ରାଫେଲ ଖସାଇ ଥିବା ପାକିସ୍ତାନର ଦାବି ପରେ ସରକାରଙ୍କ ଆସିଲା ବିବୃତ୍ତି , ସେୟାରରେ ପୁଣି ବୃଦ୍ଧି

ନୂଆଦିଲ୍ଲୀ - ଗତ ଏକ ମାସରେ ୩ ପ୍ରତିଶତ ହ୍ରାସ ଘଟିବା ପରେ, ସୋମବାର ରାଫେଲ ଜେଟ୍ ନିର୍ମାତା କମ୍ପାନୀ ଡସଲ୍ଟ ଆଭିଏସନର ସେୟାରରେ ପାଖାପାଖି ୧ ପ୍ରତିଶତ ବୃଦ୍ଧି ରେକର୍ଡ କରାଯାଇଛି। ଶେୟାର ମୂଲ୍ୟ ୨୯୮.୪୦ ୟୁରୋରେ ପହଞ୍ଚି ଯାଇଛି। ଏହି ବୃଦ୍ଧି ଭାରତର ପ୍ରତିରକ୍ଷା ସଚିବ ଆରକେ ସିଂହଙ୍କ ସେହି ବିବୃତ୍ତି ପରେ ଆସିଛି, ଯେଉଁଠି ସେ ପାକିସ୍ତାନ ଦ୍ୱାରା ଭାରତୀୟ ରାଫେଲ ଜେଟ୍‌ ଖସାଇବାର ଦାବିକୁ ସଂପୂର୍ଣ୍ଣ ଖାରଜ କରି ଦେଇ ଥିଲେ।ନିକଟରେ ଇଣ୍ଡୋନେସିଆରେ ମୁତୟନ ଜଣେ ଭାରତୀୟ ପ୍ରତିରକ୍ଷା ଆଟାଚି ଦାବି କରିଥିଲେ ଯେ, ଅପରେସନ ସିନ୍ଦୂର ( ୭ ମେ, ୨୦୨୫) ର ପ୍ରାରମ୍ଭିକ ପ୍ରର୍ଯ୍ୟାୟରେ ଭାରତୀୟ ବାୟୁସେନାକୁ କିଛି ଲଢୁଆ ବିମାନ ହରାଇବାକୁ ପଡ଼ିଥିଲା। ତାଙ୍କ ମୁତାବିକ, ଏହା ଏଥିପାଇଁ ହୋଇଥିଲା, କାରଣ ରାଜନୀତିକ ନେତୃତ୍ୱ ପାକିସ୍ତାନୀ ସାମରିକ ଠିକଣା ଉପରେ ଆକ୍ରମଣ କରିବାକୁ ମନା କରି ଦେଇ ଥିଲେ, ଏଥିରେ ଭାରତୀୟ ବିମାନ ଗୁଡ଼ିକୁ କେବଳ ଆତଙ୍କୀ ଠିକଣା ଉପରେ ହିଁ  ପ୍ରହାର କରିବାର ସ୍ୱାଧୀନତା ଥିଲା।ପ୍ରତିରକ୍ଷା ସଚିବ ଆରକେ ସିଂହ ସିଏନବିସି ଟିଭି-୧୮କୁ ଦେଇଥିବା ଇଣ୍ଟରଭ୍ୟୁରେ ଏହି ଦାବିକୁ ପୂରା ଭୁଲ ଦର୍ଶାଇଛନ୍ତି। ସେ ଜୋର ଦେଇ କହିଛନ୍ତି , ଆପଣ ବହୁ ବଚନରେ ରାଫେଲ୍ସର ବିଷୟରେ କହିଛନ୍ତି, ମୁଁ ଆପଣଙ୍କୁ କହିବାକୁ ଚାହୁଁଛି ଯେ, ଏହା ସତ୍ୟ ନୁହେଁ। ପାକିସ୍ତାନ ଭାରତ ଅପେକ୍ଷା ବହୁଗୁଣ ଅଧିକ କ୍ଷତି ସହିଛି। କେବଳ ଜୀବନ

ରାଫେଲ ଖସାଇ ଥିବା ପାକିସ୍ତାନର ଦାବି ପରେ ସରକାରଙ୍କ ଆସିଲା ବିବୃତ୍ତି , ସେୟାରରେ ପୁଣି ବୃଦ୍ଧି

ନୂଆଦିଲ୍ଲୀ - ଗତ ଏକ ମାସରେ ୩ ପ୍ରତିଶତ ହ୍ରାସ ଘଟିବା ପରେ, ସୋମବାର ରାଫେଲ ଜେଟ୍ ନିର୍ମାତା କମ୍ପାନୀ ଡସଲ୍ଟ ଆଭିଏସନର ସେୟାରରେ ପାଖାପାଖି ୧ ପ୍ରତିଶତ ବୃଦ୍ଧି ରେକର୍ଡ କରାଯାଇଛି। ଶେୟାର ମୂଲ୍ୟ ୨୯୮.୪୦ ୟୁରୋରେ ପହଞ୍ଚି ଯାଇଛି। ଏହି ବୃଦ୍ଧି ଭାରତର ପ୍ରତିରକ୍ଷା ସଚିବ ଆରକେ ସିଂହଙ୍କ ସେହି ବିବୃତ୍ତି ପରେ ଆସିଛି, ଯେଉଁଠି ସେ ପାକିସ୍ତାନ ଦ୍ୱାରା ଭାରତୀୟ ରାଫେଲ ଜେଟ୍‌ ଖସାଇବାର ଦାବିକୁ ସଂପୂର୍ଣ୍ଣ ଖାରଜ କରି ଦେଇ ଥିଲେ।

ନିକଟରେ ଇଣ୍ଡୋନେସିଆରେ ମୁତୟନ ଜଣେ ଭାରତୀୟ ପ୍ରତିରକ୍ଷା ଆଟାଚି ଦାବି କରିଥିଲେ ଯେ, ଅପରେସନ ସିନ୍ଦୂର ( ୭ ମେ, ୨୦୨୫) ର ପ୍ରାରମ୍ଭିକ ପ୍ରର୍ଯ୍ୟାୟରେ ଭାରତୀୟ ବାୟୁସେନାକୁ କିଛି ଲଢୁଆ ବିମାନ ହରାଇବାକୁ ପଡ଼ିଥିଲା। ତାଙ୍କ ମୁତାବିକ, ଏହା ଏଥିପାଇଁ ହୋଇଥିଲା, କାରଣ ରାଜନୀତିକ ନେତୃତ୍ୱ ପାକିସ୍ତାନୀ ସାମରିକ ଠିକଣା ଉପରେ ଆକ୍ରମଣ କରିବାକୁ ମନା କରି ଦେଇ ଥିଲେ, ଏଥିରେ ଭାରତୀୟ ବିମାନ ଗୁଡ଼ିକୁ କେବଳ ଆତଙ୍କୀ ଠିକଣା ଉପରେ ହିଁ  ପ୍ରହାର କରିବାର ସ୍ୱାଧୀନତା ଥିଲା।

ପ୍ରତିରକ୍ଷା ସଚିବ ଆରକେ ସିଂହ ସିଏନବିସି ଟିଭି-୧୮କୁ ଦେଇଥିବା ଇଣ୍ଟରଭ୍ୟୁରେ ଏହି ଦାବିକୁ ପୂରା ଭୁଲ ଦର୍ଶାଇଛନ୍ତି। ସେ ଜୋର ଦେଇ କହିଛନ୍ତି , ଆପଣ ବହୁ ବଚନରେ ରାଫେଲ୍ସର ବିଷୟରେ କହିଛନ୍ତି, ମୁଁ ଆପଣଙ୍କୁ କହିବାକୁ ଚାହୁଁଛି ଯେ, ଏହା ସତ୍ୟ ନୁହେଁ। ପାକିସ୍ତାନ ଭାରତ ଅପେକ୍ଷା ବହୁଗୁଣ ଅଧିକ କ୍ଷତି ସହିଛି। କେବଳ ଜୀବନ ଓ ସମ୍ପତ୍ତି ନୁହେଁ ବରଂ ୧୦୦ରୁ ଅଧକ ଆତଙ୍କବାଦୀଙ୍କର ମଧ୍ୟ କ୍ଷତି ହୋଇଛି। ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଯୁଦ୍ଧ ବେଳେ ଭାରତୀୟ ସଶସ୍ତ୍ର ବାହିନୀକୁ ପୂର୍ଣ୍ଣ ଅପରେସନାଲ ସ୍ୱାଧୀନତା ମିଳିଛି।

ଅପରେସନ ସିନ୍ଦୂରର ସଫଳତା ପରେ ଡସଲ୍ଟର ସେୟାରରେ ଖୁବ୍‌ ବୃଦ୍ଧି ଦେଖିବାକୁ ମିଳିଥିଲା। ପ୍ରାରମ୍ଭରେ ତ ସେୟାର ୬୬ ପ୍ରତିଶତ ଯାଏ ଆଗେଇ ଯାଇଥିଲା, କିନ୍ତୁ ପରେ ହ୍ରାସ ଆରମ୍ଭ ହୋଇ ଯାଇଥିଲା ଏବଂ ବର୍ତ୍ତମାନ ସୁଦ୍ଧା ମୋଟ ହ୍ରାସ ୪ପ୍ରତିଶତରୁ ଅଧିତ ଅଛି। ବିବାଦ ମଧ୍ୟରେ ସଚିବଙ୍କ ବିବୃତ୍ତି ନିବେଶକଙ୍କ ଭରସାକୁ ଫେରାଇ ଆଣିଛି।