ଗଞ୍ଜାମରେ ଅଧପନ୍ତରିଆ ମେଗା ଜଳପ୍ରକଳ୍ପ; ଗଡିଚାଲିଛି ଦିନ, ସରୁନି କାମ
କନକ ବ୍ୟୁରୋ : ମଲେଇଖିଆ ଠିକାଦାରଙ୍କ ଖୋଲୁଛି ଗୁମର । ଗଞ୍ଜାମ ଜିଲ୍ଲାରେ ଅଣ ଓଡିଆ ଠିକାଦାରଙ୍କୁ ଅନୁକମ୍ପା । ସମୟ ଅବଧି ସାରିଥିଲେ ମଧ୍ୟ ସରୁନି କାମ । ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପ କାମର ସମୟ ଅବଧି ବଢ଼ାଇବା ପାଇଁ ଆବେଦନ କରିଛି ଅଣ ଓଡ଼ିଆ ଠିକା କମ୍ପାନୀ । ଅଣ ଓଡ଼ିଆ ଠିକାଦାର ଗ୍ରାମ୍ୟ ଜଳ ଯୋଗାଣ ବିଭାଗରୁ ଶହ ଶହ କୋଟି ଖର୍ଚ୍ଚ କରିବା ପରେ ମଧ୍ୟ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଜାଗାରେ କାମ ଅଧପନ୍ତରିଆ । ମେଗା ଜଳ ପ୍ରକଳ୍ପ କରିବା ନାଁରେ କାମକୁ ଅଣଓଡିଆଙ୍କ ହାତକୁ ଟେକିଦେଇ ଚୁପ ବସିଛି ଗ୍ରାମ୍ୟ ଜଳ ଯୋଗାଣ ବିଭାଗ । ପ୍ରତ୍ୟେକ ଘରକୁ ସ୍ୱଚ୍ଛ ଓ ନିର୍ମଳ ପାଣି ଯୋଗାଇବା ପାଇଁ ତତକାଳୀନ ସରକାର ଖଲ୍ଲିକୋଟ ବ୍ଲକକୁ ୧୩୯ କୋଟି ଟଙ୍କା ବ୍ୟୟବରାଦ କରିଥିଲେ । ଶାଳିଆ ଡ୍ୟାମରୁ ଖଲ୍ଲିକୋଟକୁ ପାଣି ଯୋଗାଣ ପାଇଁ ଏହି ପ୍ରକଳ୍ପ କେଇସି ନାମକ କମ୍ପାନୀକୁ ଦିଆଯାଇଥିଲା । ୨୦୨୩ ଡିସେମ୍ବର ମାସରେ ଏହି ପ୍ରକଳ୍ପ ସରିବା କଥା । କିନ୍ତୁ କାମ ନସରିବାରୁ ପୁଣି ଏକ ବର୍ଷ ସମୟ ଅବଧି ବୃଦ୍ଧି କରି ୨୦୨୪ ଡିସେମ୍ବର ରଖାଯାଇଥିଲା । ତେବେ ଏହି କମ୍ପାନୀ ବର୍ତ୍ତମାନ ପର୍ଯ୍ୟନ୍ତ କେବଳ ୩୦ ଭାଗ କାମ କରିଛି । ଆହୁରି ୬ମାସ ପାଇଁ ସମୟ ଅବଧି ବୃଦ୍ଧି କରିବାକୁ କମ୍ପାନୀ ଆବେଦନ କରିଛି । ବଡ଼ କଥା ହେଲା, ପାଇପ ବିଛାଇବା ନାମରେ ଗାଁକୁ ଖୋଳି ଛାଡ଼ି ଦେଇଛି ସଂପୃକ୍ତ କମ୍ପାନୀ । ତା ସହ ବିଭିନ୍ନ ଗାଁରେ ପାଣି ଟାଙ୍କି ଅଧା ଅଧପନ୍ତରିଆ ହୋଇ ର

କନକ ବ୍ୟୁରୋ : ମଲେଇଖିଆ ଠିକାଦାରଙ୍କ ଖୋଲୁଛି ଗୁମର । ଗଞ୍ଜାମ ଜିଲ୍ଲାରେ ଅଣ ଓଡିଆ ଠିକାଦାରଙ୍କୁ ଅନୁକମ୍ପା । ସମୟ ଅବଧି ସାରିଥିଲେ ମଧ୍ୟ ସରୁନି କାମ । ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପ କାମର ସମୟ ଅବଧି ବଢ଼ାଇବା ପାଇଁ ଆବେଦନ କରିଛି ଅଣ ଓଡ଼ିଆ ଠିକା କମ୍ପାନୀ ।
ଅଣ ଓଡ଼ିଆ ଠିକାଦାର ଗ୍ରାମ୍ୟ ଜଳ ଯୋଗାଣ ବିଭାଗରୁ ଶହ ଶହ କୋଟି ଖର୍ଚ୍ଚ କରିବା ପରେ ମଧ୍ୟ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଜାଗାରେ କାମ ଅଧପନ୍ତରିଆ । ମେଗା ଜଳ ପ୍ରକଳ୍ପ କରିବା ନାଁରେ କାମକୁ ଅଣଓଡିଆଙ୍କ ହାତକୁ ଟେକିଦେଇ ଚୁପ ବସିଛି ଗ୍ରାମ୍ୟ ଜଳ ଯୋଗାଣ ବିଭାଗ । ପ୍ରତ୍ୟେକ ଘରକୁ ସ୍ୱଚ୍ଛ ଓ ନିର୍ମଳ ପାଣି ଯୋଗାଇବା ପାଇଁ ତତକାଳୀନ ସରକାର ଖଲ୍ଲିକୋଟ ବ୍ଲକକୁ ୧୩୯ କୋଟି ଟଙ୍କା ବ୍ୟୟବରାଦ କରିଥିଲେ ।
ଶାଳିଆ ଡ୍ୟାମରୁ ଖଲ୍ଲିକୋଟକୁ ପାଣି ଯୋଗାଣ ପାଇଁ ଏହି ପ୍ରକଳ୍ପ କେଇସି ନାମକ କମ୍ପାନୀକୁ ଦିଆଯାଇଥିଲା । ୨୦୨୩ ଡିସେମ୍ବର ମାସରେ ଏହି ପ୍ରକଳ୍ପ ସରିବା କଥା । କିନ୍ତୁ କାମ ନସରିବାରୁ ପୁଣି ଏକ ବର୍ଷ ସମୟ ଅବଧି ବୃଦ୍ଧି କରି ୨୦୨୪ ଡିସେମ୍ବର ରଖାଯାଇଥିଲା । ତେବେ ଏହି କମ୍ପାନୀ ବର୍ତ୍ତମାନ ପର୍ଯ୍ୟନ୍ତ କେବଳ ୩୦ ଭାଗ କାମ କରିଛି । ଆହୁରି ୬ମାସ ପାଇଁ ସମୟ ଅବଧି ବୃଦ୍ଧି କରିବାକୁ କମ୍ପାନୀ ଆବେଦନ କରିଛି ।
ବଡ଼ କଥା ହେଲା, ପାଇପ ବିଛାଇବା ନାମରେ ଗାଁକୁ ଖୋଳି ଛାଡ଼ି ଦେଇଛି ସଂପୃକ୍ତ କମ୍ପାନୀ । ତା ସହ ବିଭିନ୍ନ ଗାଁରେ ପାଣି ଟାଙ୍କି ଅଧା ଅଧପନ୍ତରିଆ ହୋଇ ରହିଛି । ଏହି ମେଗା ଜଳ ପ୍ରକଳ୍ପ ସମ୍ପୂର୍ଣ୍ଣ ହବ ଓ କେବେ ଲୋକ ବିଶୁଦ୍ଧ ପାଣି ପାଇବେ ତାହା ଏବେ ଲୋକଙ୍କ ମନରେ ଦ୍ଵନ୍ଦ୍ୱ ବଢ଼ାଇଛି ।
ମଙ୍ଗଳବାର ଦିନ ବିଧାନସଭାରେ ବିଭାଗୀୟ ମନ୍ତ୍ରୀ ପାନୀୟ ଜଳ ପ୍ରକଳ୍ପର ବାସ୍ତବ ସ୍ଥିତିକୁ ନେଇ ଉଦବେଗ ପ୍ରକାଶ କରିଥିଲେ । ପୂର୍ବ ସରକାରକୁ କଟାକ୍ଷ କରି କହିଥିଲେ, ଠିକାଦାରମାନେ ମଲେଇ ନେଇ ପଳାଇଛନ୍ତି । ଖଲ୍ଲିକୋଟ ବ୍ଲକ ପାଇଁ ଏହା ପ୍ରଯୁଜ୍ୟ ବୋଲି ଆଲୋଚନା ହେଉଛି ।