ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୨୫ ବର୍ଷ ସଶ୍ରମ କାରାଦଣ୍ଡାଦେଶ
ଫୁଲବାଣୀ : ଆଜି ଫୁଲବାଣୀର ସ୍ଵତନ୍ତ୍ର ପକ୍ସୋ କୋର୍ଟ ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ଅଭିଯୁକ୍ତ ହେମନ୍ତ ମଲ୍ଲିକକୁ ୨୫ ବର୍ଷ ସଶ୍ରମ କାରାଦଣ୍ଡ ସହ ୬୦ ହଜାର ଟଙ୍କା ଜରିମାନା ଓ ଜରିମାନା ଅନାଦେୟ ଅଧିକ ୭ ମାସ ଜେଲ ଦଣ୍ଡର ରାୟ ଶୁଣାଇଛନ୍ତି । ଏହି ଅଘଟଣ ଘଟିଛି କନ୍ଧମାଳ ଜିଲ୍ଲା ଖଜୁରୀପଡା ଥାନା ଅଞ୍ଚଳରେ । ସୂଚନା ଅନୁଯାଇ, ଗତ ୯.୬.୨୦୨୨ ଦିନ ନାବାଳିକା ଏକ ପର୍ବତ ପୂଜାକୁ ଘର […] The post ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୨୫ ବର୍ଷ ସଶ୍ରମ କାରାଦଣ୍ଡାଦେଶ appeared first on KNews Odisha.

ଫୁଲବାଣୀ : ଆଜି ଫୁଲବାଣୀର ସ୍ଵତନ୍ତ୍ର ପକ୍ସୋ କୋର୍ଟ ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ଅଭିଯୁକ୍ତ ହେମନ୍ତ ମଲ୍ଲିକକୁ ୨୫ ବର୍ଷ ସଶ୍ରମ କାରାଦଣ୍ଡ ସହ ୬୦ ହଜାର ଟଙ୍କା ଜରିମାନା ଓ ଜରିମାନା ଅନାଦେୟ ଅଧିକ ୭ ମାସ ଜେଲ ଦଣ୍ଡର ରାୟ ଶୁଣାଇଛନ୍ତି । ଏହି ଅଘଟଣ ଘଟିଛି କନ୍ଧମାଳ ଜିଲ୍ଲା ଖଜୁରୀପଡା ଥାନା ଅଞ୍ଚଳରେ ।
ସୂଚନା ଅନୁଯାଇ, ଗତ ୯.୬.୨୦୨୨ ଦିନ ନାବାଳିକା ଏକ ପର୍ବତ ପୂଜାକୁ ଘର ପଡିସାର ଏକ ନାବାଳିକା ସାଙ୍ଗରେ ଯାଇ ସେଠାରୁ ଭୋଜି ଖାଇ ଫେରିବା ସମୟରେ ଅଭିଯୁକ୍ତ ସହ ଦେଖା ହୋଇଥିଲା । ନାବାଳିକା ତାଙ୍କୁ ଘରେ ଛାଡିଦେବାକୁ ଅଭିଯୁକ୍ତକୁ କହିଥିଲେ । ଅଭିଯୁକ୍ତ ହେମନ୍ତ ନାବାଳିକାକୁ ଘରେ ଛାଡିବା ବାହନରେ ଏକ ବିଲକୁ ନେଇ ଦୁଷ୍କର୍ମ କରିଥିଲା । ଘରେ ଏ ସମ୍ପର୍କରେ କହିଲେ, ଜୀବନରେ ମାରିଦେବ ବୋଲି ଧମକ ଦେଇଥିଲା ।
ଘରେ ନାବାଳିକାର ମା’ ନାବାଳିକାକୁ ଗାଧୋଇଲା ବେଳେ ଦେଖି ପଚାରିବାରୁ ଝିଅଟି ସତକଥ କହିଥିଲା । ଏ ନେଇ ୧୨.୬.୨୦୨୨ ରେ ଖଜୁରୀପଡା ଥାନାରେ ଲିଖିତ ରିପୋର୍ଟ ହୋଇଥିଲା । ଆଜି ମାନ୍ୟବର ପକ୍ସୋ କୋର୍ଟ ୧୨ ଜଣ ସାକ୍ଷୀଙ୍କ ବୟାନ, ମେଡିକାଲ ରିପୋର୍ଟ ଓ ପୀଡ଼ିତାର ବୟାନକୁ ବିଚାର କରି ଅଭିଯୁକ୍ତକୁ ୨୫ ବର୍ଷ ସଶ୍ରମ କାରାଦଣ୍ଡ ଓ ୬୦ ହଜାର ଟଙ୍କା ଜୋରିମାନା ଦଣ୍ଡ ଶୁଣାଇଛନ୍ତି ଓ ଜୋରିମାନା ଅନାଦେୟ ଅଧିକ ୭ ମାସ ଦଣ୍ଡାଦେଶ ରାୟ ଶୁଣାଇଛନ୍ତି । ଏହା ବ୍ଯତୀତ ପୀଡ଼ିତାକୁ ୭ ଲକ୍ଷ ଟଙ୍କା କ୍ଷତି ପୂରଣ ଦେବା ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣକୁ ନିର୍ଦେଶ ଦେଇଛନ୍ତି ।
The post ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୨୫ ବର୍ଷ ସଶ୍ରମ କାରାଦଣ୍ଡାଦେଶ appeared first on KNews Odisha.