ବିଲ ମଝିକୁ ଓଲଟିଲା ହାଇଓ୍ବା: ରାତାରାତି ଗାଡ଼ିରୁ ନମ୍ବର ପ୍ଲେଟ୍‌ ଗାଏବ

ପୁରୁଷୋତ୍ତମପୁର,୨୪।୨(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଆସିକା-ହୁମ୍ମା ରାସ୍ତାର ପ୍ରତାପୁର ଛକ ନିକଟରେ ଏକ ବାଲି ବୋଝେଇ ହାଇୱା ଶୁକ୍ରବାର ରାତିରେ ରାସ୍ତାପାର୍ଶ୍ୱ ଏକ ବିଲ ମଝିକୁ ଓଲଟି ପଡ଼ିଛି। ତେବେ ଏଥିରେ କେହି ମୃତାହତ ହୋଇ ନ ଥିବା ଅନୁମାନ କରାଯାଉଛି। ତେବେ ଏ ନେଇ କୌଣସି ସ୍ପଷ୍ଟ ତଥ୍ୟ ମିଳି ପାରିନାହିଁ। ଖବରପାଇ ଆଇଆଇସି ବିପିନ ବିହାରୀ ହୋତା ଘଟଣାସ୍ତଳକୁ ଯାଇ ତଦନ୍ତ ଚଲାଇଛନ୍ତି। ଏପରିକି ଗାଡ଼ିିର ଆଗପଛ ଉଭୟ ନମ୍ବର […] The post ବିଲ ମଝିକୁ ଓଲଟିଲା ହାଇଓ୍ବା: ରାତାରାତି ଗାଡ଼ିରୁ ନମ୍ବର ପ୍ଲେଟ୍‌ ଗାଏବ appeared first on Dharitri Odia News.

ବିଲ ମଝିକୁ ଓଲଟିଲା ହାଇଓ୍ବା: ରାତାରାତି ଗାଡ଼ିରୁ ନମ୍ବର ପ୍ଲେଟ୍‌ ଗାଏବ

ପୁରୁଷୋତ୍ତମପୁର,୨୪।୨(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଆସିକା-ହୁମ୍ମା ରାସ୍ତାର ପ୍ରତାପୁର ଛକ ନିକଟରେ ଏକ ବାଲି ବୋଝେଇ ହାଇୱା ଶୁକ୍ରବାର ରାତିରେ ରାସ୍ତାପାର୍ଶ୍ୱ ଏକ ବିଲ ମଝିକୁ ଓଲଟି ପଡ଼ିଛି।
ତେବେ ଏଥିରେ କେହି ମୃତାହତ ହୋଇ ନ ଥିବା ଅନୁମାନ କରାଯାଉଛି। ତେବେ ଏ ନେଇ କୌଣସି ସ୍ପଷ୍ଟ ତଥ୍ୟ ମିଳି ପାରିନାହିଁ। ଖବରପାଇ ଆଇଆଇସି ବିପିନ ବିହାରୀ ହୋତା ଘଟଣାସ୍ତଳକୁ ଯାଇ ତଦନ୍ତ ଚଲାଇଛନ୍ତି। ଏପରିକି ଗାଡ଼ିିର ଆଗପଛ ଉଭୟ ନମ୍ବର ପ୍ଲେଟକୁ ହଟାଇ ଦିଆଯାଇଛ। ଏହାକୁ ନେଇ ସନ୍ଦେହ ବଢ଼ୁଛି। ରିତିମତ ଋଷିକୁଲ୍ୟା ନଦୀଘାଟରୁ ବେଆଇନ ଭାବେ ହିଟାଚି ଓ ଜେସିବି ମେଶିନ ମାଧ୍ୟମରେ ବାଲିମାଫିଆ ମାନେ ବାଲି ନେଇ ଜିଲାର ବିଭିନ୍ନ ସ୍ଥାନ ସମେତ ପଡୋଶୀ ଆନ୍ଧ୍ରପଦେଶକୁ ଟ୍ରକ ଟ୍ରକ ବାଲି ଚେରା ଚାଲାଣ କରୁଛନ୍ତି। ମାତ୍ର ଏଥିପ୍ରତି ରାଜସ୍ବ ବିଭାଗ (ତହସିଲ) ପକ୍ଷରୁ ଗୁରୁତ୍ୱ ଦିଆଯାଉ ନାହିଁ। ଏଭଳି ପରିସ୍ଥିତିରେ ବାଲି ଚୋରାଚାଲାଣ ବେଳେ ହାଇୱା ଗାଡିଟି ଦୁର୍ଘଟଣା ଘଟିଛି। ଏହାକୁ ଘୋଡାଇବା ସହ ପୋଲିସ ଓ ପ୍ରଶାସନ ଆଖିରେ ଧୁଳିଦେଇ ରାତାରାତି ଗାଡିରୁ ନମ୍ବର ପ୍ଲେଟ ହଟାଯାଇଛି।

The post ବିଲ ମଝିକୁ ଓଲଟିଲା ହାଇଓ୍ବା: ରାତାରାତି ଗାଡ଼ିରୁ ନମ୍ବର ପ୍ଲେଟ୍‌ ଗାଏବ appeared first on Dharitri Odia News.