କାଞ୍ଚନଜଙ୍ଗା ଦୁର୍ଘଟଣା: ଅତ୍ୟଧିକ ସ୍ପିଡ୍‌ ଥିଲା ମାଲବାହୀ ଟ୍ରେନ୍‌; କର୍ମଚାରୀ ଦାୟୀ

ନୂଆଦିଲ୍ଲୀ: କାଞ୍ଚନଜଙ୍ଗା ଟ୍ରେନ୍ ଟ୍ରାଜେଡିରେ ୧୦ ଜଣଙ୍କ ମୃତ୍ୟୁ ହୋଇଛି। ଏନେଇ ଆରମ୍ଭ ହୋଇଛି ଦୁର୍ଘଟଣାର କାରଣ ଖୋଜା। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ମାଲବାହୀ ଟ୍ରେନର କର୍ମଚାରୀମାନେ ନିୟମ ପାଳନ କରିବାରେ ବିଫଳ ହୋଇଛନ୍ତି ଏବଂ ଟ୍ରେନର ଅତ୍ୟଧିକ ବେଗକୁ ମଧ୍ୟ ଦାୟୀ କରିଛନ୍ତି।ପ୍ରକାଶ ଥାଉକି, ୬ ଜଣିଆ ଯାଞ୍ଚ ଟିମ୍ ପକ୍ଷରୁ ଦାଖଲ ହୋଇଥିବା ରିପୋର୍ଟରେ ଜୁନ୍ ୧୭ ଦୁର୍ଘଟଣା ପାଇଁ ରେଳ ବିଭାଗର କାର୍ଯ୍ୟନିର୍ବାହୀ ବିଭାଗକୁ ଦାୟୀ କରିଛି।ସୋମବାର ପଶ୍ଚିମବଙ୍ଗର ଦାର୍ଜିଲିଂରେ ବଡ଼ ଧରଣର ଟ୍ରେନ୍ ଦୁର୍ଘଟଣା ହୋଇଥିଲା ଅଗରତାଲାରୁ ସିଆଲଦା ଯାଉଥିବା କାଞ୍ଚନଜଙ୍ଗା ଏକ୍ସପ୍ରେସକୁ ଏକ ମାଲବାହୀ ପଛରୁ ଧକ୍କା ଦେଇଥିଲା। ଫଳରେ ଏହି ଭୟଙ୍କର ଦୁର୍ଘଟଣାରେ ୧୦ ଜଣ ପ୍ରାଣ ହରାଇଥିବା ବେଳେ ୪୭ ଜଣ ଆହତ ହୋଇଛନ୍ତି । ମାନବୀୟ ତ୍ରୁଟି ଯୋଗୁ ରେଳ ଦୁର୍ଘଟଣା ହୋଇଥିବା ରେଳ ବିଭାଗ ପ୍ରାରମ୍ଭିକ ରିପୋର୍ଟରେ ପ୍ରକାଶ କରିଥିଲା। ଖରାପ ସିଗନାଲ୍ ପାଇଁ ଅଘଟଣ ଘଟିଲା ବୋଲି କୁହାଯାଇଥିଲା। କାଞ୍ଚନଜଙ୍ଗା ଏକ୍ସପ୍ରେସ ତ୍ରିପୁରାର ଅଗରତାଲାରୁ ସିଆଲଦା ଯାଉଥିଲା । ରଙ୍ଗପାଣି ଷ୍ଟେସନ ପାର୍ କରିବା ପରେ ସକାଳ ୮.୫୫ ମିନିଟ୍‌ରେ ଏକ ମାଲବାହୀ ଟ୍ରେନ୍ ପଛରୁ ପିଟିଥିଲା । ଦୁର୍ଘଟଣା ପରେ ତିନୋଟି ବଗି ରେଳ ଧାରଣା ତଳକୁ ଖସିଯାଇଥିଲା । ଇଞ୍ଜିନ୍ ଉପରେ ଚଢ଼ିଯାଇଥିଲା ବଗି ।

କାଞ୍ଚନଜଙ୍ଗା ଦୁର୍ଘଟଣା: ଅତ୍ୟଧିକ ସ୍ପିଡ୍‌ ଥିଲା ମାଲବାହୀ ଟ୍ରେନ୍‌; କର୍ମଚାରୀ ଦାୟୀ

ନୂଆଦିଲ୍ଲୀ: କାଞ୍ଚନଜଙ୍ଗା ଟ୍ରେନ୍ ଟ୍ରାଜେଡିରେ ୧୦ ଜଣଙ୍କ ମୃତ୍ୟୁ ହୋଇଛି। ଏନେଇ ଆରମ୍ଭ ହୋଇଛି ଦୁର୍ଘଟଣାର କାରଣ ଖୋଜା। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ମାଲବାହୀ ଟ୍ରେନର କର୍ମଚାରୀମାନେ ନିୟମ ପାଳନ କରିବାରେ ବିଫଳ ହୋଇଛନ୍ତି ଏବଂ ଟ୍ରେନର ଅତ୍ୟଧିକ ବେଗକୁ ମଧ୍ୟ ଦାୟୀ କରିଛନ୍ତି।

ପ୍ରକାଶ ଥାଉକି, ୬ ଜଣିଆ ଯାଞ୍ଚ ଟିମ୍ ପକ୍ଷରୁ ଦାଖଲ ହୋଇଥିବା ରିପୋର୍ଟରେ ଜୁନ୍ ୧୭ ଦୁର୍ଘଟଣା ପାଇଁ ରେଳ ବିଭାଗର କାର୍ଯ୍ୟନିର୍ବାହୀ ବିଭାଗକୁ ଦାୟୀ କରିଛି।

ସୋମବାର ପଶ୍ଚିମବଙ୍ଗର ଦାର୍ଜିଲିଂରେ ବଡ଼ ଧରଣର ଟ୍ରେନ୍ ଦୁର୍ଘଟଣା ହୋଇଥିଲା ଅଗରତାଲାରୁ ସିଆଲଦା ଯାଉଥିବା କାଞ୍ଚନଜଙ୍ଗା ଏକ୍ସପ୍ରେସକୁ ଏକ ମାଲବାହୀ ପଛରୁ ଧକ୍କା ଦେଇଥିଲା। ଫଳରେ ଏହି ଭୟଙ୍କର ଦୁର୍ଘଟଣାରେ ୧୦ ଜଣ ପ୍ରାଣ ହରାଇଥିବା ବେଳେ ୪୭ ଜଣ ଆହତ ହୋଇଛନ୍ତି । 

ମାନବୀୟ ତ୍ରୁଟି ଯୋଗୁ ରେଳ ଦୁର୍ଘଟଣା ହୋଇଥିବା ରେଳ ବିଭାଗ ପ୍ରାରମ୍ଭିକ ରିପୋର୍ଟରେ ପ୍ରକାଶ କରିଥିଲା। ଖରାପ ସିଗନାଲ୍ ପାଇଁ ଅଘଟଣ ଘଟିଲା ବୋଲି କୁହାଯାଇଥିଲା। 

କାଞ୍ଚନଜଙ୍ଗା ଏକ୍ସପ୍ରେସ ତ୍ରିପୁରାର ଅଗରତାଲାରୁ ସିଆଲଦା ଯାଉଥିଲା । ରଙ୍ଗପାଣି ଷ୍ଟେସନ ପାର୍ କରିବା ପରେ ସକାଳ ୮.୫୫ ମିନିଟ୍‌ରେ ଏକ ମାଲବାହୀ ଟ୍ରେନ୍ ପଛରୁ ପିଟିଥିଲା । ଦୁର୍ଘଟଣା ପରେ ତିନୋଟି ବଗି ରେଳ ଧାରଣା ତଳକୁ ଖସିଯାଇଥିଲା । ଇଞ୍ଜିନ୍ ଉପରେ ଚଢ଼ିଯାଇଥିଲା ବଗି ।