ଜାତୀୟ ପଞ୍ଚାୟତିରାଜ ଦିବସ: ସମ୍ବର୍ଦ୍ଧିତ ହେଲେ ଏହି ୫ ପଞ୍ଚାୟତ
ପାଟଣା,୨୪ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ ଗୁରୁବାର ପାଟଣା ବ୍ଲକ ପରିସରରେ ପାଟଣା ବିଡିଓ ମାନସ କୁମାର ଦଣ୍ଡପାଟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ ଯୋଗ ଦେଇ ପଞ୍ଚାୟତିରାଜ ବ୍ୟବସ୍ଥାରେ ସମସ୍ତେ ାମିଲ ହେବା ସହ ସରକାରଙ୍କ ଯୋଜନାଗୁଡ଼ିକରୁ ଲୋକଙ୍କୁ କିଭଳି ସୁଫଳ ମିଳିବ ସେ ନେଇ ସମସ୍ତେ ପିଆରଆଇ ମେମ୍ବର, ଅଫିସର ଓ ଲୋକମାନଙ୍କ ମଧ୍ୟରେ ସମନ୍ବୟ […] The post ଜାତୀୟ ପଞ୍ଚାୟତିରାଜ ଦିବସ: ସମ୍ବର୍ଦ୍ଧିତ ହେଲେ ଏହି ୫ ପଞ୍ଚାୟତ appeared first on Dharitri Odia News.
ପାଟଣା,୨୪ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ ଗୁରୁବାର ପାଟଣା ବ୍ଲକ ପରିସରରେ ପାଟଣା ବିଡିଓ ମାନସ କୁମାର ଦଣ୍ଡପାଟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ ଯୋଗ ଦେଇ ପଞ୍ଚାୟତିରାଜ ବ୍ୟବସ୍ଥାରେ ସମସ୍ତେ ାମିଲ ହେବା ସହ ସରକାରଙ୍କ ଯୋଜନାଗୁଡ଼ିକରୁ ଲୋକଙ୍କୁ କିଭଳି ସୁଫଳ ମିଳିବ ସେ ନେଇ ସମସ୍ତେ ପିଆରଆଇ ମେମ୍ବର, ଅଫିସର ଓ ଲୋକମାନଙ୍କ ମଧ୍ୟରେ ସମନ୍ବୟ ରହିବା ଦରକାର। ଲୋକଙ୍କ ମୁଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ପଞ୍ଚାୟତିରାଜ ପ୍ରୋଟାଲ, ପିପିଏମ୍ ଏସ ପୋର୍ଟାଲ ସହ ଲକ୍ଷ ହିତାଧିକାରୀ ନୂତନ ରେଶନକାର୍ଡ ବିତରଣ,ଓ ରାଜ୍ୟର ପ୍ରତ୍ୟେକ ବ୍ଲକରେ ଗୋଟିଏ ଲେଖା ଷ୍ଟାଡିୟମ୍ର ଭିତ୍ତି ସ୍ଥାପନ କରିଛନ୍ତି। ସମ୍ମାନିତ ଅତିଥି ଭାବେ ପାଟଣା ବ୍ଲକ ଅଧ୍ୟକ୍ଷା ବୀଣାପାଣି ନାୟକ, ପାଟଣା ବିଧାୟକଙ୍କ ବ୍ଲକ ପ୍ରତିନିଧି କମଳା କାନ୍ତ ଦାଶ, କେନ୍ଦୁଝର ଏମ୍ପି ଅନନ୍ତ ନାୟକଙ୍କ ବ୍ଲକ ପ୍ରତିନିଧି ପ୍ରହଲ୍ଲାଦ ପଲେଇ, ଭାଜପା ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ରାଧାକାନ୍ତ ମହାନ୍ତ, ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ଶୁଭେନ୍ଦୁ ସାଗର ନାଏକ ପ୍ରମୁଖ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମକୁ ଶିକ୍ଷକ ପାର୍ଥସାରଥୀ ସଂଯୋଜନା କରିଥିଲେ। ସହକାରୀ ଯନ୍ତ୍ରୀ ସିଦ୍ଧ ମାଝୀ, ଜିପିଡିଓ ରଶ୍ମୀରଖା ମହାନ୍ତି, ଏପିଓ ଦୀପକ କୁମାର ବେହେରା, ଯନ୍ତ୍ରୀ ଅଜୟ ଝା, ଲାକାଇ ମୁର୍ମୁ, ସାମାଜିକ ସୁରକ୍ଷା ଅଧିକାରୀ ଅଭୟ କୁମାର ଦେହୁରୀ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ବ୍ଲକର ୨୦ଜଣ ନୂତନ ରାଶନକାର୍ଡ ଧାରୀଙ୍କୁ କାର୍ଡ ବଣ୍ଟନ ସହ ୫ ପଞ୍ଚାୟତ ମନରେଗା ପାଇଁ ଏରେଣ୍ଡେଇ, ଗ୍ରାମୀଣ ଆବାସ ପାଇଁ ମୀରି ଖୋଜି, ସିଏଫ୍ସି ପାଇଁ ବୁଢ଼ୀ କାପୁଡ଼ି, ଏସ୍ଏଫ୍ସି ପାଇଁ ତୁରୁମୁଙ୍ଗା, ସ୍ବଚ୍ଛ ଭାରତ ପାଇଁ ମୁରୁଁସୁଆଁକୁ ମାନପତ୍ର ଟ୍ରଫି ଦେଇ ସମ୍ବର୍ଦ୍ଧିତ କରାଯାଇଛି।
The post ଜାତୀୟ ପଞ୍ଚାୟତିରାଜ ଦିବସ: ସମ୍ବର୍ଦ୍ଧିତ ହେଲେ ଏହି ୫ ପଞ୍ଚାୟତ appeared first on Dharitri Odia News.