କିକ୍‌ଷ୍ଟାର୍ଟ ସହ ପଏଣ୍ଟ ବାଣ୍ଟିଲା ଓଏଫ୍‌ସି

ଭୁବନେଶ୍ୱର,୨୫ା୧(ସରୋଜ ଜେନା): ଇଣ୍ଡିଆନ୍‌ ଓମେନ୍ସ ଲିଗ୍‌ରେ ନିଜର ଅପରାଜେୟ ଧାରା ବଜାୟ ରଖିଛି ଓଡ଼ିଶା ଏଫ୍‌ସି(ଓଏଫ୍‌ସି)। ବୁଧବାର ବେଙ୍ଗାଲୁରୁ ଫୁଟବଲ ଷ୍ଟାଡିୟମରେ କର୍ନାଟକର କିକ୍‌ଷ୍ଟାର୍ଟ ଏଫ୍‌ସି ବିପକ୍ଷରେ ଦଳ ୦-୦ରେ ଏହାର ମ୍ୟାଚ୍‌ ଅମୀମାଂସିତ ରଖିଛି। ଏହା ସହିତ ଦଳ ପଏଣ୍ଟ ଟେବୁଲରେ ୧ ନମ୍ବର ସ୍ଥାନ ବଜାୟ ରଖିଛି। ମ୍ୟାଚ୍‌ର ପଞ୍ଚମ ମିନିଟରେ ଓଏଫ୍‌ସି ପାଇଁ ସ୍କୋର କରିବାର ସୁଯୋଗ ସୃଷ୍ଟି କରିଥିଲେ ପ୍ୟାରୀ ଖାଖା। ତେବେ କିକ୍‌ଷ୍ଟାର୍ଟ ଗୋଲକିପର ଏହାକୁ ରୋକି ଦେଇଥିଲେ। ୨୭ […] The post କିକ୍‌ଷ୍ଟାର୍ଟ ସହ ପଏଣ୍ଟ ବାଣ୍ଟିଲା ଓଏଫ୍‌ସି appeared first on Dharitri Odia News.

କିକ୍‌ଷ୍ଟାର୍ଟ ସହ ପଏଣ୍ଟ ବାଣ୍ଟିଲା ଓଏଫ୍‌ସି

ଭୁବନେଶ୍ୱର,୨୫ା୧(ସରୋଜ ଜେନା): ଇଣ୍ଡିଆନ୍‌ ଓମେନ୍ସ ଲିଗ୍‌ରେ ନିଜର ଅପରାଜେୟ ଧାରା ବଜାୟ ରଖିଛି ଓଡ଼ିଶା ଏଫ୍‌ସି(ଓଏଫ୍‌ସି)। ବୁଧବାର ବେଙ୍ଗାଲୁରୁ ଫୁଟବଲ ଷ୍ଟାଡିୟମରେ କର୍ନାଟକର କିକ୍‌ଷ୍ଟାର୍ଟ ଏଫ୍‌ସି ବିପକ୍ଷରେ ଦଳ ୦-୦ରେ ଏହାର ମ୍ୟାଚ୍‌ ଅମୀମାଂସିତ ରଖିଛି। ଏହା ସହିତ ଦଳ ପଏଣ୍ଟ ଟେବୁଲରେ ୧ ନମ୍ବର ସ୍ଥାନ ବଜାୟ ରଖିଛି। ମ୍ୟାଚ୍‌ର ପଞ୍ଚମ ମିନିଟରେ ଓଏଫ୍‌ସି ପାଇଁ ସ୍କୋର କରିବାର ସୁଯୋଗ ସୃଷ୍ଟି କରିଥିଲେ ପ୍ୟାରୀ ଖାଖା। ତେବେ କିକ୍‌ଷ୍ଟାର୍ଟ ଗୋଲକିପର ଏହାକୁ ରୋକି ଦେଇଥିଲେ। ୨୭ ତମ ମିନିଟରେ ପ୍ୟାରୀଙ୍କ ଆଉ ଏକ ପ୍ରୟାସକୁ ରୋକିବାରେ ସଫଳ ହୋଇଥିଲା କିକ୍‌ଷ୍ଟାର୍ଟ। ପ୍ରଥମାର୍ଦ୍ଧ ୦-୦ରେ ଶେଷ ହୋଇଥିବା ବେଳେ ଦ୍ୱିତୀୟାର୍ଦ୍ଧର ୫୨ ତମ ମିନିଟରେ ଇନ୍ଦୁମତୀ କାଥିରସେନ ଓ ୭୮ ତମ ମିନିଟରେ ପ୍ୟାରୀ ଖାଖାଙ୍କ ଏକ ଶଟ୍‌କୁ ରୋକିବାରେ ସଫଳ ହୋଇଥିଲେ। ଓଏଫ୍‌ସି ୪ ଫେବୃୟାରୀରେ ସ୍ପୋଟର୍‌ସ ଓଡ଼ିଶା ବିପକ୍ଷରେ ଏହାର ପରବର୍ତ୍ତୀ ମ୍ୟାଚ୍‌ ଖେଳିବ।

 

The post କିକ୍‌ଷ୍ଟାର୍ଟ ସହ ପଏଣ୍ଟ ବାଣ୍ଟିଲା ଓଏଫ୍‌ସି appeared first on Dharitri Odia News.