ମହାରାଷ୍ଟ୍ର-ଝାଡଖଣ୍ଡ ବିଧାନସଭା ନିର୍ବାଚନ: ଭୋଟଗ୍ରହଣ ଆରମ୍ଭ
ପୁଣେ,୨୦।୧୨:ମହାରାଷ୍ଟ୍ର-ଝାଡଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଆଜି ସକାଳୁ ଭୋଟଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଅନେକ ହେଭିଓ୍ବେଟ୍ ନେତା ସକାଳୁ ଭୋଟଦାନ କରିଛନ୍ତି। ଏନସିପି (ଏସପି) ସୁପ୍ରିମୋ ଶରଦ ପାୱାର, ଶିବସେନା ନେତା ତଥା ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ ଏବଂ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ନିଜ ନିଜ ଦଳ ପାଇଁ ଲୋକଙ୍କ ଭୋଟ ପାଇବାକୁ ଚେଷ୍ଟା କରୁଛନ୍ତି। ଏହି ବିଧାନସଭା ନିର୍ବାଚନ ଏହି ଚାରି ନେତାଙ୍କ ପାଇଁ ଏକ କଠିନ ପରୀକ୍ଷା […] The post ମହାରାଷ୍ଟ୍ର-ଝାଡଖଣ୍ଡ ବିଧାନସଭା ନିର୍ବାଚନ: ଭୋଟଗ୍ରହଣ ଆରମ୍ଭ appeared first on Dharitri Odia News.
ପୁଣେ,୨୦।୧୨:ମହାରାଷ୍ଟ୍ର-ଝାଡଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଆଜି ସକାଳୁ ଭୋଟଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଅନେକ ହେଭିଓ୍ବେଟ୍ ନେତା ସକାଳୁ ଭୋଟଦାନ କରିଛନ୍ତି। ଏନସିପି (ଏସପି) ସୁପ୍ରିମୋ ଶରଦ ପାୱାର, ଶିବସେନା ନେତା ତଥା ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ ଏବଂ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ନିଜ ନିଜ ଦଳ ପାଇଁ ଲୋକଙ୍କ ଭୋଟ ପାଇବାକୁ ଚେଷ୍ଟା କରୁଛନ୍ତି। ଏହି ବିଧାନସଭା ନିର୍ବାଚନ ଏହି ଚାରି ନେତାଙ୍କ ପାଇଁ ଏକ କଠିନ ପରୀକ୍ଷା ଭାବରେ ଉଭା ହୋଇଛି ଏବଂ ଏଥିରେ ବିଫଳ ହୋଇଥିବା ବ୍ୟକ୍ତିଙ୍କ ରାଜନୈତିକ ଭବିଷ୍ୟତ ପ୍ରଶ୍ନବାଚୀ ସୃଷ୍ଟି କରିବ ବୋଲି ପ୍ରାୟ ନିଶ୍ଚିତ। ସେହିପରି ଝାଡଖଣ୍ଡରେ ମଧ୍ୟ ଭାଜପା ଏବଂ କଂଗ୍ରେସ ମଧ୍ୟ କଡ଼ା ଟକ୍କର ଦେଖିବାକୁ ମିଳିବ। ମହାରାଷ୍ଟ୍ରରେ ସମସ୍ତ ୨୮୮ ବିଧାନସଭା ଆସନ ଏବଂ ଝାଡଖଣ୍ଡରେ ୩୮ ଆସନରେ ମତଦାନ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ। ନଭେମ୍ବର ୨୩ରେ ଭୋଟ ଗଣନା ହେବ।
The post ମହାରାଷ୍ଟ୍ର-ଝାଡଖଣ୍ଡ ବିଧାନସଭା ନିର୍ବାଚନ: ଭୋଟଗ୍ରହଣ ଆରମ୍ଭ appeared first on Dharitri Odia News.