ଗଠନ ହେଲା ଉଚ୍ଚସ୍ତରୀୟ ବିପର୍ଯ୍ୟୟ ପରିଚାଳନା କମିଟି କମିଟି: ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ମିଳିଲା ବଡ ଦାୟିତ୍ୱ

ନୂଆଦିଲ୍ଲୀ, ୩୦।୪: ଦେଶରେ ବିପର୍ଯ୍ୟୟ ପରିଚାଳନାକୁ ଅଧିକ ଦକ୍ଷ ଓ ଫଳପ୍ରଦ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି। ଏହି କମିଟିର ଅଧ୍ୟକ୍ଷତା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କରିବେ। ୨୦୦୫ ବିପର୍ଯ୍ୟୟ ପରିଚାଳନା ଆଇନର ଉଦ୍ଦେଶ୍ୟକୁ ପୂରଣ କରିବା ପାଇଁ ଏହି କମିଟି ଗଠନ କରାଯାଇଛି। କମିଟିରେ କୃଷି ଓ କିଷାନ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ନୀତି ଆୟୋଗର ଉପାଧ୍ୟକ୍ଷ ସୁମନ […] The post ଗଠନ ହେଲା ଉଚ୍ଚସ୍ତରୀୟ ବିପର୍ଯ୍ୟୟ ପରିଚାଳନା କମିଟି କମିଟି: ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ମିଳିଲା ବଡ ଦାୟିତ୍ୱ appeared first on Dharitri Odia News.

ଗଠନ ହେଲା ଉଚ୍ଚସ୍ତରୀୟ ବିପର୍ଯ୍ୟୟ ପରିଚାଳନା କମିଟି କମିଟି: ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ମିଳିଲା ବଡ ଦାୟିତ୍ୱ

ନୂଆଦିଲ୍ଲୀ, ୩୦।୪: ଦେଶରେ ବିପର୍ଯ୍ୟୟ ପରିଚାଳନାକୁ ଅଧିକ ଦକ୍ଷ ଓ ଫଳପ୍ରଦ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି। ଏହି କମିଟିର ଅଧ୍ୟକ୍ଷତା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କରିବେ। ୨୦୦୫ ବିପର୍ଯ୍ୟୟ ପରିଚାଳନା ଆଇନର ଉଦ୍ଦେଶ୍ୟକୁ ପୂରଣ କରିବା ପାଇଁ ଏହି କମିଟି ଗଠନ କରାଯାଇଛି।

କମିଟିରେ କୃଷି ଓ କିଷାନ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ନୀତି ଆୟୋଗର ଉପାଧ୍ୟକ୍ଷ ସୁମନ ବେରୀ ସଦସ୍ୟ ଭାବେ ଅନ୍ତର୍ଭୁକ୍ତ ହୋଇଛନ୍ତି। ଏହି କମିଟି ବିପର୍ଯ୍ୟୟ ପୂର୍ବ ପ୍ରସ୍ତୁତି, ସମୟୋଚିତ ପ୍ରତିକ୍ରିୟା ଏବଂ ପୁନର୍ବାସନ କାର୍ଯ୍ୟକୁ ତଦାରଖ କରିବ।

ସୂଚନା ଅନୁଯାୟୀ, ଏହି ଉଚ୍ଚସ୍ତରୀୟ କମିଟି ବିପର୍ଯ୍ୟୟ ପରିଚାଳନା ନୀତିକୁ ସୁଦୃଢ଼ କରିବା ସହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସମନ୍ୱୟ ବୃଦ୍ଧି କରିବ। ଏହା ଦେଶରେ ବନ୍ୟା, ଭୂମିକମ୍ପ, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସହିତ ମନୁଷ୍ୟ ସୃଷ୍ଟ ବିପର୍ଯ୍ୟୟରେ କ୍ଷତିକୁ ହ୍ରାସ କରିବା ପାଇଁ କାର୍ଯ୍ୟ କରିବ।

ଏହି ପଦକ୍ଷେପକୁ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ବିବେଚନା କରାଯାଉଛି। ଏହା ଦେଶବାସୀଙ୍କୁ ସୁରକ୍ଷା ପ୍ରଦାନ କରିବା ସହ ସରକାରଙ୍କ ପ୍ରସ୍ତୁତି ଓ ଦାୟିତ୍ୱବୋଧକୁ ପ୍ରତିଫଳିତ କରୁଛି।

The post ଗଠନ ହେଲା ଉଚ୍ଚସ୍ତରୀୟ ବିପର୍ଯ୍ୟୟ ପରିଚାଳନା କମିଟି କମିଟି: ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ମିଳିଲା ବଡ ଦାୟିତ୍ୱ appeared first on Dharitri Odia News.