ମାଳଦ୍ୱୀପ ରାଷ୍ଟ୍ରପତିଙ୍କ ଉପରେ ହୋଇଛି କଳା ଯାଦୁ! ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା ସମ୍ପର୍କରେ…
ମାଲେ,୨୮।୬: ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କ ଉପରେ କଳା ଯାଦୁ କରିଥିବା ଅଭିଯୋଗରେ ଜଣେ କ୍ୟାବିନେଟ ମନ୍ତ୍ରୀ ଗିରଫ ହୋଇଛନ୍ତି। କଳା ଯାଦୁ ଅଭିଯୋଗରେ ଗିରଫ ହୋଇଥିବା ମହିଳା ମନ୍ତ୍ରୀ ହେଉଛନ୍ତି ସରକାରଙ୍କ ପରିବେଶ ମନ୍ତ୍ରୀ ଫାତିମା ଶମନାଜ ମୁଇଜୁ। ତାଙ୍କ ସହ ଅନ୍ୟ ଦୁଇ ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି। ଯେଉଁଥିରେ ଫାତିମାଙ୍କ ଭାଇ ମଧ୍ୟ ଅନ୍ତର୍ଭୁକ୍ତ।ଗିରଫ ପରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା ଯେଉଁଠାରୁ ସେମାନଙ୍କୁ ସାତ ଦିନ ରିମାଣ୍ଡରେ ପଠାଯାଇଛି। ଏହାପୂର୍ବରୁ ଫାତିମାଙ୍କ […] The post ମାଳଦ୍ୱୀପ ରାଷ୍ଟ୍ରପତିଙ୍କ ଉପରେ ହୋଇଛି କଳା ଯାଦୁ! ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା ସମ୍ପର୍କରେ… appeared first on Dharitri Odia News.
ମାଲେ,୨୮।୬: ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କ ଉପରେ କଳା ଯାଦୁ କରିଥିବା ଅଭିଯୋଗରେ ଜଣେ କ୍ୟାବିନେଟ ମନ୍ତ୍ରୀ ଗିରଫ ହୋଇଛନ୍ତି। କଳା ଯାଦୁ ଅଭିଯୋଗରେ ଗିରଫ ହୋଇଥିବା ମହିଳା ମନ୍ତ୍ରୀ ହେଉଛନ୍ତି ସରକାରଙ୍କ ପରିବେଶ ମନ୍ତ୍ରୀ ଫାତିମା ଶମନାଜ ମୁଇଜୁ। ତାଙ୍କ ସହ ଅନ୍ୟ ଦୁଇ ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି। ଯେଉଁଥିରେ ଫାତିମାଙ୍କ ଭାଇ ମଧ୍ୟ ଅନ୍ତର୍ଭୁକ୍ତ।ଗିରଫ ପରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା ଯେଉଁଠାରୁ ସେମାନଙ୍କୁ ସାତ ଦିନ ରିମାଣ୍ଡରେ ପଠାଯାଇଛି। ଏହାପୂର୍ବରୁ ଫାତିମାଙ୍କ ଘରେ ହୋଇଥିବା ଚଢାଉରେ ଅନେକ ଆପତ୍ତିଜନକ ଜିନିଷ ମିଳିଥିଲା, ଯାହାକୁ ସେ ଏହାକୁ କଳା ଯାଦୁରେ ବ୍ୟବହାର କରୁଥିବା କୁହାଯାଉଛି।
କଳା ଯାଦୁ କ’ଣ:
ବିଶ୍ୱାସ କରାଯାଏ ଯେ କଳା ଯାଦୁ ହେଉଛି ଏପରି ଏକ କଳା, ଯାହା ମାଧ୍ୟମରେ ଯେକୌଣସି ବ୍ୟକ୍ତି ଅନ୍ୟ ଜଣକୁ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରନ୍ତି । ଏହାକୁ ଭାରତ ସମେତ ସମଗ୍ର ବିଶ୍ୱରେ ଉପସ୍ଥିତ ଥିବା ଅନେକ ତାନ୍ତ୍ରିକମାନେ ବ୍ୟବହାର କରନ୍ତି । କଳା ଯାଦୁ ହେଉଛି ଏକ ଗୁପ୍ତ କଳା ଯାହା ପ୍ରାୟତଃ କାହାକୁ ବଶୀଭୂତ କରିବା କିମ୍ବା ଶତ୍ରୁକୁ ପରାସ୍ତ କରିବା ପାଇଁ ବ୍ୟବହୃତ ହୁଏ। କୁହାଯାଏ ଯେ ଯେଉଁ ବ୍ୟକ୍ତିଙ୍କ ଉପରେ କଳା ଯାଦୁ କରାଯାଇଥାଏ, ସେ ନିଜ ଉପରେ ନିୟନ୍ତ୍ରଣ ହରାଇଥାଏ। ଏହା ମାନସିକ, ଶାରୀରିକ ଏବଂ ଆର୍ଥିକ ଦୃଷ୍ଟିରୁ ଜଣେ ବ୍ୟକ୍ତିଙ୍କ ଜୀବନକୁ ପ୍ରଭାବିତ କରିଥାଏ । କଳା ଯାଦୁ ଦ୍ୱାରା ପ୍ରଭାବିତ ବ୍ୟକ୍ତି ତାଙ୍କ ଜୀବନରେ ଅନେକ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ଅନେକ ଥର ସେ ମଧ୍ୟ ମାନସିକ ସନ୍ତୁଳନ ହରାଇ କିଛି ଅଜବ କାର୍ଯ୍ୟ କରିବା ଆରମ୍ଭ କରନ୍ତି।
The post ମାଳଦ୍ୱୀପ ରାଷ୍ଟ୍ରପତିଙ୍କ ଉପରେ ହୋଇଛି କଳା ଯାଦୁ! ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା ସମ୍ପର୍କରେ… appeared first on Dharitri Odia News.