୨୦ ଦିନ ହେଲା ଜଳ ପ୍ରକଳ୍ପ ବନ୍ଦ: ଲୋକେ ହନ୍ତସନ୍ତ

କେନ୍ଦୁଝର,୪ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): ରାଜ୍ୟରେ ଚଳିତ ବର୍ଷ ୪୦ ଡିଗ୍ରୀ ଉପରେ ତାପମାତ୍ରା ପ୍ରଭାବିତ ହୋଇ ଭୀଷଣ ଗରମ ଅନୁଭୂତି ହେଉଥିବା ବେଳେ ସରକାର ପକ୍ଷରୁ ଜଳ ଉତ୍ସଗୁଡିକର ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ପାଇଁ ନିର୍ଦ୍ଦେଶ ରହିଛି। କେତେକ ସ୍ଥାନରେ ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁ ଜନସଧାରଣ ନାହିଁ ନ ଥିବାର ଅସୁବିଧା ସମ୍ମୁଖୀନ ହେଉଛନ୍ତି। ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି କେନ୍ଦୁଝର ଜିଲା ଘଟଗାଁ ବ୍ଲକ ଅନ୍ତର୍ଗତ ବିନିଦା ପଞ୍ଚାୟତ ମସିଣାଯୋଡ଼ି ହାଟ ପଡ଼ିଆ […] The post ୨୦ ଦିନ ହେଲା ଜଳ ପ୍ରକଳ୍ପ ବନ୍ଦ: ଲୋକେ ହନ୍ତସନ୍ତ appeared first on Dharitri Odia News.

୨୦ ଦିନ ହେଲା ଜଳ ପ୍ରକଳ୍ପ ବନ୍ଦ: ଲୋକେ ହନ୍ତସନ୍ତ

କେନ୍ଦୁଝର,୪ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): ରାଜ୍ୟରେ ଚଳିତ ବର୍ଷ ୪୦ ଡିଗ୍ରୀ ଉପରେ ତାପମାତ୍ରା ପ୍ରଭାବିତ ହୋଇ ଭୀଷଣ ଗରମ ଅନୁଭୂତି ହେଉଥିବା ବେଳେ ସରକାର ପକ୍ଷରୁ ଜଳ ଉତ୍ସଗୁଡିକର ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ପାଇଁ ନିର୍ଦ୍ଦେଶ ରହିଛି। କେତେକ ସ୍ଥାନରେ ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁ ଜନସଧାରଣ ନାହିଁ ନ ଥିବାର ଅସୁବିଧା ସମ୍ମୁଖୀନ ହେଉଛନ୍ତି। ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି କେନ୍ଦୁଝର ଜିଲା ଘଟଗାଁ ବ୍ଲକ ଅନ୍ତର୍ଗତ ବିନିଦା ପଞ୍ଚାୟତ ମସିଣାଯୋଡ଼ି ହାଟ ପଡ଼ିଆ ଛକ ନିକଟରେ ଥିବା ଆରଡବ୍ଲୁଏସଏସ ଜଳ ପ୍ରକଳ୍ପଟି ଆଜକୁ ୨୦ ଦିନ ହେଲାଣି ବନ୍ଦ ହେବାରୁ ପ୍ରକଳ୍ପ ଉପରେ ନିର୍ଭର କରୁଥିବା ସ୍ଥାନୀୟ ମହାନ୍ତ ସାହି, ଜୁଆଙ୍ଗ ସାହି, ମୁଣ୍ଡା ସାହି, ଗୋପାଳ ସାହିର ଶତାଧିକ ପରିବାର ପିଇବା ପାଣି ପାଇଁ ଡହଳବିକଳ ହେବା ସହିତ ପ୍ରଚଣ୍ଡ ଖରା ହେଉଥିଲେ ମଧ୍ୟ ଜୀବନ ବିକଳରେ ଏଣୁତେଣୁ ବହୁ ଦୂରଦୂରାନ୍ତରୁ ପାଇଁ ଆଣି ଚଳିବାକୁ ପଡୁଛି। ଖରା ଦିନେ ଭଳି ସମୟରେ ପ୍ରକଳ୍ପଟି ୨୦ ଦିନ ଧରି ବନ୍ଦ ହେବା ସତ୍ତ୍ୱେ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ ନ ହେବା ଏକ ଦୁର୍ଭାଗ୍ୟଜନକ ଏବଂ ପ୍ରକଳ୍ପ ଚାଲୁକରିବା ପାଇଁ ଜିଲାପାଳ, ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ ଦାବି କରାଯିବ ବୋଲି ଗ୍ରାମର ଓ୍ବାର୍ଡମେମ୍ବର କ୍ଷେତ୍ରବାସୀ ବାରିକ, ମଧୁ ମୁଣ୍ଡା, ଚନ୍ଦ୍ର ମୁଣ୍ଡା, ଖଟୁଆ ଜୁଆଙ୍ଗ, ଚନ୍ଦ୍ର ଜୁଆଙ୍ଗ, ମଦନା ଜୁଆଙ୍ଗ, କୁନା ଜୁଆଙ୍ଗ, ଅର୍ଜୁନା ଜୁଆଙ୍ଗ, ଈଶ୍ୱର ଜୁଆଙ୍ଗ, କ୍ଷେତ୍ର ମହାନ୍ତ, ଗିରିଧାରୀ ମହାନ୍ତ, ସୁନି ମହାନ୍ତ, ପ୍ରତାପ ମହାନ୍ତ, ଜାଗା ବାରିକ, ଦିପୁ ବାରିକ, ଶୁଭବ୍ରତ ବାରିକ, କରୁଣାକର ବାରିକ, ଭାଗବତ ପରିଡ଼ା, ଶରତ ବାରିକ,ସୁଦର ମୁଣ୍ଡା ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ବୋଲି କହିଛନ୍ତି।

The post ୨୦ ଦିନ ହେଲା ଜଳ ପ୍ରକଳ୍ପ ବନ୍ଦ: ଲୋକେ ହନ୍ତସନ୍ତ appeared first on Dharitri Odia News.