ପଦ୍ମପୁର ଲୋକ ମହୋତ୍ସବ ୨୦୨୪ର ଶୁଭାରମ୍ଭ । କଳା ସଂସ୍କୃତିକୁ ବଞ୍ଚାଇ ରଖିବାକୁ ପ୍ରୟାସ ।
କନକ ବ୍ୟୁରୋ: ଆରମ୍ଭ ହୋଇଯାଇଛି ଚତୁର୍ଥ ପଦ୍ମପୁର ଲୋକ ମହୋତ୍ସବ ୨୦୨୪ । ଶୀତୁଆ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ବାଣିଜ୍ୟ ମେଳାର ମଜା ନେଉଛନ୍ତି ଦର୍ଶକ। କଳା ସଂସ୍କୃତିକୁ ବଞ୍ଚାଇବା ତଥା ମହୋତ୍ସବକୁ ଆଗକୁ ବଢାଇବାର ପ୍ରୟାସ ପାଇଁ ଟାଉନ କ୍ଲବ ଦ୍ବାରା ଏହା ଆୟୋଜିତ ହୋଇଛି। ଶୀତୁଆ ସନ୍ଧ୍ୟାରେ ଲୋକଙ୍କ ମନୋରଞ୍ଜନର ମାଧ୍ୟମ ପାଲଟିଛି ପଦ୍ମପୁର ଲୋକ ମହୋତ୍ସବ। ସଂସ୍କୃତିକ କାର୍ଯ୍ୟକ୍ରମ ସହ ପାରମ୍ପରିକ ଲୋକନୃତ୍ୟ ଦେଖିବାକୁ ଜମୁଛି ଲୋକଙ୍କ ଭିଡ଼ । ମଂଚରେ ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ କଳାକାର କଳା ପ୍ରଦର୍ଶନ କରିଛନ୍ତି। ମହୋତ୍ସବ ଉଦଘାଟନୀ ସଂନ୍ଧ୍ୟାରେ ୧୫ଟି ସାଂସ୍କୃତିକ ଦଳ ଅଂଶ ଗ୍ରହଣ କରିଛନ୍ତି। ପଡୋଶୀ ଛତିଶଗଡର ସ୍ୱରାଗିନି ଅନୁଷ୍ଠାନର ଲୋକନୃତ୍ୟ, ସଙ୍ଗୀତ ବିଦ୍ୟାଳୟର ଛାତ୍ରୀଙ୍କ ସଂଗୀତ, ସୁଆଙ୍ଗ ଅନୁଷ୍ଠାନର ପରଭା ତଥା ସ୍ଥାନୀୟ କଳାକାରଙ୍କ ସମ୍ବଲପୁରୀ ନୃତ୍ୟ ଦର୍ଶକଙ୍କ ବେଶ ମନମୋହିଛି। ଗୀତ ସହ ବିଭିନ୍ନ ବାଦ୍ୟର ତାଳେ ତାଳେ ଉଠୁଛିପଡୁଛି ମଞ୍ଚ। ସାଂସ୍କୃତିକ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଉତ୍ତରାଞ୍ଚଳ ରାଜସ୍ୱ କମିଶନର। ଅତିଥି ମାନଙ୍କ ଦ୍ବାରା ମଞ୍ଚରେ ମାଆ ସମଲେଶ୍ୱରୀଙ୍କୁ ଦୀପ ଜାଳି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା। ମହୋତ୍ସବ ପାଇଁ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥିଙ୍କ ଦ୍ବାରା ପୁରସ୍କୃ

କନକ ବ୍ୟୁରୋ: ଆରମ୍ଭ ହୋଇଯାଇଛି ଚତୁର୍ଥ ପଦ୍ମପୁର ଲୋକ ମହୋତ୍ସବ ୨୦୨୪ । ଶୀତୁଆ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ବାଣିଜ୍ୟ ମେଳାର ମଜା ନେଉଛନ୍ତି ଦର୍ଶକ। କଳା ସଂସ୍କୃତିକୁ ବଞ୍ଚାଇବା ତଥା ମହୋତ୍ସବକୁ ଆଗକୁ ବଢାଇବାର ପ୍ରୟାସ ପାଇଁ ଟାଉନ କ୍ଲବ ଦ୍ବାରା ଏହା ଆୟୋଜିତ ହୋଇଛି।
ଶୀତୁଆ ସନ୍ଧ୍ୟାରେ ଲୋକଙ୍କ ମନୋରଞ୍ଜନର ମାଧ୍ୟମ ପାଲଟିଛି ପଦ୍ମପୁର ଲୋକ ମହୋତ୍ସବ। ସଂସ୍କୃତିକ କାର୍ଯ୍ୟକ୍ରମ ସହ ପାରମ୍ପରିକ ଲୋକନୃତ୍ୟ ଦେଖିବାକୁ ଜମୁଛି ଲୋକଙ୍କ ଭିଡ଼ । ମଂଚରେ ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ କଳାକାର କଳା ପ୍ରଦର୍ଶନ କରିଛନ୍ତି। ମହୋତ୍ସବ ଉଦଘାଟନୀ ସଂନ୍ଧ୍ୟାରେ ୧୫ଟି ସାଂସ୍କୃତିକ ଦଳ ଅଂଶ ଗ୍ରହଣ କରିଛନ୍ତି। ପଡୋଶୀ ଛତିଶଗଡର ସ୍ୱରାଗିନି ଅନୁଷ୍ଠାନର ଲୋକନୃତ୍ୟ, ସଙ୍ଗୀତ ବିଦ୍ୟାଳୟର ଛାତ୍ରୀଙ୍କ ସଂଗୀତ, ସୁଆଙ୍ଗ ଅନୁଷ୍ଠାନର ପରଭା ତଥା ସ୍ଥାନୀୟ କଳାକାରଙ୍କ ସମ୍ବଲପୁରୀ ନୃତ୍ୟ ଦର୍ଶକଙ୍କ ବେଶ ମନମୋହିଛି। ଗୀତ ସହ ବିଭିନ୍ନ ବାଦ୍ୟର ତାଳେ ତାଳେ ଉଠୁଛିପଡୁଛି ମଞ୍ଚ।
ସାଂସ୍କୃତିକ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଉତ୍ତରାଞ୍ଚଳ ରାଜସ୍ୱ କମିଶନର। ଅତିଥି ମାନଙ୍କ ଦ୍ବାରା ମଞ୍ଚରେ ମାଆ ସମଲେଶ୍ୱରୀଙ୍କୁ ଦୀପ ଜାଳି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା। ମହୋତ୍ସବ ପାଇଁ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥିଙ୍କ ଦ୍ବାରା ପୁରସ୍କୃତ ବିତରଣ କରାଯାଇଥିଲା। କଳା, ସଂସ୍କୃତି ଓ ଐତିହ୍ୟକୁ ବଂଚାଇରଖିଥିବା ଏହି ମହୋତ୍ସବର ପ୍ରୟାସ ବେଶ ଉଚ୍ଚକୋଟିର ହୋଇଛି ।