ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି: ଭିନ୍ନକ୍ଷମ ଭକ୍ତଙ୍କ ପାଇଁ ହେବ ସ୍ବତନ୍ତ୍ର ବ୍ୟବସ୍ଥା

ପୁରୀ,୨୦।୨ : ଭିନ୍ନକ୍ଷମ ଭକ୍ତ କିପରି ସୁରୁଖୁରୁରେ ଜଗା ଦର୍ଶନ ପରିପାରିବେ ଏନେଇ ମଙ୍ଗଳବାର ଛତିଶା ନିଯୋଗ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ବୈଠକରେ ଶ୍ରୀମନ୍ଦିର ନାଟ ମଣ୍ଡପ ମରାମତି ନେଇ ମଧ୍ୟ ଆଲୋଚନା ହୋଇଛି। ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ, ଏଏସଆଇ ପକ୍ଷରୁ ନାଟମଣ୍ଡପ ମରାମତି କାର୍ଯ୍ୟ କରିବା ପାଇଁ ମହାପ୍ରଭୁଙ୍କ ସଅଳ ନୀତିକାନ୍ତି ଅନୁଷ୍ଠିତଷ୍ଠି ହେବ। ଏହି କ୍ରମରେ ରାତି ୨ଟାରୁ ଦ୍ବାରଫିଟା ହୋଇ ବିଭିନ୍ନ ନୀତିକାନ୍ତି ଅନୁଷ୍ଠିତ ହେବା ପରେ ରାତି ୧୧ଟାରେ […] The post ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି: ଭିନ୍ନକ୍ଷମ ଭକ୍ତଙ୍କ ପାଇଁ ହେବ ସ୍ବତନ୍ତ୍ର ବ୍ୟବସ୍ଥା appeared first on Dharitri Odia News.

ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି: ଭିନ୍ନକ୍ଷମ ଭକ୍ତଙ୍କ ପାଇଁ ହେବ ସ୍ବତନ୍ତ୍ର ବ୍ୟବସ୍ଥା

ପୁରୀ,୨୦।୨ : ଭିନ୍ନକ୍ଷମ ଭକ୍ତ କିପରି ସୁରୁଖୁରୁରେ ଜଗା ଦର୍ଶନ ପରିପାରିବେ ଏନେଇ ମଙ୍ଗଳବାର ଛତିଶା ନିଯୋଗ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ବୈଠକରେ ଶ୍ରୀମନ୍ଦିର ନାଟ ମଣ୍ଡପ ମରାମତି ନେଇ ମଧ୍ୟ ଆଲୋଚନା ହୋଇଛି। ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ, ଏଏସଆଇ ପକ୍ଷରୁ ନାଟମଣ୍ଡପ ମରାମତି କାର୍ଯ୍ୟ କରିବା ପାଇଁ ମହାପ୍ରଭୁଙ୍କ ସଅଳ ନୀତିକାନ୍ତି ଅନୁଷ୍ଠିତଷ୍ଠି ହେବ। ଏହି କ୍ରମରେ ରାତି ୨ଟାରୁ ଦ୍ବାରଫିଟା ହୋଇ ବିଭିନ୍ନ ନୀତିକାନ୍ତି ଅନୁଷ୍ଠିତ ହେବା ପରେ ରାତି ୧୧ଟାରେ ମହାପ୍ରଭୁଙ୍କ ପହୁଡ଼ ନୀତି ଅନୁଷ୍ଠିତ ହେବ। ଆସନ୍ତା ୨୩ ଅର୍ଥାତ୍‌ ଫେବୃଆରୀ ୨୩ରୁ ମାର୍ଚ୍ଚ ୧୯ମଧ୍ୟରେ ପ୍ରତିଦିନ ଅପରାହ୍ନ ୧ଟାରୁ ସଂଧ୍ୟା ୭ଟା ଯାଏଁ ଏଏସଆଇ ମରାମତି କାର୍ଯ୍ୟ ତଦାରଖ କରିବ। ଏହା ପରେ ଭକ୍ତମାନେ ଦୈନନ୍ଦିନ ଦର୍ଶନ କରିବା ଭଳି ମହାପ୍ରଭୁଙ୍କ ଦର୍ଶନ କରିପାରିବେ।

ଅନ୍ୟପଟେ ଏଏସଆଇ ସୁପରିଟେଣ୍ଡଣ୍ଟ କହିଛନ୍ତି, ନାଟମଣ୍ଡପର ବିମ୍‌ରେ ହୋଇଥିବା ଫାଟର ମରାମତି କରାଯିବ। ଷ୍ଟେନଲେସ ଷ୍ଟିଲରେ ନିର୍ମିତ ବିମ୍‌ରେ ଏହାକୁ ସପୋର୍ଟ ଦିଆଯିବ। ତେବେ ବର୍ଷା ଦିନେ ନାଟମଣ୍ଡପରେ ପାଣି ଗଳୁଥିବା ସ୍ଥାନ ଗୁଡିଗୁଡିକର ମରାମତି କରାଯାଇଛି। ନାଟମଣ୍ଡପ ଛାତରେ ଫାଟ ସୃଷ୍ଟିି ହୋଇଥିବା କେତେକ ପଥର ଗୁଡ଼ିିକୁ ବଦଳା ଯାଇଛି। ରତ୍ନଭଣ୍ଡାରର ବାହ୍ୟ ପାର୍ଶର ଉତ୍ତର ପଟ କାନ୍ଥରେ ସାମାନ୍ୟ ଫାଟ ଥିବା ଲେଜର ସ୍କାନିଂରୁ ଜଣାପଡିଥିବା କହିଛନ୍ତି ଏଏସାଆଇ ସୁପରିଟେଣ୍ଡେଣ୍ଟ।

ସେପଟେ ଭିନ୍ନକ୍ଷମ ଭକ୍ତଙ୍କ ଶ୍ରୀମନ୍ଦିର ଦର୍ଶନ ନେଇ ଖୁବଶୀଘ୍ର ଏକ ସ୍ବତନ୍ତ୍ର ବ୍ୟବସ୍ଥା ଆରମ୍ଭ ହେବ। ଭିନ୍ନକ୍ଷମ ଭକ୍ତମାନେ ସ୍ବେଚ୍ଛାସେବୀଙ୍କ ସହାୟତାରେ ଶ୍ରୀମନ୍ଦିର ଭିତରକୁ ଯାଇ କାଳିଆ ଠାକୁରଙ୍କ ଦର୍ଶନ କରିପାରିବେ। କାଠରେ ନିର୍ମିିତ ହୁଇଲ ଚେୟାର ମାଧ୍ୟମରେ ଏହି ବ୍ୟବସ୍ଥା ହେବ। ଉତ୍ତର ଦ୍ୱାର ଦେଇ ଦିବ୍ୟାଙ୍ଗ ଭକ୍ତଙ୍କୁ ପ୍ରବେଶ କରାଯିବ। ତେବେ କେବଳ ଚତୁର୍ଦ୍ଧା ବିଗ୍ରହଙ୍କ ଦର୍ଶନ ପାଇଁ ଏହି ବ୍ୟବସ୍ଥା ରହିବ ବୋଲି ଜଣାପଡିଛି।

The post ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି: ଭିନ୍ନକ୍ଷମ ଭକ୍ତଙ୍କ ପାଇଁ ହେବ ସ୍ବତନ୍ତ୍ର ବ୍ୟବସ୍ଥା appeared first on Dharitri Odia News.