ବଜାରରେ ନିଶାନ୍ର ଅଲ୍ ନ୍ୟୁ ଏକ୍ସ-ଟ୍ରେଲ୍
ଭୁବନେଶ୍ୱର,୭।୯ (ଅଭୟ ଦାଶ): ନିଶାନ୍ ଇଣ୍ଡିଆର ବହୁ ପ୍ର୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଅଲ୍ ନ୍ୟୁ ଏକ୍ସ-ଟ୍ରେଲ୍ର ଅନାବରଣ ଓ ବଜାର ପ୍ରବେଶ ସର୍ବଭାରତୀୟସ୍ତରରେ ହୋଇଯାଇଛି। ଏହି ପରିପ୍ରେକ୍ଷୀର କମ୍ପାନୀର ସ୍ବୀକୃତିପ୍ରାପ୍ତ ଡିଲର ଜାହ୍ନବୀ ନିଶାନ (ଜାହ୍ନବୀ ଅଟୋମୋଇଲ୍ସ ପ୍ରାଇଭେଟ୍ ଲିମିଟେଡ୍)ର ଭୁବନେଶ୍ୱର ନିକଟସ୍ଥ ପାହାଳ ପ୍ରାଚୀ ବଜାରସ୍ଥିତ ଶୋ’ରୁମ୍ଠାରେ ଏକ ସ୍ବତନ୍ତ୍ର ଅନାବରଣ ଉତ୍ସବର ଆୟୋଜନ କରାଯାଇଥିଲା। ଏହି ଅବସରରେ ଧରିତ୍ରୀ ଏବଂ ଓଡ଼ିଶା ପୋଷ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଆଦ୍ୟାଶା ସତପଥୀ ସମ୍ମାନିତ ଅତିଥି […] The post ବଜାରରେ ନିଶାନ୍ର ଅଲ୍ ନ୍ୟୁ ଏକ୍ସ-ଟ୍ରେଲ୍ appeared first on Dharitri Odia News.
ଭୁବନେଶ୍ୱର,୭।୯ (ଅଭୟ ଦାଶ): ନିଶାନ୍ ଇଣ୍ଡିଆର ବହୁ ପ୍ର୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଅଲ୍ ନ୍ୟୁ ଏକ୍ସ-ଟ୍ରେଲ୍ର ଅନାବରଣ ଓ ବଜାର ପ୍ରବେଶ ସର୍ବଭାରତୀୟସ୍ତରରେ ହୋଇଯାଇଛି। ଏହି ପରିପ୍ରେକ୍ଷୀର କମ୍ପାନୀର ସ୍ବୀକୃତିପ୍ରାପ୍ତ ଡିଲର ଜାହ୍ନବୀ ନିଶାନ (ଜାହ୍ନବୀ ଅଟୋମୋଇଲ୍ସ ପ୍ରାଇଭେଟ୍ ଲିମିଟେଡ୍)ର ଭୁବନେଶ୍ୱର ନିକଟସ୍ଥ ପାହାଳ ପ୍ରାଚୀ ବଜାରସ୍ଥିତ ଶୋ’ରୁମ୍ଠାରେ ଏକ ସ୍ବତନ୍ତ୍ର ଅନାବରଣ ଉତ୍ସବର ଆୟୋଜନ କରାଯାଇଥିଲା। ଏହି ଅବସରରେ ଧରିତ୍ରୀ ଏବଂ ଓଡ଼ିଶା ପୋଷ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଆଦ୍ୟାଶା ସତପଥୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଅଲ୍ ନ୍ୟୁ ଏକ୍ସ-ଟ୍ରେଲ୍ର ଅନାବରଣ ସହ ବଜାର ପ୍ରବେଶ କରାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ବା ଏସ୍ବିଆଇର ଡିଜିଏମ୍ (ରିଟେଲ ଏବଂ ରିଅଲ ଇଷ୍ଟେଟ ବିଭାଗ) ନୀତୀଶଙ୍କ ସମେତ ସୁଶୀଲ ବେହେରା, ସୁଭାଷ ପାଣି, ମହେଶ ଉପାଧ୍ୟାୟ ଏବଂ ପାହାଳ ଗ୍ରାମର ବରିଷ୍ଠ ନାଗରିକ ତଥା ସଭାପତି ପଦ୍ମନାଭ ପଟ୍ଟନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ।
ଉଲ୍ଲେଖଯୋଗ୍ୟ, ଅଲ୍ ନ୍ୟୁ ଏକ୍ସ-ଟ୍ରେଲ୍ରେ ଅନେକ ଅତ୍ୟାଧୁନିକ ବୈଶିଷ୍ଟ୍ୟ ସାମିଲ ଥିବାବେଳେ ଆକର୍ଷଣୀୟ ଡିଜାଇନ ଓ ସୁରକ୍ଷା ବ୍ୟବସ୍ଥା ଉକ୍ତ ମଡେଲକୁ ଆହୁରି ଚିତ୍ତାକର୍ଷକ କରିଛି। ସେହିଭଳି ଟେକ୍ନୋଲୋଜି ଦୃଷ୍ଟିରୁ ଏହା ବେଶ୍ ଉଚ୍ଚକୋଟୀର ହୋଇଥିଲାବେଳେ ଏହାର ଫିଚରଗୁଡିକ ମଧ୍ୟ ଆଧୁନିକ ପ୍ରଣାଳୀରେ ସାମିଲ ରହିଛି। ସେହିପରି ଏହାର ବଡି ଡିଜାଇନ ସାଙ୍ଗକୁ ୩ଟି ଆକର୍ଷଣୀୟ କଲରରେ ଉପଲବ୍ଧ ଥିଲାବେଳେ ଏହାର ବଜାର ମୂଲ୍ୟ(ଏକ୍ସ ଶୋ’ରୁମ୍ ମୂଲ୍ୟ) ୪୯.୯୨ ଲକ୍ଷ ଟଙ୍କା ରହିଛି। ଏ ସମ୍ପର୍କରେ ଜାହ୍ନବୀ ନିଶାନ (ଜାହ୍ନବୀ ଅଟୋମୋଇଲ୍ସ ପ୍ରାଇଭେଟ୍ ଲିମିଟେଡ୍)ର ଏମ୍ଡି ଅମିତ କୁମାର ଜୟସ୍ବାଲ କହିଥିଲେ, ଆମେ ଆମର ଶୋ’ରୁମ୍ ପରିସରରେ ନିଶାନ ଏକ୍ସ-ଟ୍ରେଲ୍ର ଅନାବରଣ ସହ ବଜାର ପ୍ରବେଶକରାଇ ବେଶ୍ ଉତ୍ସାହିତ ଅଛୁ। ଏପରିକି ଦୀର୍ଘଦିନ ଧରି ଅପେକ୍ଷାକରି ରହିଥିବା ଆଶାୟୀ ଗ୍ରାହକଙ୍କୁ ଏହି ମଡେଲ ହସ୍ତାନ୍ତର କରାଇ ଆମର ସମସ୍ତ କର୍ମଚାରୀ ଆନନ୍ଦିତ ହୋଇଛୁ। ସେହିଭଳି ଜାହ୍ନବୀ ନିଶାନର ଜିଏମ୍ ସଞ୍ଜୟ ପଣ୍ଡା ଅନାବରଣ ଉତ୍ସବର ସଂଯୋଜନା ସହ ଧନ୍ୟବାଦ ଅଭିଭାଷଣ ପ୍ରଦାନ କରିଥିଲେ। ଏହି ଅବସରରେ ଶୋ’ରୁମ୍ର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ସମେତ ଆଶାୟୀ ଗ୍ରାହକମାନେ ମଧ୍ୟ ଉପସ୍ଥିତ ଥିଲେ।
The post ବଜାରରେ ନିଶାନ୍ର ଅଲ୍ ନ୍ୟୁ ଏକ୍ସ-ଟ୍ରେଲ୍ appeared first on Dharitri Odia News.