁ କିମ୍ବା ପାରିଶ୍ରମିକ ମଧ୍ୟ ଦିଆଯାଉ ନାହିଁ। ପୂର୍ବରୁ ଅଭିଯୋଗ ଶୁଣାଣିରେ ଦାବି ଉପସ୍ଥାପନ କରିବା ସତ୍ତ୍ୱେ କୌଣସି ପଦକ୍ଷେପ ନିଆଯାଇ ନାହିଁ। ଫଳରେ ପରିବାର ପ୍ରତିପୋଷଣ କଷ୍ଟସାଧ୍ୟ ହେଉଛି ବୋଲି ସ୍ବେଚ୍ଛାଗ୍ରାହୀମାନେ କହିଛନ୍ତି। ଦାବି ପ୍ରଦାନ ସମୟରେ ଜିଲା ସଭାପତି ଦୁରିଆଙ୍କ ସମେତ ଧର୍ମେନ୍ଦ୍ର କୁମାର ନାଗ, ସୁଶାନ୍ତ ବାଗ, ସୁକାନ୍ତି ନାଏକ, ଉପେନ୍ଦ୍ର ସୁନାନୀ, ଜିତେନ୍ଦ୍ର ପ୍ରଧାନ, ମଳୟ ନିଆଲ, ସୁନୀଲ ନାଏକ, ଗୋପବନ୍ଧୁ ସାହୁ, ଗୌରଚନ୍ଦ୍ର କର ପ୍ରମୁଖ ଉପସ୍ଥିତ ଥିଲେ।
The post ପାରିଶ୍ରମିକ ବୃଦ୍ଧି ନେଇ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଅଭିଯୋଗ ଆଣିଲେ ସ୍ବେଚ୍ଛାଗ୍ରାହୀ appeared first on Dharitri Odia News.