ବାଣିଜି୍ୟକ କାରବାର ବଢ଼ାଇବେ ଭାରତ, କାତାର
ନୂଆଦିଲ୍ଲୀ, ୧୯।୨: ନୂଆଦିଲ୍ଲୀସ୍ଥିତ ହାଇଦ୍ରାବାଦ ହାଉସ୍ରେ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାତାରର ଅମିର ଶେଖ୍ ତମିମ ବିନ୍ ହମଦ୍ ଅଲ୍-ଥାନୀଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ଏହି ଅବସରରେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ, ନିବେଶ, ଶକ୍ତି, ଟେକ୍ନୋଲୋଜି ଆଦି କ୍ଷେତ୍ରରେ ଅନେକ ଚୁକ୍ତିନାମା ସ୍ବାକ୍ଷର ହୋଇଛି। ବାଣିଜି୍ୟକ ଏବଂ ଲୋକ ସମ୍ପର୍କକୁ ଆହୁରି ମଜଭୁତ କରିବା ଦିଗରେ ରଣନୈତିକ ଭାଗୀଦାରିକୁ ବୃଦ୍ଧି କରିବା ପାଇଁ ୨ ନେତା ଜୋର୍ ଦେଇଥିଲେ। ଆଗାମୀ […] The post ବାଣିଜି୍ୟକ କାରବାର ବଢ଼ାଇବେ ଭାରତ, କାତାର appeared first on Dharitri Odia News.
ନୂଆଦିଲ୍ଲୀ, ୧୯।୨: ନୂଆଦିଲ୍ଲୀସ୍ଥିତ ହାଇଦ୍ରାବାଦ ହାଉସ୍ରେ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାତାରର ଅମିର ଶେଖ୍ ତମିମ ବିନ୍ ହମଦ୍ ଅଲ୍-ଥାନୀଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ଏହି ଅବସରରେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ, ନିବେଶ, ଶକ୍ତି, ଟେକ୍ନୋଲୋଜି ଆଦି କ୍ଷେତ୍ରରେ ଅନେକ ଚୁକ୍ତିନାମା ସ୍ବାକ୍ଷର ହୋଇଛି। ବାଣିଜି୍ୟକ ଏବଂ ଲୋକ ସମ୍ପର୍କକୁ ଆହୁରି ମଜଭୁତ କରିବା ଦିଗରେ ରଣନୈତିକ ଭାଗୀଦାରିକୁ ବୃଦ୍ଧି କରିବା ପାଇଁ ୨ ନେତା ଜୋର୍ ଦେଇଥିଲେ। ଆଗାମୀ ୫ ବର୍ଷ ମଧ୍ୟରେ ବାର୍ଷିକ ଦ୍ୱିପାକ୍ଷିକ ବାଣିଜ୍ୟକୁ ୧୪ ବିଲିୟନ ଡଲାରରୁ ଦ୍ୱିଗୁଣିତ କରି ୨୮ ବିଲିୟନ ଡଲାରରେ ପହଞ୍ଚାଇବା ପାଇଁ ଏହି ଆଲୋଚନାରେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି, ଯେଉଁଥିରେ ୨ ଦେଶ ସହମତି ପ୍ରକାଶ କରିଛନ୍ତି। ଏହି ଅବସରରେ ଭାରତର ବହିର୍ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ଏବଂ କାତାରର ବହିର୍ବ୍ୟାପାର ମନ୍ତ୍ରୀ ଶେଖ୍ ମହମ୍ମଦ ବିନ୍ ଅବଦୁଲ ରେହମାନ ବିନ୍ ଜସିମ ଅଲ୍ ଥାନୀଙ୍କ ମଧ୍ୟରେ ବିଭିନ୍ନ ଦସ୍ତାବିଜ୍ ଆଦାନପ୍ରଦାନ କରାଯାଇଥିଲା। ଆଲୋଚନାରେ ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରାମନ, ପିୟୂଷ ଗୋୟଲ, ହରଦୀପ ସିଂ ପୁରୀ ପ୍ରମୁଖ ଉପସ୍ଥିତ ଥିଲେ।
ଆଲୋଚନାରେ ଇସ୍ରାଏଲ ଏବଂ ହମାସ୍ ପ୍ରସଙ୍ଗ ମଧ୍ୟ ଉଠିଥିଲା। ଏନେଇ ଉଭୟ ମୋଦି ଓ କାତାରର ଅମିର
ନିଜ ମତ ରଖିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି କାତାର ଜେଲରେ ବନ୍ଦୀ ଥିବା ୬୦୦ ଭାରତୀୟଙ୍କ ପ୍ରସଙ୍ଗ ଉଠାଇଥିଲେ।
The post ବାଣିଜି୍ୟକ କାରବାର ବଢ଼ାଇବେ ଭାରତ, କାତାର appeared first on Dharitri Odia News.