ମହାନଦୀରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

କଟକ :  ମହାନଦୀରୁ ଯୁବକଙ୍କ ମୃତ ଦେହ ଉଦ୍ଧାର । ମୃତକ ଜଣେ ୧୮ ବର୍ଷୀୟ ଛାତ୍ର । ମୃତ ଛାତ୍ର ବିଡାନାସୀ ଶତାବ୍ଦୀ ବିହାର ଅଞ୍ଚଳର ରୁଦ୍ର ପ୍ରତାପ ନାୟକ ବୋଲି ସୂଚନା ମିଳିଛି। ଛାତ୍ର ଜଣକ ଗତକାଲିଠାରୁ ଘରୁ ବାହାରି ନିଖୋଜ ଥିଲେ। ସେ ମହାନଦୀ ଜଳ ଭିତରକୁ ଯାଇଥିବା ସନ୍ଦେହ କରାଯାଉଥିଲା । ଗତକାଲି ଠାରୁ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା ଅଗ୍ନିଶମ ବାହିନୀ । ପୁଣି ଆଜି ସକାଳୁ ଅଗ୍ନିଶମ ଏବଂ […] The post ମହାନଦୀରୁ ଯୁବକଙ୍କ ମୃତ ଦେହ ଉଦ୍ଧାର appeared first on KNews Odisha.

ମହାନଦୀରୁ ଯୁବକଙ୍କ ମୃତ ଦେହ ଉଦ୍ଧାର
body

କଟକ :  ମହାନଦୀରୁ ଯୁବକଙ୍କ ମୃତ ଦେହ ଉଦ୍ଧାର । ମୃତକ ଜଣେ ୧୮ ବର୍ଷୀୟ ଛାତ୍ର । ମୃତ ଛାତ୍ର ବିଡାନାସୀ ଶତାବ୍ଦୀ ବିହାର ଅଞ୍ଚଳର ରୁଦ୍ର ପ୍ରତାପ ନାୟକ ବୋଲି ସୂଚନା ମିଳିଛି। ଛାତ୍ର ଜଣକ ଗତକାଲିଠାରୁ ଘରୁ ବାହାରି ନିଖୋଜ ଥିଲେ। ସେ ମହାନଦୀ ଜଳ ଭିତରକୁ ଯାଇଥିବା ସନ୍ଦେହ କରାଯାଉଥିଲା । ଗତକାଲି ଠାରୁ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା ଅଗ୍ନିଶମ ବାହିନୀ । ପୁଣି ଆଜି ସକାଳୁ ଅଗ୍ନିଶମ ଏବଂ ଓଡ୍ରାଫ ପକ୍ଷରୁ ମିଳିତ ଭାବରେ ସନ୍ଧାନ କାର୍ଯ୍ୟ ଆରମ୍ଭ କରାଯାଇଥିଲା । ତୁଳସୀପୁର ନିକଟସ୍ଥ ରିଙ୍ଗ ରୋଡ ରାସ୍ତା କଡ ମହାନଦୀରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା, ଅପରାହ୍ନରେ ଗୋରାକବର ନିକଟ ମହାନଦୀରୁ ଉଦ୍ଧାର ହୋଇଥିଲା ମୃତ ଦେହ।

The post ମହାନଦୀରୁ ଯୁବକଙ୍କ ମୃତ ଦେହ ଉଦ୍ଧାର appeared first on KNews Odisha.