କ୍ୱାଲିଟି ଟେଷ୍ଟରେ ଫେଲ୍ ଭାରତର ୧୦୦ରୁ ଅଧିକ ଫାର୍ମାସୁଟିକଲ କମ୍ପାନୀ: କଫ ସିରଫରେ ରହିଛି ବିଷାକ୍ତ ସାମଗ୍ରୀ

ନୂଆଦିଲ୍ଲୀ: ଭାରତର ମସଲା ଆଦି ଖାଦ୍ୟରେ ବିଷାକ୍ତ ସାମଗ୍ରୀ ମିଶିବା ନେଇ ବିଦେଶରେ ବଦନାମ ହେବା ପରେ ଔଷଧ ସାମଗ୍ରୀକୁ ନେଇ ଖରାପ ରିପୋର୍ଟ ଆସିଛି। କଫ ସିରଫ ମାନ ନିର୍ଦ୍ଧାରଣ (କ୍ୱାଲିଟି ଟେଷ୍ଟ)ରେ ୧୦୦ରୁ ଅଧିକ ଭାରତୀୟ ଫାର୍ମ କମ୍ପାନୀ ଫେଲ୍ ମାରିଛନ୍ତି। ଏନେଇ ଇକୋନୋମିକ୍ସ ଟାଇମ୍ସରେ ରିପୋର୍ଟ ପ୍ରକାଶ ପାଇଛି। ପରୀକ୍ଷା କରାଯାଇଥିବା ସମସ୍ତ କଫ ସିରଫରେ ସମାନ ଟକ୍ସିନ ମିଳିଛି ଯେଉଁ ଟକ୍ସିନ ଦ୍ୱାରା ଗାମ୍ବିଆ, କ୍ୟାମେରୁନ ଓ ଉଜବେକିସ୍ତାନରେ ୧୪୧ପିଲାଙ୍କର ମୃତ୍ୟୁ ହୋଇଛି ବୋଲି ରିପୋର୍ଟରେ ପ୍ରକାଶ ପାଇଛି। ରିପୋର୍ଟ ଅନୁସାରେ, ଗାମ୍ବିଆର ପିଲାମାନେ ଖାଇଥିବା ଭାରତୀୟ କଫ ସିରଫରେ ଡାଏଇଥାଇଲିନ ଗ୍ଲାଇକଲ(ଡିଇଜି), ଇଥାଇଲି ଗ୍ଲାଇକୋଲ(ଇଜି) ମିଶିଥିଲା। ଫଳରେ ସେମାନଙ୍କର ଆକ୍ୟୁଟ୍ କିଡ୍‌ନୀ ଇଞ୍ଜୋରି(ଏକେଆଇ) ସମସ୍ୟା ସୃଷ୍ଟି ହୋଇଥିଲା। ବୃକକ ଖରାପ ହୋଇଯିବାରୁ ପିଲାମାନଙ୍କର ମୃତ୍ୟୁ ହୋଇଥିଲା। ଭାରତୀୟ କଫ ସିରଫ ଖାଇବା ଦ୍ୱାରା ବିଦେଶରେ ପିଲମାନଙ୍କର ମୃତ୍ୟୁ ହେବାରୁ ଭାରତର ବଦନାମ ଆରମ୍ଭ ହୋଇଯାଇଥିଲା। ଏହାପରେ ଭାରତ ସରକାର ୫୦ ବିଲିଅନର ଏହି ଇଣ୍ଡଷ୍ଟୀର ଛବି ସୁଧାରିବାକୁ ଉଦ୍ୟମ କରିଥିଲେ। ଫାର୍ମାସୁଟିକାଲ କମ୍ପାନୀଗୁଡ଼ିକୁ ନୂଆ ମେନୁଫେକ୍ଚରିଂ ଷ୍ଟାଣ୍ଡାର୍ଡର ଅନୁପାଳନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାର ଯାଞ୍ଚ ମଧ୍ୟ କରାଇଥିଲେ। ଏନେଇ କେନ୍ଦ୍ର ସରକାର କହିଥିଲେ ଯେ କଫ ସିରପ ଗୁଡ଼ିକ ବ୍ୟବାହର ପାଇଁ  ଯ

କ୍ୱାଲିଟି ଟେଷ୍ଟରେ ଫେଲ୍ ଭାରତର ୧୦୦ରୁ ଅଧିକ ଫାର୍ମାସୁଟିକଲ କମ୍ପାନୀ: କଫ ସିରଫରେ ରହିଛି ବିଷାକ୍ତ ସାମଗ୍ରୀ

ନୂଆଦିଲ୍ଲୀ: ଭାରତର ମସଲା ଆଦି ଖାଦ୍ୟରେ ବିଷାକ୍ତ ସାମଗ୍ରୀ ମିଶିବା ନେଇ ବିଦେଶରେ ବଦନାମ ହେବା ପରେ ଔଷଧ ସାମଗ୍ରୀକୁ ନେଇ ଖରାପ ରିପୋର୍ଟ ଆସିଛି। କଫ ସିରଫ ମାନ ନିର୍ଦ୍ଧାରଣ (କ୍ୱାଲିଟି ଟେଷ୍ଟ)ରେ ୧୦୦ରୁ ଅଧିକ ଭାରତୀୟ ଫାର୍ମ କମ୍ପାନୀ ଫେଲ୍ ମାରିଛନ୍ତି। ଏନେଇ ଇକୋନୋମିକ୍ସ ଟାଇମ୍ସରେ ରିପୋର୍ଟ ପ୍ରକାଶ ପାଇଛି। ପରୀକ୍ଷା କରାଯାଇଥିବା ସମସ୍ତ କଫ ସିରଫରେ ସମାନ ଟକ୍ସିନ ମିଳିଛି ଯେଉଁ ଟକ୍ସିନ ଦ୍ୱାରା ଗାମ୍ବିଆ, କ୍ୟାମେରୁନ ଓ ଉଜବେକିସ୍ତାନରେ ୧୪୧ପିଲାଙ୍କର ମୃତ୍ୟୁ ହୋଇଛି ବୋଲି ରିପୋର୍ଟରେ ପ୍ରକାଶ ପାଇଛି। 

ରିପୋର୍ଟ ଅନୁସାରେ, ଗାମ୍ବିଆର ପିଲାମାନେ ଖାଇଥିବା ଭାରତୀୟ କଫ ସିରଫରେ ଡାଏଇଥାଇଲିନ ଗ୍ଲାଇକଲ(ଡିଇଜି), ଇଥାଇଲି ଗ୍ଲାଇକୋଲ(ଇଜି) ମିଶିଥିଲା। ଫଳରେ ସେମାନଙ୍କର ଆକ୍ୟୁଟ୍ କିଡ୍‌ନୀ ଇଞ୍ଜୋରି(ଏକେଆଇ) ସମସ୍ୟା ସୃଷ୍ଟି ହୋଇଥିଲା। ବୃକକ ଖରାପ ହୋଇଯିବାରୁ ପିଲାମାନଙ୍କର ମୃତ୍ୟୁ ହୋଇଥିଲା। 

ଭାରତୀୟ କଫ ସିରଫ ଖାଇବା ଦ୍ୱାରା ବିଦେଶରେ ପିଲମାନଙ୍କର ମୃତ୍ୟୁ ହେବାରୁ ଭାରତର ବଦନାମ ଆରମ୍ଭ ହୋଇଯାଇଥିଲା। ଏହାପରେ ଭାରତ ସରକାର ୫୦ ବିଲିଅନର ଏହି ଇଣ୍ଡଷ୍ଟୀର ଛବି ସୁଧାରିବାକୁ ଉଦ୍ୟମ କରିଥିଲେ। ଫାର୍ମାସୁଟିକାଲ କମ୍ପାନୀଗୁଡ଼ିକୁ ନୂଆ ମେନୁଫେକ୍ଚରିଂ ଷ୍ଟାଣ୍ଡାର୍ଡର ଅନୁପାଳନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାର ଯାଞ୍ଚ ମଧ୍ୟ କରାଇଥିଲେ। ଏନେଇ କେନ୍ଦ୍ର ସରକାର କହିଥିଲେ ଯେ କଫ ସିରପ ଗୁଡ଼ିକ ବ୍ୟବାହର ପାଇଁ  ଯୋଗ୍ୟ ବୋଲି ନିର୍ମାତା ସେମାନଙ୍କର ଫାର୍ମାସ୍ୟୁଟିକାଲ୍ ଉତ୍ପାଦଗୁଡିକର ଗୁଣବତ୍ତା ପାଇଁ ଉତ୍ତରଦାୟୀ ରହିବା ଆବଶ୍ୟକ। 

ଏଥିସହିତ ଲାଇସେନ୍ସର ଆବଶ୍ୟକତା ପାଳନ, ନିରାପତ୍ତା, ଗୁଣବତ୍ତା କିମ୍ବା ଏହାକୁ ବ୍ୟବହାର କଲେ ରୋଗୀର କୌଣସି ସମସ୍ୟା ହେବ ନାହିଁ ବୋଲି କମ୍ପାନୀମାନେ ସୁନିଶ୍ଚିତ କରିବା ଉଚିତ ବୋଲି ସରକାର ନିର୍ଦ୍ଦେଶ ଦେଇଥିଲେ। ଏଥିସହିତ ଟେଷ୍ଟରେ ସଫଳ ହେଲେ କମ୍ପାନୀ ଏହାକୁ ବ୍ୟବହାର ଯୋଗ୍ୟ ବୋଲି ପ୍ରମାଣିତ କରିବା ଉଚିତ ବୋଲି ସରକାର କହିଥିଲେ।। ଭାରତର ଔଷଧକୁ ନେଇ ବିଶ୍ୱରେ ସତର୍କ ସୂଚନା ଜାରି ହେବା ପରେ ଭାରତ ସରକାର ଔଷଧର ମାନ ନିର୍ଦ୍ଦାରିତ ପ୍ରକ୍ରିୟାରେ ବ୍ୟାପକ ସୁଧାର ଆଣୁଛନ୍ତି। 

ସୂଚନା ଥାଉକି ଭାରତୀୟ ଫାର୍ମସୁଟିକାଲ ଇଣ୍ଡଷ୍ଟ୍ରୀ ପାଖାପାଖି ୫୦ ବିଲିଅନର ସମ୍ପତ୍ତି ସହ ପ୍ରଡକ୍ସନ ତୁଳନାରେ ବିଶ୍ୱର ତୃତୀୟ ସ୍ଥାନରେ ରହିଛି। ଜେନେରିକ ଔଷଧ ରପ୍ତାନୀରେ ବିଶ୍ୱରେ ଭାରତ ଆଗରେ ରହିଛି। ବିଶ୍ୱର ଅଧା ଭାକ୍ସିନ ଚାହିଦା ପୂରା କରିଛି। ଏହା ବାଦ ଆମେରିକାର ୪୦ ପ୍ରତିଶତ ଔଷଧର ଆବଶ୍ୟକତା ଓ ବ୍ରିଟେନ୍‌ରେ ଏକ ଚତୁର୍ଥାଂଶ ଔଷଧ ଭାରତ ପୂରା କରୁଛି।