ଗଞ୍ଜାମରେ ଅଘଟଣ: ଦେଶୀ ମଦ ପିଇ ୧୫ ଅସୁସ୍ଥ

ବ୍ରହ୍ମପୁର,୨୦।୮: ଗଞ୍ଜାମ ଜିଲା ଚିକିଟି କରବାଲୁଆ ଏବଂ ଜେନା ସାହି ଅଞ୍ଚଳରେ ଏକ ଅଘଟଣ ଘଟିଛି। ଦେଶୀ ମଦ ପିଇ ୧୫ରୁ ଅଧିକ ଲୋକ ଅସୁସ୍ଥ ହୋଇପଡିଛନ୍ତି। ସମସ୍ତଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସେମାନଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ୨ଜଣ କାଜୁଆଲଟିରେ ଭର୍ତ୍ତି ହୋଇଥିବା ବେଳେ ୧୧ଜଣ ମେଡିଶିନ ଓ୍ବାର୍ଡରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଚନ୍ତି। ଅନ୍ୟପକ୍ଷେ ମଦ ଅପମିଶ୍ରିତ ଥିଲା ନା ଅନ୍ୟ […] The post ଗଞ୍ଜାମରେ ଅଘଟଣ: ଦେଶୀ ମଦ ପିଇ ୧୫ ଅସୁସ୍ଥ appeared first on Dharitri Odia News.

ଗଞ୍ଜାମରେ ଅଘଟଣ: ଦେଶୀ ମଦ ପିଇ ୧୫ ଅସୁସ୍ଥ

ବ୍ରହ୍ମପୁର,୨୦।୮: ଗଞ୍ଜାମ ଜିଲା ଚିକିଟି କରବାଲୁଆ ଏବଂ ଜେନା ସାହି ଅଞ୍ଚଳରେ ଏକ ଅଘଟଣ ଘଟିଛି। ଦେଶୀ ମଦ ପିଇ ୧୫ରୁ ଅଧିକ ଲୋକ ଅସୁସ୍ଥ ହୋଇପଡିଛନ୍ତି। ସମସ୍ତଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସେମାନଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ୨ଜଣ କାଜୁଆଲଟିରେ ଭର୍ତ୍ତି ହୋଇଥିବା ବେଳେ ୧୧ଜଣ ମେଡିଶିନ ଓ୍ବାର୍ଡରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଚନ୍ତି।

ଅନ୍ୟପକ୍ଷେ ମଦ ଅପମିଶ୍ରିତ ଥିଲା ନା ଅନ୍ୟ କୌଣସି କାରଣରୁ ଲୋକେ ଅସୁସ୍ଥ ହୋଇଛନ୍ତି ତାହା ସ୍ପଷ୍ଟ ଜଣାପଡି ନାହିଁ। ଏନେଇ ପୋଲିସ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି। ସୂଚନା, ଯୋଗ୍ୟ ଅଞ୍ଚଳରେ ବେଆଇନ ମଦ କାରବାର ଚାଳିଥିବା ଅଭିଯୋଗ ହୋଇଛି। ଏନେଇ ମଦରେ କୌଣସି ବଷାକ୍ତ ଦ୍ରବ୍ୟ ମିଶିଥାଇପାରେ ବୋଲି ସ୍ଥାନୀୟ ସନ୍ଦେହ ପ୍ରକଟ କରିଛନ୍ତି। କେଉଁ ପରିସ୍ଥତିରେ ଏହି ଘଟଣା ଘଟିଛି ଏହାର ତଦନ୍ତ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି।

The post ଗଞ୍ଜାମରେ ଅଘଟଣ: ଦେଶୀ ମଦ ପିଇ ୧୫ ଅସୁସ୍ଥ appeared first on Dharitri Odia News.