ମୁକୁନ୍ଦପୁର ଘାଟିରେ ଓଲଟିଲା ବସ୍‌, ୨୩ ଆହତ, ୩ ଗୁରୁତର

ରାୟଗଡ଼ା,୨୭।୩(ଆଶିଷ ରଞ୍ଜନ ପଣ୍ଡା): ମୁକୁନ୍ଦପୁର ଘାଟିରେ ବସ ଓଲଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୨୩ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ୩ ଜଣ ଯାତ୍ରୀ ଗୁରୁତର ଅବସ୍ଥାରେ ରହିଥିବା ଜଣାପଡିଛି। ଆହତ ସମସ୍ତଙ୍କୁ ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଘଟଣାରୁ ପ୍ରକାଶ ଯେ, ଓଡି ୨୧ ଏ ୩୭୭୭ ତୁଫାନ( ମା ବାଙ୍ଗାରାମା) ବସରେ ୪୫ ଜଣ ଯାତ୍ରୀଙ୍କୁ ନେଇ ଧରି ବସଟି ବ୍ରହ୍ମପୁର ନିକଟ ହିଞ୍ଜିଳିକାଟୁରୁ ରାୟଗଡା ଅଭିମୁଖେ ଆସୁଥିବା ସମୟରେ […] The post ମୁକୁନ୍ଦପୁର ଘାଟିରେ ଓଲଟିଲା ବସ୍‌, ୨୩ ଆହତ, ୩ ଗୁରୁତର appeared first on Dharitri Odia News.

ମୁକୁନ୍ଦପୁର ଘାଟିରେ ଓଲଟିଲା ବସ୍‌, ୨୩ ଆହତ, ୩ ଗୁରୁତର

ରାୟଗଡ଼ା,୨୭।୩(ଆଶିଷ ରଞ୍ଜନ ପଣ୍ଡା): ମୁକୁନ୍ଦପୁର ଘାଟିରେ ବସ ଓଲଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୨୩ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ୩ ଜଣ ଯାତ୍ରୀ ଗୁରୁତର ଅବସ୍ଥାରେ ରହିଥିବା ଜଣାପଡିଛି। ଆହତ ସମସ୍ତଙ୍କୁ ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଘଟଣାରୁ ପ୍ରକାଶ ଯେ, ଓଡି ୨୧ ଏ ୩୭୭୭ ତୁଫାନ( ମା ବାଙ୍ଗାରାମା) ବସରେ ୪୫ ଜଣ ଯାତ୍ରୀଙ୍କୁ ନେଇ ଧରି ବସଟି ବ୍ରହ୍ମପୁର ନିକଟ ହିଞ୍ଜିଳିକାଟୁରୁ ରାୟଗଡା ଅଭିମୁଖେ ଆସୁଥିବା ସମୟରେ କୋଲନରା ବ୍ଲକ ମୁକୁନ୍ଦପୁର ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ବର୍ତ୍ତମାନ ସୁଦ୍ଧା ୨୩ ଜଣ ସାମାନ୍ୟ ଆହତ ଥିବା ବେଳେ ଯାତ୍ରୀଙ୍କୁ ଆମ୍ବୁଲାନ୍ସ ଯୋଗେ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସେଥିମଧ୍ୟରୁ ୩ ଜଣ ଯାତ୍ରୀ ଗୁରୁତର ଥିବା ଜଣାପଡିଛି। ସମସ୍ତ ଗୁରୁତରଙ୍କୁ ଅମ୍ବୁଲାନ୍ସ ଯୋଗେ ଜିଲା ମୁଖ୍ୟ ଚିକିତ୍ସାୟରେ ଭର୍ତ୍ତି ହୋଇଥିବା ସମୟରେ ବସର ସମସ୍ତ ଯାତ୍ରୀ ଅଳ୍ପ ବହୁତ ଆହତ ହୋଇଥିବା ନେଇ ଯାତ୍ରୀ କହିଛନ୍ତି। ଏବଂ ଏହି ଦୁର୍ଘଟଣାରେ କେହି ମୃତ୍ୟୁ ବରଣ କରିନଥିବାର ସୂଚନା ମିଳିଛି।

The post ମୁକୁନ୍ଦପୁର ଘାଟିରେ ଓଲଟିଲା ବସ୍‌, ୨୩ ଆହତ, ୩ ଗୁରୁତର appeared first on Dharitri Odia News.