ଗଛରେ ବାନ୍ଧି ନିର୍ଧୁମ ପିଟିଲେ: ମାଡ଼ଖାଇ ମାନିଲେ ସତ, କହିଲେ ମୁଁ…
ଉମରକୋଟ,୫।୧୧(ସନ୍ତୋଷ ଶତପଥୀ): ବାଇକ୍ ଚୋରି ଅଭିଯୋଗରେ ଜଣେ ଯୁବକଙ୍କୁ ଗଛରେ ବାନ୍ଧି ମାଡ଼ ମରାଯାଉଥିବା ଭିଡିଓ ଏବେ ଭାଇରାଲ ହେଉଛି। ଏହି ଘଟଣା ନବରଙ୍ଗପୁର ଜିଲା ଉମରକୋଟ ଥାନା ଅଧୀନ ଡାବିରିଗୁଡ଼ା ଗ୍ରାମ ନିକଟ ଜଙ୍ଗଲର ବୋଲି ଜଣାପଡ଼ିଛି। ସୂଚନାନୁଯାୟୀ, ଉମରକୋଟ ଓ ଏହାର ଆଖପାଖ ବଙ୍ଗୀୟ ଗ୍ରାମରେ ମା’ କାଳୀଙ୍କ ପୂଜା ଚାଲିଛି। ସୁକିଗାଁରେ ହେଉଥିବା ପୂଜା ଦେଖିବାବୁ ଉକ୍ତ ଅଞ୍ଚଳର କୈଳାସ ଶିକଦାର ଯାଇଥିଲେ। ସେ ଏକ ସ୍ଥାନରେ ବାଇକ୍ ରଖି ପୂଜା ଦେଖିବାକୁ […] The post ଗଛରେ ବାନ୍ଧି ନିର୍ଧୁମ ପିଟିଲେ: ମାଡ଼ଖାଇ ମାନିଲେ ସତ, କହିଲେ ମୁଁ… appeared first on Dharitri Odia News.
ଉମରକୋଟ,୫।୧୧(ସନ୍ତୋଷ ଶତପଥୀ): ବାଇକ୍ ଚୋରି ଅଭିଯୋଗରେ ଜଣେ ଯୁବକଙ୍କୁ ଗଛରେ ବାନ୍ଧି ମାଡ଼ ମରାଯାଉଥିବା ଭିଡିଓ ଏବେ ଭାଇରାଲ ହେଉଛି। ଏହି ଘଟଣା ନବରଙ୍ଗପୁର ଜିଲା ଉମରକୋଟ ଥାନା ଅଧୀନ ଡାବିରିଗୁଡ଼ା ଗ୍ରାମ ନିକଟ ଜଙ୍ଗଲର ବୋଲି ଜଣାପଡ଼ିଛି।
ସୂଚନାନୁଯାୟୀ, ଉମରକୋଟ ଓ ଏହାର ଆଖପାଖ ବଙ୍ଗୀୟ ଗ୍ରାମରେ ମା’ କାଳୀଙ୍କ ପୂଜା ଚାଲିଛି। ସୁକିଗାଁରେ ହେଉଥିବା ପୂଜା ଦେଖିବାବୁ ଉକ୍ତ ଅଞ୍ଚଳର କୈଳାସ ଶିକଦାର ଯାଇଥିଲେ। ସେ ଏକ ସ୍ଥାନରେ ବାଇକ୍ ରଖି ପୂଜା ଦେଖିବାକୁ ଯାଇଥିଲେ। ସେଠାରୁ ଫେରିବା ପରେ ବାଇକ୍ ନ ଥିବା ଦେଖି କୈଳାସ ଚୋରି ହୋଇଥିବା ସନ୍ଦେହ କରି ଖୋଜାଖୋଜି କରିଥିଲେ।
ଏହାର ୨ ଦିନ ପରେ ଡାବିରିଗୁଡ଼ା ଜଙ୍ଗଲ ନିକଟରେ ଚୋରି ବାଇକ୍ ଥୁଆ ହୋଇଥିବା ଦେଖିଥିଲେ। ପାଖରେ ଜଣେ ଯୁବକ ନିକଟସ୍ଥ ଜମିରେ ସାର ପକାଉଥିବା ଦେଖି ତାଙ୍କୁ ଧରି ବାଇକ୍ ସମ୍ପର୍କରେ ପଚରାଉଚରା କରିଥିଲେ। ଯୁବକ ଜଣକ ବାଇକ୍ ଚୋରି କରିଥିବା ଅସ୍ବୀକାର କରିବାରୁ ଗ୍ରାମବାସୀ ରାଗିଯାଇ ତାଙ୍କୁ ଗୋଟିଏ ଗଛରେ ବାନ୍ଧି ପିଟିଥିଲେ। ପରେ ଯୁବକ ଜଣକ ପରିସ୍ଥିତିରେ ପଡ଼ି ବାଇକ୍ ଚୋରି କରିଥିବା ସ୍ବୀକାର କରିଥିଲେ। ମାଡ଼ ଖାଇଥିବା ଯୁବକ ଜଣେ ବାଇକ ମେକାନିକ ବୋଲି ଜଣାପଡ଼ିଛି।
କୈଳାସଙ୍କୁ ଗାଡ଼ି ମିଳିବା ପରେ ଆପୋସ ସମାଧାନ କରାଯାଇଥିଲା। ଏ ନେଇ ସେ ଥାନାରେ କୌଣସି ଅଭିଯୋଗ କରି ନ ଥିଲେ। କିନ୍ତୁ ଏହି ସମୟର ଭିଡିଓ ଉତ୍ତୋଳନ କରି କେହି ଭାଇରାଲ କରିଦେଇଥିଲେ।
The post ଗଛରେ ବାନ୍ଧି ନିର୍ଧୁମ ପିଟିଲେ: ମାଡ଼ଖାଇ ମାନିଲେ ସତ, କହିଲେ ମୁଁ… appeared first on Dharitri Odia News.