କୋରାପୁଟରେ ହେବ ଫୁଡ଼ ପାର୍କ: ମନ୍ତ୍ରୀ
କୋରାପୁଟ,୨୭ା୬( ଅମିତାଭ ବେହେରା): କୋରାପୁଟ ଗସ୍ତରେ ଗୁରୁବାର ରାଜ୍ୟ ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ, ବିଜ୍ଞାନ ଓ କାରିଗରି ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଆସି ବିଭାଗୀୟ କାର୍ଯ୍ୟର ସମୀକ୍ଷା କରିଛନ୍ତ। ସଦ୍ଭାବନା ସଭା ଗୃହରେ ଆୟୋଜିତ ସମୀକ୍ଷା ବୈଠକରେ ମନ୍ତ୍ରୀ ପାତ୍ର ଯୋଗଦେଇ କୋରାପୁଟରେ ଏକ ଫୁଡ଼ ପାର୍କ ନିର୍ମାଣ କରାଯିବାକୁ ଘୋଷଣା କରିଥିଲେ। ଜିଲାରେ ଥିବା ସମସ୍ତ ଖାଉଟି କାର୍ଡଗୁଡିକ ଯାଞ୍ଚ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ। ଜିଲାରେ ଏବେ କିଛି ଦିନ […] The post କୋରାପୁଟରେ ହେବ ଫୁଡ଼ ପାର୍କ: ମନ୍ତ୍ରୀ appeared first on Dharitri Odia News.
କୋରାପୁଟ,୨୭ା୬( ଅମିତାଭ ବେହେରା): କୋରାପୁଟ ଗସ୍ତରେ ଗୁରୁବାର ରାଜ୍ୟ ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ, ବିଜ୍ଞାନ ଓ କାରିଗରି ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଆସି ବିଭାଗୀୟ କାର୍ଯ୍ୟର ସମୀକ୍ଷା କରିଛନ୍ତ।
ସଦ୍ଭାବନା ସଭା ଗୃହରେ ଆୟୋଜିତ ସମୀକ୍ଷା ବୈଠକରେ ମନ୍ତ୍ରୀ ପାତ୍ର ଯୋଗଦେଇ କୋରାପୁଟରେ ଏକ ଫୁଡ଼ ପାର୍କ ନିର୍ମାଣ କରାଯିବାକୁ ଘୋଷଣା କରିଥିଲେ। ଜିଲାରେ ଥିବା ସମସ୍ତ ଖାଉଟି କାର୍ଡଗୁଡିକ ଯାଞ୍ଚ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ।
ଜିଲାରେ ଏବେ କିଛି ଦିନ ହେଲା ଆଳୁ, ପିଆଜ ସମେତ ବିଭିନ୍ନ ନିତ୍ୟ ବ୍ୟବହାର ସାମଗ୍ରୀର ଦର ଅହେତୁକ ବୃଦ୍ଧି ହୋଇଛି। ଏହା ଉପରେ ଲଗାମ ଲଗାଇବାକୁ ଜିଲାପାଳଙ୍କୁ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ।
ବିଶେଷ କରି ଜିଲାରେ ଥିବା ପ୍ରକୃତ ଗରିବ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇ ଖାଉଟି କାର୍ଡ ପ୍ରଦାନ କରାଯିବ। ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ହିତାଧିକାରୀଙ୍କ ନିକଟରେ ପିଡିଏସ୍ ଚାଉଳ ପହଞ୍ଚାଇବା, କୃଷକମାନଙ୍କୁ ଉପଯୁକ୍ତ ସମ୍ମାନ ଦେବା ସହ ଚାଷୀଙ୍କଠାରୁ ଧାନ ସଂଗ୍ରହ କରି ତୁରନ୍ତ ଧାନର ଉପଯୁକ୍ତ ଅର୍ଥ ପୈଠ କରାଯିବା ଉପରେ ମନ୍ତ୍ରୀ ପାତ୍ର ଆଲୋଚନା କରିଥିଲେ।
ସେହିପରି ଜିଲାରେ ଫୁଡ ଇନ୍ସପେକ୍ଟର ଦୀର୍ଘ ବର୍ଷ ଧରି ନ ଥିବା ବେଳେ ଜିଲାର ବିଭିନ୍ନ ଅଞ୍ଚଳରେ ନିମ୍ନମାନର ଖାଦ୍ୟ ଗ୍ରାହକଙ୍କୁ ପ୍ରଦାନ କରାଯାଇ ଅତ୍ୟଧିକ ମୂଲ୍ୟ ନିଆ ଯାଉଥିବାରୁ ତୁରନ୍ତ ଜିଲାରେ ଖାଲିଥିବା ଏହି ପଦବୀ ପୂରଣ କରାଯିବ ବୋଲି ସେ କହିଥିଲେ।
ସେହିପରି ଧାନ କ୍ରୟ ବେଳେ କୌଣସି କଟନୀ ଛଟନୀ ଯେପରି ନ ହୁଏ ଏବଂ ଏହି କାର୍ଯ୍ୟ ଯିଏ କରୁଥିବେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ କହିଥିଲେ।
ବୈଠକରେ କୋରାପୁଟ ବିଧାୟକ ରଘୁରାମ ମାଛ, ପଟ୍ଟାଙ୍ଗି ବିଧାୟକ ରାମଚନ୍ଦ୍ର କଡ଼ାମ, କୋଟପାଡ଼ ବିଧାୟକ ରୂପ ଭତ୍ରା, ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଡନ୍ତା, ଜିଲାପାଳ ଭି. କିର୍ତ୍ତୀ ଭାସନ, ଜିଲା ଯୋଗାଣ ଅଧିକାରୀ ପିକେ ପଣ୍ଡା, ସହକାରୀ ଯୋଗାଣ ଅଧିକାରୀ ହରପାଳ ସିଂଙ୍କ ସହ ସମସ୍ତ ଜିଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।
The post କୋରାପୁଟରେ ହେବ ଫୁଡ଼ ପାର୍କ: ମନ୍ତ୍ରୀ appeared first on Dharitri Odia News.