ସଡ଼କ ଦୁର୍ଘଟଣାରେ ଜଣେ ମୃତ, କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତା ଅବରୋଧ

କରଞ୍ଜିଆ : ମୟୁରଭଞ୍ଜ ଜିଲ୍ଲା ସୀମାରେ ଥିବା ରରୁଆ ବ୍ଲକ ଅନ୍ତର୍ଗତ ଅଙ୍ଗାର ପଦା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି । ବାଇକ ଏବଂ କାର ମୁହାଁ ମୁହିଁ ହେବା ଯୋଗୁଁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଗୁରୁତର ଅଛନ୍ତି । ଦୁର୍ଘଟଣା ପରେ ଆହତଙ୍କୁ ପ୍ରଥମେ ରରୁଆ ଡାକ୍ତରଖାନା ଓ ପରେ କେନ୍ଦୁଝର ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ମୃତ ବ୍ୟକ୍ତିଙ୍କୁ କ୍ଷତିପୂରଣ ଦାବିରେ ଗାଁ ଲୋକେ ରାସ୍ତା ଅବରୋଧ କରିଛନ୍ତି । […] The post ସଡ଼କ ଦୁର୍ଘଟଣାରେ ଜଣେ ମୃତ, କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତା ଅବରୋଧ appeared first on KNews Odisha.

ସଡ଼କ ଦୁର୍ଘଟଣାରେ ଜଣେ ମୃତ, କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତା ଅବରୋଧ
accident

କରଞ୍ଜିଆ : ମୟୁରଭଞ୍ଜ ଜିଲ୍ଲା ସୀମାରେ ଥିବା ରରୁଆ ବ୍ଲକ ଅନ୍ତର୍ଗତ ଅଙ୍ଗାର ପଦା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି । ବାଇକ ଏବଂ କାର ମୁହାଁ ମୁହିଁ ହେବା ଯୋଗୁଁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଗୁରୁତର ଅଛନ୍ତି । ଦୁର୍ଘଟଣା ପରେ ଆହତଙ୍କୁ ପ୍ରଥମେ ରରୁଆ ଡାକ୍ତରଖାନା ଓ ପରେ କେନ୍ଦୁଝର ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ମୃତ ବ୍ୟକ୍ତିଙ୍କୁ କ୍ଷତିପୂରଣ ଦାବିରେ ଗାଁ ଲୋକେ ରାସ୍ତା ଅବରୋଧ କରିଛନ୍ତି । ଚମ୍ପୁଆ ଏବଂ ରରୁଆ ରାସ୍ତା ଅବରୋଧ ଯୋଗୁ ବହୁ ଗାଡି ଅଟକି ରହିଛି । ଘଟଣାସ୍ଥଳରେ ରରୁଆ ତହସିଲଦାର ଏବଂ ରରୁଆ ଥାନା ଅଧିକାରୀ ପହଁଚି ସ୍ଥାନୀୟ ଲୋକଙ୍କୁ ବୁଝାସୁଝା କରିଥିଲେବି ଖବର ଲେଖା ହେବା ପର୍ଯ୍ୟନ୍ତ ରାସ୍ତା ଅବରୋଧ ହଟି ନାହିଁ ।

The post ସଡ଼କ ଦୁର୍ଘଟଣାରେ ଜଣେ ମୃତ, କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତା ଅବରୋଧ appeared first on KNews Odisha.