ଓଡ଼ିଶାରେ ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରସ୍ତୁତି,ଜଗିବେ ୩୬ ହଜାର ପୋଲିସ ଫୋର୍ସ

ଭୁବନେଶ୍ବର ୩୧/୫:  ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରସ୍ତୁତ ଥିବା ପ୍ରେସମିଟ୍‌ରେ କହିଛନ୍ତି ଡିଜିପି ଅରୁଣ ଷଡଙ୍ଗୀ । ଶନିବାର ୬ଟି ଲୋକସଭା ଓ ୪୨ଟି ବିଧାନସଭା ଆସନରେ ନେତା ବାଛିବେ ଜନତା । ଏଥର ୧୦ ହଜାର ୮ଶହ ୮୨ ବୁଥ୍‌ରୁ ୨୧ ପ୍ରତିଶତ ଅର୍ଥାତ ୨ହଜାର ୨ଶହ ୮୦ ବୁଥ୍‌ ସମ୍ବେଦନଶୀଳ ।  ସୁରକ୍ଷା ପାଇଁ ମୁତୟନ ହେବେ ୩୬ ହଜାର ପୋଲିସ ଓ ୧୨୬ କଂପାନୀ କେନ୍ଦ୍ରୀୟ ଫୋର୍ସ,୮୬ ପ୍ଲାଟୁନ ଆର୍ମ ପୋଲିସ ଫୋର୍ସ ସହ ୨୦ ହଜାର ୫ଶହ ସିଭିଲ ପୋଲିସ ଫୋର୍ସ । ୧୦ରୁ ୧୨ଟି ବୁଥ୍‌ ପାଇଁ ଗୋଟିଏ ଲେଖାଏ ମୋବାଇଲ ପାର୍ଟି ନିୟୋଜିତ କରାଯାଇଥିବାବେଳେ ମୋଟ ୮୪୩ଟି ମୋବାଇଲ ପାଟ୍ରୋଲିଂ ପାର୍ଟି ମୁତୟନ ଅଛନ୍ତି । ଜିପିଏସ ଜରିଆରେ କଣ୍ଟ୍ରୋଲ ରୁମ୍‌କୁ ମନିଟର କରିବ ପାଟ୍ରୋଲିଂ ପାର୍ଟି । ବାଲେଶ୍ବର ଓ ମୟୂରଭଞ୍ଜ ଜିଲ୍ଲା ଝାଡଖଣ୍ଡ ଓ ପଶ୍ଚିମବଙ୍ଗର ସୀମାବର୍ତ୍ତୀ ଅଞ୍ଚଳ ହୋଇଥିବାରୁ ୨୧ଟି ଚେକ ପୋଷ୍ଟ କରାଯାଇ ଚେକିଂ କରାଯାଇଛି । ସୀମାବର୍ତ୍ତି ଚେକ ପୋଷ୍ଟରେ ସମସ୍ତ ଯାନବାହନକୁ ଚେକିଂ କରାଯାଉଛି । ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ମୁତାବକ ୨୫୫ଟି ଫ୍ଲାଇଁ ସ୍କ୍ୱାର୍ଡ ବୁଲୁଛି। ଏହା ବ୍ୟତୀତ ୨୫୫ଟି ଷ୍ଟାଟିକ ସର୍ଭେଲାନ୍ସ ଟିମ ପରିଭ୍ରମଣ କରୁଛି । ଏହି ୧୩ଟି ସ୍ଥାନରେ ଇଭିଏମ ଷ୍ଟ୍ରଙ୍ଗ ରୁମ ରହିଛି । ସେଠାରେ ମଧ୍ୟ ଇନର କର୍ଡନ ଦାୟିତ୍ୱରେ ଅର୍ଦ୍ଧ ସାମରିକ ବାହିନୀ କାମ କରିବ । ଆଉଟର କର୍ଡନ ଦାୟିତ୍ୱରେ ଓଡିଶା ପୋଲିସ ରହିବ । ଜାନୁଆରୀ

ଓଡ଼ିଶାରେ ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରସ୍ତୁତି,ଜଗିବେ ୩୬ ହଜାର ପୋଲିସ ଫୋର୍ସ

ଭୁବନେଶ୍ବର ୩୧/୫:  ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରସ୍ତୁତ ଥିବା ପ୍ରେସମିଟ୍‌ରେ କହିଛନ୍ତି ଡିଜିପି ଅରୁଣ ଷଡଙ୍ଗୀ । ଶନିବାର ୬ଟି ଲୋକସଭା ଓ ୪୨ଟି ବିଧାନସଭା ଆସନରେ ନେତା ବାଛିବେ ଜନତା । ଏଥର ୧୦ ହଜାର ୮ଶହ ୮୨ ବୁଥ୍‌ରୁ ୨୧ ପ୍ରତିଶତ ଅର୍ଥାତ ୨ହଜାର ୨ଶହ ୮୦ ବୁଥ୍‌ ସମ୍ବେଦନଶୀଳ ।  ସୁରକ୍ଷା ପାଇଁ ମୁତୟନ ହେବେ ୩୬ ହଜାର ପୋଲିସ ଓ ୧୨୬ କଂପାନୀ କେନ୍ଦ୍ରୀୟ ଫୋର୍ସ,୮୬ ପ୍ଲାଟୁନ ଆର୍ମ ପୋଲିସ ଫୋର୍ସ ସହ ୨୦ ହଜାର ୫ଶହ ସିଭିଲ ପୋଲିସ ଫୋର୍ସ । 

୧୦ରୁ ୧୨ଟି ବୁଥ୍‌ ପାଇଁ ଗୋଟିଏ ଲେଖାଏ ମୋବାଇଲ ପାର୍ଟି ନିୟୋଜିତ କରାଯାଇଥିବାବେଳେ ମୋଟ ୮୪୩ଟି ମୋବାଇଲ ପାଟ୍ରୋଲିଂ ପାର୍ଟି ମୁତୟନ ଅଛନ୍ତି । ଜିପିଏସ ଜରିଆରେ କଣ୍ଟ୍ରୋଲ ରୁମ୍‌କୁ ମନିଟର କରିବ ପାଟ୍ରୋଲିଂ ପାର୍ଟି । ବାଲେଶ୍ବର ଓ ମୟୂରଭଞ୍ଜ ଜିଲ୍ଲା ଝାଡଖଣ୍ଡ ଓ ପଶ୍ଚିମବଙ୍ଗର ସୀମାବର୍ତ୍ତୀ ଅଞ୍ଚଳ ହୋଇଥିବାରୁ ୨୧ଟି ଚେକ ପୋଷ୍ଟ କରାଯାଇ ଚେକିଂ କରାଯାଇଛି । ସୀମାବର୍ତ୍ତି ଚେକ ପୋଷ୍ଟରେ ସମସ୍ତ ଯାନବାହନକୁ ଚେକିଂ କରାଯାଉଛି । 

ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ମୁତାବକ ୨୫୫ଟି ଫ୍ଲାଇଁ ସ୍କ୍ୱାର୍ଡ ବୁଲୁଛି। ଏହା ବ୍ୟତୀତ ୨୫୫ଟି ଷ୍ଟାଟିକ ସର୍ଭେଲାନ୍ସ ଟିମ ପରିଭ୍ରମଣ କରୁଛି । ଏହି ୧୩ଟି ସ୍ଥାନରେ ଇଭିଏମ ଷ୍ଟ୍ରଙ୍ଗ ରୁମ ରହିଛି । ସେଠାରେ ମଧ୍ୟ ଇନର କର୍ଡନ ଦାୟିତ୍ୱରେ ଅର୍ଦ୍ଧ ସାମରିକ ବାହିନୀ କାମ କରିବ । ଆଉଟର କର୍ଡନ ଦାୟିତ୍ୱରେ ଓଡିଶା ପୋଲିସ ରହିବ । ଜାନୁଆରୀ ପ୍ରଥମ ସପ୍ତାହରୁ ଏପର୍ଯ୍ୟନ୍ତ ୫୫୫ଟି ଆଣ୍ଟି ନକ୍ସଲ ଅପରେସନ ହୋଇଛି

ନିର୍ବାଚନ ହେବାକୁ ଥିବା ଜିଲ୍ଲାରେ 36ଟି ନିର୍ବାଚନୀ ହିଂସା ମାମଲାରେ ୪୯ଟି ଅଭିଯୁକ୍ତ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।ଗୁରୁବାର ଭଦ୍ରକରେ ହୋଇଥିବା ନିର୍ବାଚନୀ ହିଂସାରେ 5ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।ଜାନୁଆରୀ ମାସ ପ୍ରଥମ ସପ୍ତାହରୁ ଏବେ ସୁଦ୍ଧା ୩୪ ହଜାର ୬୦୨ ୱାରେଣ୍ଟ ଇସ୍ୟୁ ହୋଇଛି। ୪ ହଜାର ପଳାତକଙ୍କ ବିରୋଧରେ ଲଟକା ଲାଗିଛି । ୧ ହଜାରରୁ ଅଧିକ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ଦଫା ୧୦୭, ୧୦୯, ୧୧୦ ଜରିଆରେ ଅଭିଯୁକ୍ତଙ୍କୁ ଦମନ କରାଯାଇଛି। ସମୁଦାୟ ୫୧ ହଜାରରୁ ଅଧିକ ପ୍ରୋସିଡିଂ ଜାରି ହୋଇଛି। ଭୁବନେଶ୍ୱର କଟକରେ ୩ ଜଣଙ୍କୁ ତଡିପାର ଘୋଷଣା କରାଯାଇଛି ।

ସେହିପରି ୧୧ ଜଣଙ୍କୁ NSAରେ ବୁକ କରାଯାଇଛି। ସ୍ପେଶାଲ ଡ୍ରାଇଭ ବଳରେ ୨୮୧ ଜଣଙ୍କ ଠାରୁ ବେଆଇନ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି । ୩ଟି ବନ୍ଧୁକ ତିଆରି ସ୍ଥାନ ଠାବ କରାଯାଇଛି । ୬ ଲକ୍ଷ ଲିଟର ମଦ ଜବତ କରାଯାଇଛି। ୨୬ ହଜାର ରୁ ଅଧିକ ଏନଡିପିଏସ୍ କେସ ହୋଇଛି। ୮୬୦ କୁଇଣ୍ଟାଲ ଗଞ୍ଜେଇ ଜବତ ହୋଇଛି । ୫ ହଜାର ଏକର ଜମିରୁ ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି । ୫ କେଜି ବ୍ରାଉନସୁଗର ଜବତ କରାଯାଇଛି । ସମୁଦାୟ ନିଶା ସାମଗ୍ରୀ ନଗତ ଟଙ୍କା ଜବତ ମୂଲ୍ୟ ଆନୁମାନିକ ୮୯ କୋଟି ହେବ । ସୋସିଆଲ ମିଡିଆ ମନିଟରିଂ ସେଲ ଗଠନ କରାଯାଇ ଆପତ୍ତିଜନକ ପୋଷ୍ଟ ହଟାଯାଇଛି । ଅଭିଯୁକ୍ତଙ୍କ ବିରୋଧରେ କେସ ରୁଜୁ ହୋଇଛି । ଅବାଧ, ମୁକ୍ତ, ନିରପେକ୍ଷ ନିର୍ବାଚନ ପାଇଁ ଓଡିଶା ପୋଲିସ ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି ଡିଜିପି ।


You Can read:

ଶନିବାର ପଡିବ ଶେଷ ଭୋଟ୍, ଦେଶରେ ୫୭ ଆସନ, ରାଜ୍ୟରେ ୬ ଲୋକସଭା ଓ ୪୨ ବିଧାନସଭା ପାଇଁ ମତଦାନ