ମେ ମାସରେ ରେକର୍ଡ ଜିଏସଟି କଲେକ୍ସନ, ଗତ ବର୍ଷ ତୁଳନାରେ ୧୬.୪% ବୃଦ୍ଧି

ନୂଆଦିଲ୍ଲୀ: ଜାରି ହୋଇଛି ମେ ମାସର ଜିଏସଟି ସଂଗ୍ରହ ତଥ୍ୟ। ଏହି ତଥ୍ୟ ଅନୁସାରେ ମେ ମାସରେ ୨.୦୧ ଲକ୍ଷ କୋଟି ଟଙ୍କାର ଜିଏସଟି କଲେକ୍ସନ ହୋଇଛି। ଯାହା ବାର୍ଷିକ ଆଧାରରେ ୧୬.୪ ପ୍ରତିଶତ ଅଧିକ। କାରଣ ୨୦୨୪ ମେ ମାସରେ ୧.୭୨ ଲକ୍ଷ କୋଟି ଟଙ୍କା ଜିଏସଟି କଲେକ୍ସନ ହୋଇଥିଲା। ଏହା ପୂର୍ବରୁ ଏପ୍ରିଲରେ ରେକର୍ଡ ସଂଖ୍ୟକ ୨.୩୭ ଲକ୍ଷ କୋଟି ଟଙ୍କାର ଜିଏସଟି ସଂଗ୍ରହ ହୋଇଥିଲା। ଅନ୍ୟ ତଥ୍ୟ ଦେଖିଲେ ମେ ମାସରେ ଦେଶ ଭିତରେ ହୋଇଥିବା କାରବାରରୁ ସଂଗ୍ରହ ହୋଇଥିବା ଜିଏସଟି ୧୩.୭ ପ୍ରତିଶତ ବଢ଼ି ୧.୫୦ ଲକ୍ଷ କୋଟି ଟଙ୍କା ହୋଇଛି। ସେହିଭଳି ଆମଦାନୀରୁ ଆସୁଥିବା ଜିଏସଟି ୨୫.୨ ପ୍ରତିଶତ ବଢ଼ି ୫୧, ୨୬୬ କୋଟି ଟଙ୍କାରେ ପହଞ୍ଚିଛି।  ସେହିପରି ସେଣ୍ଟ୍ରାଲ ଜିଏସଟିରୁ ୩୫,୪୩୪ କୋଟି ଟଙ୍କା, ରାଜ୍ୟ ଜିଏସଟିରୁ ୪୩,୯୦୨ କୋଟି ଟଙ୍କା ଏବଂ ଇଣ୍ଟିଗ୍ରେଟେଡ ଜିଏସଟିରୁ ୧.୦୯ ଲକ୍ଷ କୋଟି ଟଙ୍କା ଆସିଛି। ଏହା ବ୍ୟତୀତ ସେସ୍‌ରୁ ୧୨,୮୯୭ କୋଟି ଟଙ୍କା ଆୟ ହୋଇଛି।ସେପଟେ ମେ ମାସରେ ରିଫଣ୍ଡ ୪ ପ୍ରତିଶତ ହ୍ରାସ ପାଇ ୨୭,୨୧୦ କୋଟି ଟଙ୍କା ହୋଇଛି। ଏହା ପରେ ନେଟ୍ ଜିଏସଟି କଲେକ୍ସନ ୧.୭୪ ଲକ୍ଷ କୋଟି ଟଙ୍କା ରହିଛି। ଯାହା ଗତ ବର୍ଷ ଠାରୁ ୨୦.୪ ପ୍ରତିଶତ ଅଧିକ। ମହାରାଷ୍ଟ୍ର, ପଶ୍ଚିମବଙ୍ଗ, କର୍ଣ୍ଣାଟକ ଏବଂ ତାମିଲନାଡୁ ଭଳି ବଡ଼ ରାଜ୍ୟଗୁଡ଼ିକ ସଂଗ୍ରହରେ ୧୭ ପ୍ରତିଶତରୁ ୨୫ ପ୍ରତିଶତ ଅଭିବୃଦ୍ଧି ରେକର୍ଡ କରିଛନ୍ତି। ଗୁଜରାଟ,

ମେ ମାସରେ ରେକର୍ଡ ଜିଏସଟି କଲେକ୍ସନ, ଗତ ବର୍ଷ ତୁଳନାରେ ୧୬.୪% ବୃଦ୍ଧି

ନୂଆଦିଲ୍ଲୀ: ଜାରି ହୋଇଛି ମେ ମାସର ଜିଏସଟି ସଂଗ୍ରହ ତଥ୍ୟ। ଏହି ତଥ୍ୟ ଅନୁସାରେ ମେ ମାସରେ ୨.୦୧ ଲକ୍ଷ କୋଟି ଟଙ୍କାର ଜିଏସଟି କଲେକ୍ସନ ହୋଇଛି। ଯାହା ବାର୍ଷିକ ଆଧାରରେ ୧୬.୪ ପ୍ରତିଶତ ଅଧିକ। କାରଣ ୨୦୨୪ ମେ ମାସରେ ୧.୭୨ ଲକ୍ଷ କୋଟି ଟଙ୍କା ଜିଏସଟି କଲେକ୍ସନ ହୋଇଥିଲା। ଏହା ପୂର୍ବରୁ ଏପ୍ରିଲରେ ରେକର୍ଡ ସଂଖ୍ୟକ ୨.୩୭ ଲକ୍ଷ କୋଟି ଟଙ୍କାର ଜିଏସଟି ସଂଗ୍ରହ ହୋଇଥିଲା। 

ଅନ୍ୟ ତଥ୍ୟ ଦେଖିଲେ ମେ ମାସରେ ଦେଶ ଭିତରେ ହୋଇଥିବା କାରବାରରୁ ସଂଗ୍ରହ ହୋଇଥିବା ଜିଏସଟି ୧୩.୭ ପ୍ରତିଶତ ବଢ଼ି ୧.୫୦ ଲକ୍ଷ କୋଟି ଟଙ୍କା ହୋଇଛି। ସେହିଭଳି ଆମଦାନୀରୁ ଆସୁଥିବା ଜିଏସଟି ୨୫.୨ ପ୍ରତିଶତ ବଢ଼ି ୫୧, ୨୬୬ କୋଟି ଟଙ୍କାରେ ପହଞ୍ଚିଛି।  

ସେହିପରି ସେଣ୍ଟ୍ରାଲ ଜିଏସଟିରୁ ୩୫,୪୩୪ କୋଟି ଟଙ୍କା, ରାଜ୍ୟ ଜିଏସଟିରୁ ୪୩,୯୦୨ କୋଟି ଟଙ୍କା ଏବଂ ଇଣ୍ଟିଗ୍ରେଟେଡ ଜିଏସଟିରୁ ୧.୦୯ ଲକ୍ଷ କୋଟି ଟଙ୍କା ଆସିଛି। ଏହା ବ୍ୟତୀତ ସେସ୍‌ରୁ ୧୨,୮୯୭ କୋଟି ଟଙ୍କା ଆୟ ହୋଇଛି।

ସେପଟେ ମେ ମାସରେ ରିଫଣ୍ଡ ୪ ପ୍ରତିଶତ ହ୍ରାସ ପାଇ ୨୭,୨୧୦ କୋଟି ଟଙ୍କା ହୋଇଛି। ଏହା ପରେ ନେଟ୍ ଜିଏସଟି କଲେକ୍ସନ ୧.୭୪ ଲକ୍ଷ କୋଟି ଟଙ୍କା ରହିଛି। ଯାହା ଗତ ବର୍ଷ ଠାରୁ ୨୦.୪ ପ୍ରତିଶତ ଅଧିକ। 

ମହାରାଷ୍ଟ୍ର, ପଶ୍ଚିମବଙ୍ଗ, କର୍ଣ୍ଣାଟକ ଏବଂ ତାମିଲନାଡୁ ଭଳି ବଡ଼ ରାଜ୍ୟଗୁଡ଼ିକ ସଂଗ୍ରହରେ ୧୭ ପ୍ରତିଶତରୁ ୨୫ ପ୍ରତିଶତ ଅଭିବୃଦ୍ଧି ରେକର୍ଡ କରିଛନ୍ତି। ଗୁଜରାଟ, ଆନ୍ଧ୍ର ପ୍ରଦେଶ ଏବଂ ତେଲେଙ୍ଗାନା ଭଳି ଛୋଟ ରାଜ୍ୟଗୁଡ଼ିକ ମଧ୍ୟ ୬ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ରେକର୍ଡ କରିଛନ୍ତି। ମଧ୍ୟପ୍ରଦେଶ, ହରିୟାଣା, ପଞ୍ଜାବ ଏବଂ ରାଜସ୍ଥାନ ଭଳି କିଛି ରାଜ୍ୟରେ ଜିଏସଟି ସଂଗ୍ରହ ହାରାହାରି ୧୦ ପ୍ରତିଶତ ବୃଦ୍ଧି ପାଇଛି।