ଗଞ୍ଜେଇ ଚାଲାଣ ମାମଲାରେ ୧୦ ବର୍ଷ ସଶ୍ରମ କାରାଦଣ୍ଡ
କଟକ : ବେଆଇନ ଗଞ୍ଜେଇ ଚାଲାଣ ମାମଲାରେ ୧୦ ବର୍ଷ ସଶ୍ରମ କାରାଦଣ୍ଡ ନିର୍ଦ୍ଦେଶ। କଟକ ଦ୍ଵିତୀୟ ଅତିରିକ୍ତ ଜିଲ୍ଳା ଦୌରା ଜଜ କୋର୍ଟ ଦେଲେ ଏହି ନିର୍ଦ୍ଦେଶ। ତିନି ଅଭିଯୁକ୍ତଙ୍କୁ କାରାଦଣ୍ଡ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଏହା ସହିତ ପ୍ରତ୍ୟକଙ୍କୁ ଏକ ଲକ୍ଷ ଟଙ୍କାର ଜରିମାନା ଦେବାକୁ ନିର୍ଦେଶ। ଜରିମାନା ଅନାଦେୟ ଅଧିକ ୬ ମାସର ସଶ୍ରମ କାରାଦଣ୍ଡାଦେଶ। ୨୦୨୨ ମସିହା ନଭେମ୍ବର ମାସ ୨୧ ତାରିଖରେ ଟାଙ୍ଗୀ ଟୋଲ ଗେଟ ନିକଟରେ ୧୨୦ କେଜି […] The post ଗଞ୍ଜେଇ ଚାଲାଣ ମାମଲାରେ ୧୦ ବର୍ଷ ସଶ୍ରମ କାରାଦଣ୍ଡ appeared first on KNews Odisha.

କଟକ : ବେଆଇନ ଗଞ୍ଜେଇ ଚାଲାଣ ମାମଲାରେ ୧୦ ବର୍ଷ ସଶ୍ରମ କାରାଦଣ୍ଡ ନିର୍ଦ୍ଦେଶ। କଟକ ଦ୍ଵିତୀୟ ଅତିରିକ୍ତ ଜିଲ୍ଳା ଦୌରା ଜଜ କୋର୍ଟ ଦେଲେ ଏହି ନିର୍ଦ୍ଦେଶ। ତିନି ଅଭିଯୁକ୍ତଙ୍କୁ କାରାଦଣ୍ଡ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଏହା ସହିତ ପ୍ରତ୍ୟକଙ୍କୁ ଏକ ଲକ୍ଷ ଟଙ୍କାର ଜରିମାନା ଦେବାକୁ ନିର୍ଦେଶ। ଜରିମାନା ଅନାଦେୟ ଅଧିକ ୬ ମାସର ସଶ୍ରମ କାରାଦଣ୍ଡାଦେଶ। ୨୦୨୨ ମସିହା ନଭେମ୍ବର ମାସ ୨୧ ତାରିଖରେ ଟାଙ୍ଗୀ ଟୋଲ ଗେଟ ନିକଟରେ ୧୨୦ କେଜି ଗଞ୍ଜେଇ ସହ ଅଭିଯୁକ୍ତଙ୍କୁ ଧରିଥିଲା ଅବକାରୀ ବିଭାଗ। ପଶ୍ଚିମବଙ୍ଗର ରାଜେଶ ମଜୁମଦାର,ଧ୍ରୁବ ମଣ୍ଡଳ ଓ ବିଜୟ ରଜକ ଏହି ମାମଲାରେ ହୋଇଛନ୍ତି ଦୋଷୀ ସାବ୍ୟସ୍ତ।
The post ଗଞ୍ଜେଇ ଚାଲାଣ ମାମଲାରେ ୧୦ ବର୍ଷ ସଶ୍ରମ କାରାଦଣ୍ଡ appeared first on KNews Odisha.