ପୁରୁଣା ପେନ୍‌ସନ୍‌ ହେବ ଲାଗୁ!ନିର୍ବାଚନୀ ମାନିଫେଷ୍ଟୋରେ ଘୋଷଣା

ଲକ୍ଷ୍ନୌ,୧୦।୪: ସମାଜବାଦୀ ପାର୍ଟି ପକ୍ଷରୁ ବୁଧବାର ମନିଫେଷ୍ଟୋ ପ୍ରକାଶ କରିଛି। ଏକ ସାମ୍ବାଦିକ ସମ୍ମିଳନୀରେ ଏସପି ସଭାପତି ଅଖିଳେଶ ଯାଦବ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ସମାଜବାଦୀ ପାର୍ଟିର ସୋସିଆଲ ମିଡିଆ ପେଜ୍‌ରୁ ପରାମର୍ଶ ନିଆଯାଇ ଏହି ମାନିଫେଷ୍ଟୋ ପ୍ରସ୍ତୁତ କରାଯାଇଥିଲା। ଏହି ମାନିଫେଷ୍ଟୋ ସେ ଅନେକ କିଛି ପ୍ରତିଶ୍ରୁତି ଦେଇଛନ୍ତି। ଏଥିରେ ମହିଳାମାନଙ୍କ ପାଇଁ ଶୂନ୍ୟ ସହନଶୀଳତା, କେଜିରୁ ପିଜି ପର୍ଯ୍ୟନ୍ତ ଝିଅଙ୍କୁ ମାଗଣା ଶିକ୍ଷା, ପୁରୁଣା ପେନସନ ଯୋଜନା କାର୍ଯ୍ୟକାରୀ କରିବା, ୨୦୨୫ […] The post ପୁରୁଣା ପେନ୍‌ସନ୍‌ ହେବ ଲାଗୁ!ନିର୍ବାଚନୀ ମାନିଫେଷ୍ଟୋରେ ଘୋଷଣା appeared first on Dharitri Odia News.

ପୁରୁଣା ପେନ୍‌ସନ୍‌ ହେବ ଲାଗୁ!ନିର୍ବାଚନୀ ମାନିଫେଷ୍ଟୋରେ ଘୋଷଣା

ଲକ୍ଷ୍ନୌ,୧୦।୪: ସମାଜବାଦୀ ପାର୍ଟି ପକ୍ଷରୁ ବୁଧବାର ମନିଫେଷ୍ଟୋ ପ୍ରକାଶ କରିଛି। ଏକ ସାମ୍ବାଦିକ ସମ୍ମିଳନୀରେ ଏସପି ସଭାପତି ଅଖିଳେଶ ଯାଦବ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ସମାଜବାଦୀ ପାର୍ଟିର ସୋସିଆଲ ମିଡିଆ ପେଜ୍‌ରୁ ପରାମର୍ଶ ନିଆଯାଇ ଏହି ମାନିଫେଷ୍ଟୋ ପ୍ରସ୍ତୁତ କରାଯାଇଥିଲା।
ଏହି ମାନିଫେଷ୍ଟୋ ସେ ଅନେକ କିଛି ପ୍ରତିଶ୍ରୁତି ଦେଇଛନ୍ତି। ଏଥିରେ ମହିଳାମାନଙ୍କ ପାଇଁ ଶୂନ୍ୟ ସହନଶୀଳତା, କେଜିରୁ ପିଜି ପର୍ଯ୍ୟନ୍ତ ଝିଅଙ୍କୁ ମାଗଣା ଶିକ୍ଷା, ପୁରୁଣା ପେନସନ ଯୋଜନା କାର୍ଯ୍ୟକାରୀ କରିବା, ୨୦୨୫ ସୁଦ୍ଧା ଜାତି ଭିତ୍ତିକ ଜନଗଣନା, ୨୦୨୫ ସୁଦ୍ଧା ଏସ୍‌ସି/ଏସ୍‌ଟି ଏବଂ ଓବିସିର ସମସ୍ତ ସରକାରୀ ପଦବୀ ପୂରଣ, ବେସରକାରୀ କ୍ଷେତ୍ରରେ ସମାଜର ସମସ୍ତ ବିଭାଗର ଅଂଶଗ୍ରହଣ ନିଶ୍ଚିତ କରିବ, ୨୦୨୯ ସୁଦ୍ଧା ଦାରିଦ୍ର୍ୟର ସମ୍ପୂର୍ଣ୍ଣ ବିଲୋପ,ସମସ୍ତ କୃଷକଙ୍କୁ ଆଇନଗତ ଗ୍ୟାରେଣ୍ଟି ଭାବରେ ଏମ୍‌ଏସ୍‌ପି, MNREGA ଅଧୀନରେ ମଜୁରୀ ୪୫୦ ଟଙ୍କାକୁ ବୃଦ୍ଧ,ସମସ୍ତ ଖାଲି ସରକାରୀ ଚାକିରି ତୁରନ୍ତ ପୂରଣ ହେବ,ପୋଲିସ ସହିତ ସରକାରୀ ଚାକିରିରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରହିଛି।

The post ପୁରୁଣା ପେନ୍‌ସନ୍‌ ହେବ ଲାଗୁ!ନିର୍ବାଚନୀ ମାନିଫେଷ୍ଟୋରେ ଘୋଷଣା appeared first on Dharitri Odia News.