ଗଞ୍ଜେଇ ବଦଳରେ ମଦ ଜବତ ଘଟଣା:ଅବକାରୀ ଏସଆଇ ନିଲମ୍ବିତ

ପାରାଦୀପ,୧୨୧୨ (ଶରତ ରାଉତ): ପାରାଦୀପ ଅବକାରୀ ବିଭାଗର ସବଇନ୍ସପେକ୍ଟର ଜ୍ୟୋତିରଞ୍ଜନ ସେନାପତି ଗୁରୁବାର ନିଲମ୍ବିତ ହୋଇଛନ୍ତି। କୋହଳ ଦଫା ଲଗାଇ ଅଭିଯୁକ୍ତଙ୍କୁ ଖସାଇବା ଉଦ୍ୟମ ଅଭିଯୋଗ ଅବକାରୀ କମିଶନର ତାଙ୍କୁ ନିଲମ୍ବନ କରିଛନ୍ତି। ସୂଚନାଯୋଗ୍ୟ, ମାସେ ତଳେ କୁଜଙ୍ଗ ବାଲିପାରି ଗାଁରେ ଅବକାରୀ ପୋଲିସ ରେଡ କରିଥିଲା। ବିପୁଳ ଗଞ୍ଜେଇ ଜବତ ସତ୍ତ୍ବେ ମଦ ମିଳିଥିବା ଦର୍ଶାଇ ମାମଲା ରୁଜୁହୋଇଥିଲା। ସେତେବେଳେ ଏନେଇ ବିଭିନ୍ନ ଫୋରମରେ ଗ୍ରାମବାସୀ ଅଭିଯୋଗ କରିଥିଲେ। ମିଳିଥିବା ସୂଚନା ଅନୁସାରେ, ପାରାଦୀପ ଏସଆଇ […] The post ଗଞ୍ଜେଇ ବଦଳରେ ମଦ ଜବତ ଘଟଣା:ଅବକାରୀ ଏସଆଇ ନିଲମ୍ବିତ appeared first on Dharitri Odia News.

ଗଞ୍ଜେଇ ବଦଳରେ ମଦ ଜବତ ଘଟଣା:ଅବକାରୀ ଏସଆଇ ନିଲମ୍ବିତ

ପାରାଦୀପ,୧୨୧୨ (ଶରତ ରାଉତ): ପାରାଦୀପ ଅବକାରୀ ବିଭାଗର ସବଇନ୍ସପେକ୍ଟର ଜ୍ୟୋତିରଞ୍ଜନ ସେନାପତି ଗୁରୁବାର ନିଲମ୍ବିତ ହୋଇଛନ୍ତି। କୋହଳ ଦଫା ଲଗାଇ ଅଭିଯୁକ୍ତଙ୍କୁ ଖସାଇବା ଉଦ୍ୟମ ଅଭିଯୋଗ ଅବକାରୀ କମିଶନର ତାଙ୍କୁ ନିଲମ୍ବନ କରିଛନ୍ତି।

ସୂଚନାଯୋଗ୍ୟ, ମାସେ ତଳେ କୁଜଙ୍ଗ ବାଲିପାରି ଗାଁରେ ଅବକାରୀ ପୋଲିସ ରେଡ କରିଥିଲା। ବିପୁଳ ଗଞ୍ଜେଇ ଜବତ ସତ୍ତ୍ବେ ମଦ ମିଳିଥିବା ଦର୍ଶାଇ ମାମଲା ରୁଜୁହୋଇଥିଲା। ସେତେବେଳେ ଏନେଇ ବିଭିନ୍ନ ଫୋରମରେ ଗ୍ରାମବାସୀ ଅଭିଯୋଗ କରିଥିଲେ।
ମିଳିଥିବା ସୂଚନା ଅନୁସାରେ, ପାରାଦୀପ ଏସଆଇ ସେନାପତି କୁଜଙ୍ଗ ଥାନା ଅନ୍ତର୍ଗତ ବାଲିପାରୀ ଗ୍ରାମରେ ଜଣେ ଗଞ୍ଜେଇ ବେପାରୀଙ୍କ ଠାରୁ ଗଞ୍ଜେଇ ଜବତ କରିଥିଲେ। କିନ୍ତୁ ତାଙ୍କ ଠାରୁ ମଦ ଜବତ କରାଯାଇଛି ବୋଲି ଏଫଆଇଆରରେ ଦର୍ଶାଇଥିଲେ। ଏହା ଉପରେ ବାଲିପାରୀ ଗ୍ରାମର ସଞ୍ଜୟ ମହାପାତ୍ର ଗତ ନଭେମ୍ବର ୧୩ରେ ଜିଲା ଅବକାରୀ ଏସପିଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ହେଲାନାହିଁ। ପୁଣି ମହାପାତ୍ର ଡିସେମ୍ବର ୨ରେ ଅବକାରୀ କମିଶନରଙ୍କୁ ଜଣାଇଥିଲେ। ଏହାସତ୍ତ୍ୱେ କିଛି କାର୍ଯ୍ୟାନୁଷ୍ଠାନ ହୋଇ ନ ଥିଲା। ପୁଣି ମହାପାତ୍ର ଗତ ୯ ତାରିଖରେ କୁଜଙ୍ଗଠାରେ ଆୟୋଜିତ ଜିଲାପାଳଙ୍କ ଜନଶୁଣାଣିବେଳେ ଅଭିଯୋଗ କରିଥିଲେ। ଏହି ଅଭିଯୋଗ ଉପରେ ଗୁରୁବାର ଉପରୋକ୍ତ ପଦକ୍ଷେପ ନିଆଯାଇଛି।

The post ଗଞ୍ଜେଇ ବଦଳରେ ମଦ ଜବତ ଘଟଣା:ଅବକାରୀ ଏସଆଇ ନିଲମ୍ବିତ appeared first on Dharitri Odia News.