ଗଞ୍ଜାମର ଦେଶୀ ମଦ ରାଜଧାନୀରେ ଜବତ
ଭୁବନେଶ୍ୱର,୨୩ା୮(ସୂର୍ଯ୍ୟକାନ୍ତ ବେହେରା):ବ୍ରହ୍ମପୁର ଚିକିଟିରେ ବିଷାକ୍ତ ମଦ ପିଇ ୨ ଜଣଙ୍କ ମୃତ୍ୟୁ ଘଟଣା ପରେ ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି। ମଦ ମୃତ୍ୟୁକୁ ନେଇ ବିରୋଧୀ ମଧ୍ୟ ସରକାରଙ୍କୁ ଟାର୍ଗେଟ କରିଥିବାରୁ ରାଜ୍ୟ ରାଜନୀତି ସରଗରମ ହୋଇଛି। ଇତିମଧ୍ୟରେ ଅବକାରୀ ବିଭାଗ ମଧ୍ୟ ବେଆଇନ ମଦ ଚୋରା ଚାଲାଣକାରୀଙ୍କ ବିରୋଧରେ ନଜର ରଖି ଚଢାଉ ପ୍ରକ୍ରିୟାକୁ ଜୋରଦାର କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ଏହାସତ୍ତ୍ୱେ ପୋଲିସ ଓ ଅବକାରୀ ଟିମ୍କୁ ଭୟ ନ କରି ଗୁରୁବାର ଜଣେ […] The post ଗଞ୍ଜାମର ଦେଶୀ ମଦ ରାଜଧାନୀରେ ଜବତ appeared first on Dharitri Odia News.
ଭୁବନେଶ୍ୱର,୨୩ା୮(ସୂର୍ଯ୍ୟକାନ୍ତ ବେହେରା):ବ୍ରହ୍ମପୁର ଚିକିଟିରେ ବିଷାକ୍ତ ମଦ ପିଇ ୨ ଜଣଙ୍କ ମୃତ୍ୟୁ ଘଟଣା ପରେ ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି। ମଦ ମୃତ୍ୟୁକୁ ନେଇ ବିରୋଧୀ ମଧ୍ୟ ସରକାରଙ୍କୁ ଟାର୍ଗେଟ କରିଥିବାରୁ ରାଜ୍ୟ ରାଜନୀତି ସରଗରମ ହୋଇଛି। ଇତିମଧ୍ୟରେ ଅବକାରୀ ବିଭାଗ ମଧ୍ୟ ବେଆଇନ ମଦ ଚୋରା ଚାଲାଣକାରୀଙ୍କ ବିରୋଧରେ ନଜର ରଖି ଚଢାଉ ପ୍ରକ୍ରିୟାକୁ ଜୋରଦାର କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ଏହାସତ୍ତ୍ୱେ ପୋଲିସ ଓ ଅବକାରୀ ଟିମ୍କୁ ଭୟ ନ କରି ଗୁରୁବାର ଜଣେ ବ୍ୟକ୍ତି ଗଞ୍ଜାମ ଖଲ୍ଲିକୋଟରୁ ବେଆଇନ ଭାବେ ଅଟୋ ଯୋଗେ ରାଜଧାନୀ ଭୁବନେଶ୍ୱରକୁ ଦେଶୀ ମଦ ଚୋରାଚାଲାଣ କରୁଥିବା ବେଳେ ଅବକାରୀ ଟିମ୍ ହାତରେ ଧରାପଡ଼ିଛନ୍ତି। ଅଟୋରୁ ବାଇକ୍କୁ ମଦ କଢ଼ାଯାଉଥିବାବେଳେ କୌଣସି ସୂତ୍ରରୁ ଖବର ପାଇ ଭୁବନେଶ୍ୱର ତମାଣ୍ଡୋ ଅଞ୍ଚଳରେ ଅବକାରୀ ଟିମ୍ ୨ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତ ଗଞ୍ଜାମର ଅଟୋ ଚାଳକ ଚକ୍ରଧର ପ୍ରଧାନ ଓ ମୁଖ୍ୟ ଅଭିଯୁକ୍ତ ତଥା ବାଇକରେ ନେବାକୁ ଉଦ୍ୟମ କରୁଥିବା ବିପିନ ନାହକଙ୍କୁ ମଧ୍ୟ ଗିରଫ କରିଛି। ଉଭୟଙ୍କଠାରୁ ୫୫୦ ଲିଟର ଦେଶୀ ମଦ ଜବତ କରିଛି। ବିପିନ ଭୁବନେଶ୍ୱରର ବିଭିନ୍ନ ବସ୍ତିରେ ମଦ ବିକ୍ରି କରିଥାନ୍ତି ବୋଲି ଅବକାରୀ ଟିମ୍ ତଦନ୍ତ ବେଳେ ଜାଣିବାକୁ ପାଇଛି।
ଅନ୍ୟପଟେ ଭୁବନେଶ୍ୱରର କାର୍ଗିଲ ବସ୍ତି, ସିଆର୍ପି ଛକସ୍ଥିତ ମୁଣ୍ଡାସାହି ଆଦି ଅଞ୍ଚଳରେ ଚଢାଉ କରି ୨୫୦ ଲିଟର ଦେଶୀ ମଦ ସହ ମୋଟ ୮ଜଣଙ୍କୁ ଅବକାରୀ ଟିମ୍ ଗିରଫ କରିଛି। ଏନେଇ ଅବକାରୀ ଡିଏସ୍ପି ରାଜକିଶୋର ସ୍ବାଇଁ କହିଛନ୍ତି, ରାଜଧାନୀରେ ବେଆଇନ ନିଶାଦ୍ରବ୍ୟ ଉପରେ ନଜର ରଖାଯାଇ ସ୍ବତନ୍ତ୍ର ଡ୍ରାଇଭ କରାଯାଉଛି। ଦେଶୀ ମଦ ଚୋରା ଚାଲାଣ ଓ ବେଆଇନ ମଦ ବିକ୍ରି କରୁଥିବା ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଆଗକୁ ମଧ୍ୟ ଏହି ଚଢାଉ ଜୋରଦାର କରାଯିବ ବୋଲି ସେ କହିଛନ୍ତି।
The post ଗଞ୍ଜାମର ଦେଶୀ ମଦ ରାଜଧାନୀରେ ଜବତ appeared first on Dharitri Odia News.