ଇତିହାସ ରଚିଲେ ଆସ୍ଥା ପୁନିଆ, ଭାରତୀୟ ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ୍ ଭାବେ ଦେଲେ ଯୋଗ

ୟୁପିର ବାଗପତର ଝିଅ ଆସ୍ଥା ପୁନିଆ ଭାରତୀୟ ନୌସେନାରେ ଦେଶର ପ୍ରଥମ ମହିଳା ଫାଇଟର ପାଇଲଟ୍ ହୋଇ ଇତିହାସ ରଚିଛନ୍ତି । ୱିଙ୍ଗସ୍ ଅଫ୍ ଗୋଲ୍ଡ ପାଇବା ପରେ, ଆସ୍ଥା ପୁନିଆ ବର୍ତ୍ତମାନ ଭାରତୀୟ ନୌସେନାର ଫାଇଟର ପ୍ଲେନର ପାଇଲଟ୍ ହୋଇଛନ୍ତି । ଭବିଷ୍ୟତ ପିଢି ପାଇଁ ମଧ୍ୟ ଏକ ଉଦାହରଣ ପାଲଟିଛନ୍ତି । ସୂଚନାନୁଯାୟୀ, ଆସ୍ଥା ଜଣେ ଶିକ୍ଷିତ ପରିବାରର ପିଲା ବୋଲି ସୂଚନା ମିଳୁଛି । ତାଙ୍କ ବାପା ବାଗପତର ସରଧାନା ନବୋଦୟ ବିଦ୍ୟାଳୟରେ […] The post ଇତିହାସ ରଚିଲେ ଆସ୍ଥା ପୁନିଆ, ଭାରତୀୟ ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ୍ ଭାବେ ଦେଲେ ଯୋଗ appeared first on KNews Odisha.

ଇତିହାସ ରଚିଲେ ଆସ୍ଥା ପୁନିଆ, ଭାରତୀୟ ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ୍ ଭାବେ ଦେଲେ ଯୋଗ

ୟୁପିର ବାଗପତର ଝିଅ ଆସ୍ଥା ପୁନିଆ ଭାରତୀୟ ନୌସେନାରେ ଦେଶର ପ୍ରଥମ ମହିଳା ଫାଇଟର ପାଇଲଟ୍ ହୋଇ ଇତିହାସ ରଚିଛନ୍ତି । ୱିଙ୍ଗସ୍ ଅଫ୍ ଗୋଲ୍ଡ ପାଇବା ପରେ, ଆସ୍ଥା ପୁନିଆ ବର୍ତ୍ତମାନ ଭାରତୀୟ ନୌସେନାର ଫାଇଟର ପ୍ଲେନର ପାଇଲଟ୍ ହୋଇଛନ୍ତି । ଭବିଷ୍ୟତ ପିଢି ପାଇଁ ମଧ୍ୟ ଏକ ଉଦାହରଣ ପାଲଟିଛନ୍ତି ।

ସୂଚନାନୁଯାୟୀ, ଆସ୍ଥା ଜଣେ ଶିକ୍ଷିତ ପରିବାରର ପିଲା ବୋଲି ସୂଚନା ମିଳୁଛି । ତାଙ୍କ ବାପା ବାଗପତର ସରଧାନା ନବୋଦୟ ବିଦ୍ୟାଳୟରେ ଜଣେ ଶିକ୍ଷକ ଥିବାବେଳେ ମାଆ ସଂୟୋଗିତା ଚୌଧୁରୀ ମଧ୍ୟ ଜଣେ ଶିକ୍ଷୟିତ୍ରୀ । ଆରମ୍ଭରୁ ଆସ୍ଥାଙ୍କର ଭାରତୀୟ ନୌସେନାରେ ସାମିଲ ହେବା ପାଇଁ ଇଚ୍ଛୁକ ଥିଲେ । ଫଳରେ ସେ ମିରଟ ଏବଂ ରାଜସ୍ତାନରୁ ପଢା ସମ୍ପୂର୍ଣ୍ଣ କରିଥିଲେ । ଜୁଲାଇ ୩ରେ ବିଶାଖାପାଟଣାର INS ଡେଗାରେ ଦ୍ୱିତୀୟ ମୌଳିକ ହକ୍ କନଭର୍ସନ କୋର୍ସ କରି ଡିଗ୍ରୀ ହାସଲ କରିଥିଲେ । ଯେଉଁଠାରେ ତାଙ୍କୁ ୱିଙ୍ଗସ୍ ଅଫ୍ ଗୋଲ୍ଡ ସମ୍ମାନ ପ୍ରଦାନ କରାଯାଇଥିଲା । ସେ ରିଅର୍ ଆଡମିରାଲ୍ ଜନକ ବେଭଲିଙ୍କ ଦ୍ବାରା ଏହି ସମ୍ମାନରେ ସମ୍ମାନିତ ହୋଇଥିଲେ । ଏହି ସମ୍ମାନ କେବଳ ନୌସେନା ଯୁଦ୍ଧ ବିମାନର ପାଇଲଟଙ୍କୁ ଦିଆଯାଇଥାଏ ।

ଯଦି ତାଙ୍କ ସ୍କୁଲିଂ ବିଷୟରେ କୁହାଯାଏ ତେବେ ସେ ବାଗପତରୁ ପ୍ରାଥମିକ ଶିକ୍ଷା କରିଥିଲେ । ପରେ ଗିରଧାରୀ ଲାଲ ପବ୍ଲିକ୍ ସ୍କୁଲରୁ ମାଟ୍ରିକ ଏବଂ ଏସଡି ପବ୍ଲିକ୍ ସ୍କୁଲରୁ ଇଣ୍ଟରମିଏଟ୍ ପାସ୍ କରିଥିଲେ । +2 ପରେ ସେ ଦୁଇ ବର୍ଷ ପୂର୍ବେ ନୌସେନା ପାଇଁ ଆବେଦନ କରିଥିଲେ ।

ଅନ୍ୟପଟେ ଆସ୍ଥାଙ୍କ ବାପା କହିଛନ୍ତି ଯେ, ସ୍ବପ୍ନକୁ ସତ କରିବା ପାଇଁ ଆସ୍ଥା ତାଙ୍କ ଇଣ୍ଟରମିଡିଏଟ୍ ପରେ ଡିଫେନ୍ସ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ । ଗୋଟିଏ ବର୍ଷ ପୂର୍ବରୁ, ତାଙ୍କୁ ନୌସେନାରେ ଅଫିସର ଗ୍ରେଡ୍ ପାଇଁ ଚୟନ କରାଯାଇଥିଲା । ଏହା ପରେ, ସେ ଜଣେ ଫାଇଟର ପାଇଲଟ୍ ହେବା ପାଇଁ ଏକ ଆଟାଚମେଣ୍ଟ କୋର୍ସ କରିଥିଲେ । ଏହା ସହିତ ଆସ୍ଥାଙ୍କ ମା’ କହିଛନ୍ତି ଯେ, ଆମେ ଆମ ଝିଅ ପାଇଁ ଗର୍ବିତ । ପିଲାମାନଙ୍କ ସ୍ୱପ୍ନ ପୂରଣ କରିବା ଆମର ସବୁଠାରୁ ବଡ଼ ଖୁସି । ନିଜ କଠିନ ପରିଶ୍ରମ ଦ୍ୱାରା ସେ ପ୍ରମାଣ କରିଛି ଯେ ଝିଅମାନେ କାହାଠାରୁ କମ୍ ନୁହଁନ୍ତି । କାକା ଅଜୟ ପୁନିଆ ଏବଂ ବିକାଶ ପୁନିଆ କହିଛନ୍ତି- ଏହା ଆମ ପରିବାର ଏବଂ ଗାଁ ପାଇଁ ଗର୍ବର ବିଷୟ । ଏହି ଖୁସିକୁ ସେମାନଙ୍କ ମାମୁଁ ଜେଜେମାଆଙ୍କ ଘରେ ବହୁତ ଧୁମଧାମରେ ​​ପାଳନ କରିଥିଲେ।

ଏହାରି ମଧ୍ୟରେ ଆସ୍ଥା କହିଥିଲେ- ଝିଅମାନେ କେବେ ନିଜକୁ କମ ଭାବିବା ଉଚିତ୍ ନୁହେଁ । ଯଦି ଉଦ୍ଦେଶ୍ୟ ଦୃଢ଼ ଥାଏ ତେବେ ପ୍ରତ୍ୟେକ ଲକ୍ଷ୍ୟ ହାସଲ କରାଯାଇପାରିବ। ଝିଅମାନେ କୌଣସି କ୍ଷେତ୍ରରେ ପୁଅମାନଙ୍କଠାରୁ କମ୍ ନୁହଁନ୍ତି ।

Also Read : ରୁଷ ଲଞ୍ଚ କଲା ସୋୟୁଜ୍ 2.1a ରକେଟ, ଯାହା ୫୦ ଘଣ୍ଟା ମଧ୍ୟରେ ISSକୁ କରିବ ଯାତ୍ରା

 

The post ଇତିହାସ ରଚିଲେ ଆସ୍ଥା ପୁନିଆ, ଭାରତୀୟ ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ୍ ଭାବେ ଦେଲେ ଯୋଗ appeared first on KNews Odisha.