ଗଞ୍ଜେଇ ସହ କାର୍‌ ଜବତ: ୨ ଗିରଫ

ବାଲିଗୁଡ଼ା,୨୩ା୧୧(ସଞ୍ଜୟ ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଅବକାରୀ ବିଭାଗ ଗଞ୍ଜେଇ ଚୋରାଚାଲାଣ ବେଳେ ଚଢାଉ କରି କାର୍‌ ସହ ଦୁଇଜଣଙ୍କୁ ଗିରଫ କୋର୍ଟଚାଲାଣ କରିଛି। ସୂଚନାନୁଯାୟୀ, ଅବକାରୀ ବିଭାଗ ଗଞ୍ଜେଇ ଚାଲାଣ ହେଉଥିବା କୌଣସି ପ୍ରକାରେ ସୂଚନା ପାଇ ସାରଙ୍ଗଡ଼ ଥାନା ଅନ୍ତର୍ଗତ ବନ୍ଧଗୁଡ଼ା ଛକରେ ଜଗିଥିଲେ। ଏହି ସମୟରେ ଗୋଟିଏ ଧଳା ରଙ୍ଗର ଏକ କାର୍‌ ଓଡି ୦୨ ସିଏନ୍‌ ୦୪୩୩ ଆସୁଥିବା ଦେଖି କାର୍‌ ଯାଞ୍ଚ କରିବାବେଳେ ଏହା ଭିତରୁ୨୩ କେଜି ଗଞ୍ଜେଇ ବାହାରିଥିଲା […] The post ଗଞ୍ଜେଇ ସହ କାର୍‌ ଜବତ: ୨ ଗିରଫ appeared first on Dharitri Odia News.

ଗଞ୍ଜେଇ ସହ କାର୍‌ ଜବତ: ୨ ଗିରଫ

ବାଲିଗୁଡ଼ା,୨୩ା୧୧(ସଞ୍ଜୟ ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଅବକାରୀ ବିଭାଗ ଗଞ୍ଜେଇ ଚୋରାଚାଲାଣ ବେଳେ ଚଢାଉ କରି କାର୍‌ ସହ ଦୁଇଜଣଙ୍କୁ ଗିରଫ କୋର୍ଟଚାଲାଣ କରିଛି।
ସୂଚନାନୁଯାୟୀ, ଅବକାରୀ ବିଭାଗ ଗଞ୍ଜେଇ ଚାଲାଣ ହେଉଥିବା କୌଣସି ପ୍ରକାରେ ସୂଚନା ପାଇ ସାରଙ୍ଗଡ଼ ଥାନା ଅନ୍ତର୍ଗତ ବନ୍ଧଗୁଡ଼ା ଛକରେ ଜଗିଥିଲେ। ଏହି ସମୟରେ ଗୋଟିଏ ଧଳା ରଙ୍ଗର ଏକ କାର୍‌ ଓଡି ୦୨ ସିଏନ୍‌ ୦୪୩୩ ଆସୁଥିବା ଦେଖି କାର୍‌ ଯାଞ୍ଚ କରିବାବେଳେ ଏହା ଭିତରୁ୨୩ କେଜି ଗଞ୍ଜେଇ ବାହାରିଥିଲା ା କାର୍‌ ଓ ଗଞ୍ଜେଇକୁ ଜବତ କରିଥିବାବେଳେ କାର୍‌ ଭିତରେ ଥିବା ଦୁଇ ଗଞ୍ଜେଇ ଚାଲାଣକାରୀ ଯୁବକ ଅଭୟ ପର୍ଶୁରାମ ମହାରଣା(୨୦) ଘର ଫିରିଙ୍ଗିଆ ଓ ଆଉ ଜଣେ ବିକୁ ଦିଗାଳ(୨୦) ଘର ଶଙ୍କରାଖୋଲକୁ ଗିରଫ କରି କେସ୍‌ ନମ୍ବର ୭୨ରେ ମାମଲା ରୁଜୁ କରି କୋର୍ଟଚାଲାଣ କରାଯାଇଥିବା ନେଇ ଇନ୍ସପେକ୍ଟର ପୂର୍ଣ୍ଣଚନ୍ଦ୍ର ବେହେରା ସୂଚନା ଦେଇଛନ୍ତି। ଏହ ଚଢ଼ାଉରେ ଓଆଇସି ସୁମିତ୍ର ଦଳେଇ ଏସ୍‌ଆଇ ଏନ୍‌ ତିରୁପତି ରାଓ ଓ ଭବାନୀ ଶଙ୍କର ସେଠୀ ସମେତ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ।

The post ଗଞ୍ଜେଇ ସହ କାର୍‌ ଜବତ: ୨ ଗିରଫ appeared first on Dharitri Odia News.