୨୮ରୁ ବଢ଼ିବ ତାତି

ଭୁବନେଶ୍ୱର,୨୫ା୨(ଅନୁରାଧା ମହାରଣା): ରାଜ୍ୟରେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ପାଣିପାଗରେ ବିଶେଷ ପରିବର୍ତ୍ତନ ହେବନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ତେବେ ୨୮ ତାରିଖରୁ ୨ରୁ ୩ ଡିଗ୍ରୀ ସେଲସିୟସ୍‌ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇପାରେ। ମଙ୍ଗଳବାର ତାପମାତ୍ରା ବୌଦ୍ଧରେ ସର୍ବାଧିକ ୩୬.୫ ଡିଗ୍ରୀ ସେଲସିୟସ୍‌ ରେକର୍ଡ କରାଯାଇଥିବାବେଳେ ଅନ୍ୟ କେତେକ ସ୍ଥାନରେ ୩୫ ଡିଗ୍ରୀ ଉପରେ ତାପମାତ୍ରା ରେକର୍ଡ କରାଯାଇଛି। ସେହିପରି ରାତି ତାପମାତ୍ରା ରାଉରକେଲାରେ ସର୍ବନିମ୍ନ ୧୪.୧ ଡିଗ୍ରୀ […] The post ୨୮ରୁ ବଢ଼ିବ ତାତି appeared first on Dharitri Odia News.

୨୮ରୁ ବଢ଼ିବ ତାତି

ଭୁବନେଶ୍ୱର,୨୫ା୨(ଅନୁରାଧା ମହାରଣା): ରାଜ୍ୟରେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ପାଣିପାଗରେ ବିଶେଷ ପରିବର୍ତ୍ତନ ହେବନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ତେବେ ୨୮ ତାରିଖରୁ ୨ରୁ ୩ ଡିଗ୍ରୀ ସେଲସିୟସ୍‌ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇପାରେ। ମଙ୍ଗଳବାର ତାପମାତ୍ରା ବୌଦ୍ଧରେ ସର୍ବାଧିକ ୩୬.୫ ଡିଗ୍ରୀ ସେଲସିୟସ୍‌ ରେକର୍ଡ କରାଯାଇଥିବାବେଳେ ଅନ୍ୟ କେତେକ ସ୍ଥାନରେ ୩୫ ଡିଗ୍ରୀ ଉପରେ ତାପମାତ୍ରା ରେକର୍ଡ କରାଯାଇଛି। ସେହିପରି ରାତି ତାପମାତ୍ରା ରାଉରକେଲାରେ ସର୍ବନିମ୍ନ ୧୪.୧ ଡିଗ୍ରୀ ସେଲସିୟସ୍‌ ରହିଥିଲା।

ଅନ୍ୟପଟେ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ଏବଂ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ପକ୍ଷରୁ କୃଷି ଓ ପାଣିପାଗ ସମନ୍ବିତ ମାର୍ଗଦର୍ଶିକା ଜାରି କରାଯାଇଛି। ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ବିଭିନ୍ନ ଫସଲ ଓ ପ୍ରାଣୀଧନ ସୁରକ୍ଷା ପାଇଁ ମାର୍ଗଦର୍ଶିକାରେ ବିସ୍ତୃତ ଭାବେ ସୂଚନା ଦିଆଯାଇଛି। ପନିପରିବା, ଫଳ, ଫୁଲ ଆଦି ବର୍ଗ ଅନୁସାରେ ଫସଲ ଓ ଏହାର ଅବସ୍ଥାକୁ ଦୃଷ୍ଟିରେ ରଖି ଆବଶ୍ୟକ ପଦକ୍ଷେପ ପାଇଁ ସତର୍କ କରାଯାଇଛି। ବିଶେଷକରି ଗ୍ରୀଷ୍ମକାଳୀନ ଝଡ଼ବର୍ଷାର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ କୁହାଯାଇଛି।

The post ୨୮ରୁ ବଢ଼ିବ ତାତି appeared first on Dharitri Odia News.